Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପାକିସ୍ତାନକୁ ଦେଇଥାନ୍ତେ ଗୋପନୀୟ ତଥ୍ୟ, ଏକାଧିକ ଯବାନଙ୍କୁ ଅଟକ ରଖିଲା ସେନା

13/09/2021 at 9:35 PM

ନୂଆଦିଲ୍ଲୀ ୧୩/୦୯: ପାକିସ୍ତାନର ଗୁପ୍ତଚରଙ୍କୁ ତଥ୍ୟ ଦେବା ସନ୍ଦେହରେ କିଛି ଯବାନଙ୍କୁ  ସେନା ଅଟକ ରଖିଛି। ଏଏନଆଇ ପକ୍ଷରୁ ଏନେଇ ସୂଚନା ମିଳିଛି। ସେମାନଙ୍କୁ ଆଗ୍ରାରୁ ସେନା ଅଧିକାରୀ ଧରିଥିବା ଜଣାପଡ଼ିଛି। ସନ୍ଦିଗ୍ଧ ଯବାନଙ୍କ ଠାରୁ ଜରୁରୀ ତଥ୍ୟ ନେବା ପାଇଁ ଜଣେ ପାକିସ୍ତାନୀ ଗୁପ୍ତଚର ସେମାନଙ୍କ ସହ ସମ୍ପର୍କରେ ଥିଲା । ଆଗ୍ରା ସ୍ଥିତ ସୈନ୍ୟ ଠିକଣାର କିଛି ଯବାନ ଅନଧିକାର କଥାବାର୍ତ୍ତା କରୁଥିଲେ ।

ସେମାନେ ପାକିସ୍ତାନ ଗୁପ୍ତଚର ସହ କଥା ହେଉଥିଲେ। କିନ୍ତୁ ଗୁଇନ୍ଦା ବିଭାଗର ସତର୍କତା ପରେ ସେମାନେ ଧରାପଡ଼ିଛନ୍ତି। କିଛି ବଡ଼ କରିବା ପୂର୍ବରୁ ସେମାନଙ୍କୁ ଅଟକ ରଖିଛି ସେନା। ଏବେ ପୂରା ମାମଲାର ଯାଞ୍ଚ ପରେ ଯବାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏମିତି ଅନେକ ମାମଲା ସାମ୍ନାକୁ ଆସୁଛି। ପାକିସ୍ତାନୀ ଗୁପ୍ତଚର ବିଭିନ୍ନ ମାଧ୍ୟମରେ ଭାରତୀୟ ଯବାନମାନଙ୍କୁ ପ୍ରଲୋଭିତ କରି ତଥ୍ୟ ସଂଗ୍ରହ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଅନେକ ହନିଟ୍ରାପରେ ଭାରତୀୟ ଯବାନ ଫସୁଥିବା ମଧ୍ୟ ଶୁଣିବାକୁ ମିଳେ। କିନ୍ତୁ ସେନା ଏଭଳି ଯବାନମାନଙ୍କ ଉପରେ ନଜର ରଖିଛି। ନିକଟରେ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଭାରତୀୟ ଯବାନ ଗିରଫ ମଧ୍ୟ ହୋଇଛନ୍ତି ।

   Related Posts