କାର୍ତ୍ତିକ ପୂର୍ଣ୍ଣିମା ତିଥିରେ କାଶୀରେ ପାଳନ କରାଯାଏ ଦେବ ଦୀପାବଳି- ଜାଣନ୍ତୁ ମହତ୍ତ୍ୱ ଓ ଶୁଭ ମୂହୁର୍ତ୍ତ
11/11/2019 at 6:14 PM

ବନାରସ – ହିନ୍ଦୁ ଧର୍ମରେ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି । ସାଧାରଣତଃ କାର୍ତ୍ତିକ ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଇଥାଏ । ମାତ୍ର କାଶୀରେ କାର୍ତ୍ତିକ ପୂର୍ଣ୍ଣିମାରେ ଦେବ ଦୀପାବଳି ପାଳନ କରାଯାଏ ।

ବିଶ୍ୱାସ ରହିଛି ଏହି ଦିନ ଭଗବାନ୍ ଶିବ ଧରାବତରଣ କରିଥାଆନ୍ତି । ବନାରସ୍ ବା କାଶୀର ଗଙ୍ଗା କୂଳରେ ଦୀପ ପ୍ରଜ୍ୱଳନ କରି ଆନନ୍ଦ ଉଲ୍ଲାସର ସହ ଦେବଦୀପାବଳି ପାଳନ କରାଯାଇଥାଏ । ଏହି ଦିନ ଶିବ ପୂଜନର ବିଶେଷ ମହତ୍ତ୍ୱ ରହିଛି । ମାନ୍ୟାତା ରହିଛି ଏହି ଦିନ ଶିବ ଏକ ଦାନବର ବଧ କରିଥିଲେ । ଏହି ଖୁସୀରେ କାଶୀରେ ଦେବ ଦୀପାବଳି ପାଳନ କରାଯାଇଥାଏ । କାଶୀ ସହ ଉତ୍ତର ଭାରତର ବିଭିନ୍ନ ସ୍ଥାନ ଓ ମନ୍ଦିରରେ ମଧ୍ୟ ଦେବ ଦୀପାବଳି ପାଳନ କରାଯାଇଥାଏ ।

କାର୍ତ୍ତିକ ପୂର୍ଣ୍ଣିମାରେ ତ୍ରିପୁରା ଅସୁରର ବଧ ହୋଇଥିଲା । ତ୍ରିପୁରାସୁର ଦେବଲୋକରୁ ଦେବତାମାନଙ୍କୁ ବାହାର କରିଦେଇଥିଲେ । ସେମାନେ ଦେବ ଦେବ ମହାଦେବଙ୍କର ଶରଣାପନ୍ନ ହୋଇଥିଲେ । ଭଗବାନ୍ ଶିବ ତ୍ରିପୁରାସୁରର ବଧ କରିଥିଲେ । ଏଥିପାଇଁ ମହାଦେବଙ୍କ ନଗରି କାଶୀରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବତାମାନେ ଦୀପଦାନ କରିଥିଲେ ।

ସେବେଠାରୁ କାଶୀରେ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଦେବ ଦୀପାବଳି ପାଳନ କରାଯାଇ ଆସୁଅଛି । ସନ୍ଧ୍ୟା ସମୟରେ ମାଆ ଗଙ୍ଗାଙ୍କର ପୂଜା କରାଯାଇଥାଏ । ଏହି ଘାଟରେ ଅଧିକରୁ ଅଧିକ ଦୀପ ପ୍ରଜ୍ୱଳନ କରାଯାଇଥାଏ । ମନ୍ଦିର ସହ ବିଭିନ୍ନ ପବିତ୍ରସ୍ଥାନରେ ବି ଦୀପ ଜଳାଯାଇଥାଏ ।
କାଶୀର ଦେବ ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣିମା ୧୨ ନଭେମ୍ବରରେ ପଡୁଛି
ନଭେମ୍ବର ୧୧ ସନ୍ଧ୍ୟା ୬ଟା ୨ ମିନିଟିରୁ ପୂର୍ଣ୍ଣିମା ତିଥି
ନଭେମ୍ବର ୧୨ ସନ୍ଧ୍ୟା ୭ଟା୪ ମିନିଟ୍ରେ ଶେଷ
ଶୁଭ ମୁହୂର୍ତ୍ତ ନଭେମ୍ବର ୧୨ – ସନ୍ଧ୍ୟା ୫ଟା ୧୧ରୁ ୭ଟା ୪୮