Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

୨୦୧୧ ମସିହାରେ ଏହି ଏମଆର ମଠ ସହ ଯୋଡ଼ି ହୋଇଯାଇଥିଲା ଏକ କଳଙ୍କିତ ଅଧ୍ୟାୟ, କ’ଣ ଥିଲା ପୂରା ଘଟଣା ଜାଣନ୍ତୁ…

30/08/2019 at 1:24 PM

ପୁରୀ ୩୦|୮: ମିଶନ ୭୫ ମିଟରକୁ ନେଇ ଆଗକୁ ବଢ଼ୁଛି ଶ୍ରୀମନ୍ଦିର ପ୍ରଶାସନ ।ଶ୍ରୀମନ୍ଦିର ରୀତିନୀତି ସହ ଜଡ଼ିତ ଏମାର ମଠ ମଧ୍ୟ ମାଟିରେ ମିଶିଛି ।ଏମିତି ତ ଏହି ମଠ ପୁରୀର ପ୍ରସିଦ୍ଧ ମଠ ହିସାବରେ ଚର୍ଚ୍ଚାକୁ ଆସେ, ହେଲେ ୨୦୧୧ ମସିହାରେ ଏହି ମଠ ସହ ଯୋଡ଼ି ହୋଇଯାଇଥିଲା ଏକ କଳଙ୍କିତ ଅଧ୍ୟାୟ । ଯାହାକୁ ନେଇ ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ତେବେ କ’ଣ ଥିଲା ସେଇ ବିବାଦୀୟ କାହାଣୀ ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବ…

ଧନଧାନ୍ୟରେ ପରିପୂର୍ଣ୍ଣ ଏମାର ମଠ।ଏକଥା ପ୍ରମାଣିତ ହୋଇଥିଲା ୨୦୧୧ ମସିହାରେ । ଯେତେବେଳେ ଏମାର ମଠରୁ ମିଳିଥିଲା ଶହ ଶହ ରୂପା ଇଟା । ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ୧୮ କିଲୋଗ୍ରାମ ଓଜନର ଗୋଟି ଗୋଟି କରି ୫୨୨ଖଣ୍ଡ ଇଟା ଜବତ କରାଯାଇଥିଲା । ଯାହାର ଦାମ୍ ସେତେବେଳେ ୯୦କୋଟି ଟଙ୍କା ବୋଲି କୁହାଯାଇଥିଲା ।

ଜବତ ରୂପା ଇଟାଗୁଡ଼ିକ ୧୦୦ବର୍ଷ ତଳର କିମ୍ବା ତାଠାରୁ ଅଧିକ ବର୍ଷର ପୁରୁଣା ବୋଲି ଜଣାପଡ଼ିଥିଲା । ସେବେଠୁ ଆରମ୍ଭ ହୋଇଥିଲା ମଠର ଅଧୋପତନ। ବିବାଦୀୟ ହୋଇ ପଡ଼ିଥିଲେ ମଠର ମହନ୍ତ ଓ କିଛି ସୁନା ଦୋକାନୀ। ଏ ନେଇ ଅନେକଙ୍କୁ ଜେଲ୍‌ ବି ଯିବାକୁ ପଡ଼ିଥିଲା। ଯେଉଁ ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି। ରୁପାଇଟା ଜବତ ଘଟଣା କେବଳ ଓଡ଼ିଶା ନୁହେଁ, ପୂରା ଦେଶରେ ବି ଚହଳ ସୃଷ୍ଟି କରିଥିଲା। ସେ ସମୟରେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ଏହି ଘଟଣାକୁ ଚର୍ଚ୍ଚାର ଶିରୋନାମାରେ ରଖିଥିଲେ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଜଣାପଡ଼ିଥିଲା ଏହି ରୁପା ଇଟାର ରାଜ୍‌ । ସେତେବେଳେ ଢ଼େଙ୍କାନାଳର ୨ଜଣ ଶ୍ରମିକ ରୂପା ଇଟା ବିକ୍ରି କରି ପୋଲିସ ହାତରେ ଧରାପଡ଼ିଥିଲେ । ସେମାନେ ରୂପା ଇଟା କେଉଁଠୁ ଆଣିଲେ ତାର ଚେର ଖୋଳୁ ଖୋଳୁ ପୁରୀ ଏମାର ମଠରେ ପହଞ୍ଚିଥିଲା ପୋଲିସ ।

ମଠର ଏକ ଅମୁହାଁ କୋଠରୀରୁ ମିଳିଥିଲା ୫୨୨ଖଣ୍ଡ ରୂପା ଇଟା । ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ଅନୁଯାୟୀ ଏମାର ମଠ ମହନ୍ତ ଦେବୋତ୍ତର ବିଭାଗକୁ ସମ୍ପତ୍ତି ତାଲିକା ଦେବାର ନିୟମ ରହିଛି । କିନ୍ତୁ ମଠ ପକ୍ଷରୁ ଦେବୋତ୍ତର ବିଭାଗକୁ ଏହି ରୂପା ଇଟା ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇନଥିଲା । ତେଣୁ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନର ଧାରା ୩୫ବଳରେ ଏକ ମାମଲା ରୁଜୁ କରାଯାଇ ମଠ ମହନ୍ତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ନେଇ କୈଫିୟତ ତଲବ କରାଯାଇଥିଲା । ତେବେ ରୂପା ଇଟା ସମ୍ପର୍କରେ ତତ୍କାଳୀନ ମଠ ମହନ୍ତ ଗଦାଧର ରାମାନୁଜ ଦାସଙ୍କ ଉତ୍ତର ସନ୍ତୋଷ ଜନକ ନହେବାରୁ ଜବତ ରୂପା ଇଟାଗୁଡ଼ିକୁ ପୋଲିସ ହେପାଜତକୁ ନେଇଥିଲା, ମଠ ମହନ୍ତଙ୍କୁ ଆଜୀବନ ଟ୍ରଷ୍ଟି ପଦ ରଦ୍ଦ ପାଇଁ ନିର୍ଦେଶ ଦେଇଥିଲେ ରାଜ୍ୟ ଦେବାତ୍ତର କମିଶନର । ଆଉ ଓଡ଼ିଶା ଧାର୍ମିକ ହିନ୍ଦୁ ଅଧିକାର ଆଇନ୍ ଦ୍ବାରା ପରିଚାଳିତ ତଥା ଏହି ଆଇନ୍ ପରିସର ଭିତରେ ଏହି ସମ୍ପତ୍ତି ଅନ୍ତୁର୍ଭୁକ୍ତ ହୋଇନଥିବାରୁ ଜବତ ରୂପା ଇଟାଗୁଡ଼ିକୁ ପୋଲିସ ହେପାଜତରେ ରଖାଯାଇଥିଲା ।

କେବଳ ରୁପା ଇଟା ନୁହେଁ । ଅତୀତରେ ଧନ, ଦାନ, କୀର୍ତ୍ତିସବୁଥିରେ ଆଗରେ ଥିଲା ଏହି ମଠ । ରାଜ୍ୟର ସବୁଠୁ ଧନୀ ମଠ ଭାବେ ପରିଚିତ ଥିବା ଏମାର ମଠ ବିପତ୍ତି ସମୟରେ ଲୋକଙ୍କ ସହିତ ରହିଥିଲା। ଦୁଃଖୀରଙ୍କିଙ୍କ ପାଇଁ ଦୁଇଟି ଅନ୍ନଛତ୍ର ମଧ୍ୟ ଖୋଲିଥିଲା, ଯାହା ରୀମା ଛତ୍ର ଓ ଏମାର ଛତ୍ର ନାମରେ ପରିଚିତ। ମହନ୍ତ ଗଦାଧର ରାମାନୁଜ ଦାସଙ୍କ ସମୟରେ ଓଡ଼ିଶାରେ ଦୁର୍ଭିକ୍ଷ ଦେଖା ଦେଇଥିଲା। ସେ ସମୟରେ ମଠରେ ଯେତେ ସବୁ ଧାନଚାଉଳ ଗଚ୍ଛିତ ଥିଲା, ତାହା ଦୁର୍ଭିକ୍ଷ ପ୍ରପୀଡ଼ିତଙ୍କୁ ଦିଆଯାଇଥିଲା। ଅଚଳାଚଳ ସମ୍ପତ୍ତିର ମାଲିକ ଥିଲେ ଏଠାକାର ମହନ୍ତ।

ସୁନାରୁପାର ଅମାର, ବିରାଟ ଧାନକୋଠି ଆଦି ଏଠାରେ ରହିଥିଲା। ଶ୍ରୀମନ୍ଦିର ପରିଚାଳନାରେ ବି ଏହି ମଠର ଅନେକ ଅବଦାନ ରହିଛି। ଅତୀତରେ ଶ୍ରୀମନ୍ଦିରରେ ଆର୍ଥିକ ସଂକଟ ସମୟରେ ସହଯୋଗର ହାତ ବଢ଼ାଇଥିଲା ମଠ। ଶ୍ରୀକ୍ଷେତ୍ର ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କ୍ଷେତ୍ରରେ ମଠ ଅନେକ ସହାୟତା ଦେଇଛି। ଲିଙ୍ଗରାଜ ମନ୍ଦିର ବିନ୍ଦୁସାଗର ପୁଷ୍କରିଣୀର ପୁନରୁଦ୍ଧାର, ଶ୍ରୀମନ୍ଦିର ମରାମତି ଓ ପରିଚାଳନା ପାଇଁ ମଠର ମହନ୍ତ ଗଦାଧର ରାମାନୁଜ ଦାସ ବହୁ ଅର୍ଥ ଦାନ କରିଥିଲେ। ୧୯୨୧ ମସିହାରେ ନରେନ୍ଦ୍ର ପୁଷ୍କରିଣୀ ପାଇଁ ୮୪ ହଜାର, ଶ୍ବେତଗଙ୍ଗା ପୁଷ୍କରିଣୀ ପାଇଁ ୨୫ ହଜାର, ଶ୍ରୀମନ୍ଦିର ପାଇଁ ୧୫ ହଜାର ଟଙ୍କା ସହାୟତା ଦେଇଥିଲେ।

   Related Posts