ନବରଙ୍ଗପୁର କରୋନା ପଜିଟିଭ୍‌ଙ୍କ ତଥ୍ୟ, ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀ ଆଉ ଦୁଇ ଜଣ ଥିଲେ କ୍ୱାରେଣ୍ଟାଇନ୍‌ରେ : ବାରଙ୍ଗପଦର ପଂଚାୟତକୁ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା

Published By : Prameya-News7 Bureau | June 18, 2020 IST

ନବରଙ୍ଗପୁର ୧୮।୦୬: ନବରଙ୍ଗପୁର ଜିଲ୍ଲାରେ ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଁଚିଛି । ଆଜି ଚିହ୍ନଟ ୭ ଜଣଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ଙ୍କ ସହ ୨ ଜଣ ତେନ୍ତୁଲିଖୁଣ୍ଟି ବ୍ଲକ ଅଂଚଳ କ୍ବାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ନବରଙ୍ଗପୁର ବିଏସଏଫ କ୍ୟାମ୍ପର ଚାରି ଯବାନ ବୋଲି ଜଣାପଡିଛି । ତେନ୍ତୁଲିଖୁଣ୍ଟି ବ୍ଲକ ଅଂଚଳର ସ୍ୱାସ୍ଥ୍ୟ କର୍ମୀ ଜଣକ ରୋଗୀଙ୍କ ଚିକିତ୍ସା କରିବା ସମୟରେ ରୋଗୀଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଥିବା ସନ୍ଦେହ କରାଯାଉଛି ।

 ସେହିଭଳି ବିଏସଏଫ ଯବାନ ମାନେ ମହାରାଷ୍ଟ୍ର ରୁ ଫେରି କ୍ବାରେଣ୍ଟାଇନ୍‌ରେ ଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ତେନ୍ତୁଲିଖୁଣ୍ଟି ବ୍ଲକ ଅଂଚଳରେ ଥିବା କ୍ବାରେଣ୍ଟାଇନ୍‌ରେ ସେଣ୍ଟର ଜଣେ ୧୭ ବର୍ଷୀୟ ଯୁବକ ମଧୁମେହ ରୋଗରେ ପୀଡିତ ହୋଇ ନବରଙ୍ଗପୁର ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ  ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ମୃତ୍ୟୁ ପରେ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ଚିନ୍ତାର କାରଣ ହୋଇଛି ।

ବର୍ତ୍ତମାନ ପ୍ରଶାସନ ସେହି ବ୍ୟକ୍ତିର ଚିକିତ୍ସା ସମୟରେ ସେ କାହାର ସଂସ୍ପର୍ଶରେ ଆସିଛନ୍ତି ତାହା ତଦନ୍ତ ଚାଲିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କ୍ବାରେଣ୍ଟଇନ ସେଣ୍ଟର ରେ ରହି ଚିକିତ୍ସିତ ହେଉଥିବା ବେଳେ ସେ ଡାଇବେଟିସ ଓ ଜଣ୍ଡିସ ଭଳି ରୋଗ ରେ ପିଡିତ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବରଣ କରିଥିବା ଯୁବକ ଜଣଙ୍କ ମୃତ୍ୟୁ କିଭଳି ହୋଇଛି ତାହା ନେଇ ଯାଞ୍ଚ ଚାଲିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆକ୍ରାନ୍ତ  ଚିହ୍ନଟ  ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିସହ ଦୁଇ କରୋନା ଚିହ୍ନଟ ହୋଇଥିବା ତେନ୍ତୁଲିଖୁଣ୍ଟି ବ୍ଲକ ଅଂଚଳର କୁର୍ମାକୋଟକୁ ସିଲ କରାଯାଇଥିବା ବେଳେ  ବାରଂଗପଦର ପଂଚାୟତ କୁ ସରପଞ୍ଚ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ।

ଆହୁରି ପଢନ୍ତୁ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.