Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବୁଢ଼ଆଣୀ ଜାଲପରି ଛନ୍ଦି ହୋଉଛି ଏସିଏଫଓଙ୍କ ମର୍ଡର ମିଷ୍ଟ୍ରି, ଛାନ୍‌ଭିନ୍‌ କରୁଛି ପୋଲିସ୍‌ ଓ କ୍ରାଇମ୍‌ବ୍ରାଞ୍ଚ, ଉଠୁଛି ଅନେକ ପ୍ରଶ୍ନ…

21/07/2021 at 9:25 PM

ପାରଳାଖେମୁଣ୍ଡି,୨୧ /୦୭:  ସମୟ ଗଡ଼ିବା ସାଙ୍ଗରେ ସସପେନ୍ସ ଭିତରେ ଛନ୍ଦି ହେବାରେ ଲାଗିଛି ଏସିଏଫ୍ଓ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲା। ହତ୍ୟା, ଆତ୍ମହତ୍ୟା ନା ଦୁର୍ଘଟଣା । ସ୍ବୟଂକୃତ, ଦୈବୀକୃତ ନା ଷଡ଼ଯନ୍ତ୍ର । ଏସବୁ ପ୍ରଶ୍ନ ପାଇଁ ପାରଳାଖେମୁଣ୍ଡିରୁ କପ୍ତିପଦା ପର୍ଯ୍ୟନ୍ତ ଚାଲିଛି ଉତ୍ତର ଖୋଜା । କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚିବା ପରେ ଏବେ ଡିଏଫଓ ଓ ଓଆଇସିଙ୍କୁ ପଚରାଉଚୁରା ପାଇଁ ପୋଲିସ ପ୍ରସ୍ତୁତ ହୋଇଛି । ସେପଟେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ହାତଲେଖା ଚିଠି ମାମଲାକୁ ଆହୁରି ଚାଞ୍ଚଲ୍ୟକର କରିଛି ।

ଏସିଏଫ୍ଓ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ଆସିବାରେ ଲାଗିଛି ଟ୍ବିଷ୍ଟ ପରେ ଟ୍ବିଷ୍ଟ । ସସପେନ୍ସର କୁହୁଡ଼ି ଭିତରେ ଆକ୍ତାମାକ୍ତା ହୋଇ ପାରଳାଖେମୁଣ୍ଡି ପୋଲିସ ଇନଭେଷ୍ଟିଗେସନ୍‌ ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚର ଏଣ୍ଟ୍ରି ତଦନ୍ତକୁ ତ୍ବରାନ୍ବିତ କରିଛି । ଏସିଏଫ୍‌ଓଙ୍କ ମୃତ୍ୟୁ ମାମଲାରେ ପରିବାର ପକ୍ଷରୁ ଦାୟର ଏତଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ନାଁ ଥିବାରୁ ଏବେ ତାଙ୍କୁ ଜେରା କରିବାକୁ ସଜବାଜ ହେଉଛି ଗଜପତି ପୋଲିସ । ବିଦ୍ୟା ଭାରତୀଙ୍କ ସହ ଡିଏଫଓଙ୍କର କି ସମ୍ପର୍କ ଥିଲା ? ଘଟଣା ଦିନ ରାତିରେ ଡିଏଫଓ କେଉଁଠି ଥିଲେ ? ସୌମ୍ୟଙ୍କ ସହ ତାଙ୍କର ସମ୍ପର୍କ କେମିତି ଥିଲା ? ସୌମ୍ୟଙ୍କ ପରିବାର ଲୋକ ସଂଗ୍ରାମଙ୍କ ବିରୋଧରେ ଆଣିଥିବା ଅଭିଯୋଗର ସତ୍ୟତା କେତେ ? ଏମିତି ପ୍ରଶ୍ନ ଜାଲରେ ଡିଏଫଓଙ୍କୁ ଛନ୍ଦି ସତ ଓଗାଳିବାକୁ ପ୍ରୟାସ କରିବ ଉଭୟ କ୍ରାଇମବ୍ରାଞ୍ଚ ଓ ପୋଲିସ । ସେହିପରି ଘଟଣା ଦିନ ରାସ୍ତାରେ ଆମ୍ବୁଲାନ୍ସ ଅଟକାଇଥିବା ଗୁରାଣ୍ଡି ଥାନା ଓଆଇସିଙ୍କୁ ମଧ୍ୟ ପଚରାଉଚୁରା କରାଯିବ । କପ୍ତିପଦା ଯାଇ ବିଦ୍ୟା ଭାରତୀଙ୍କୁ ଜେରା କରି ଫେରିଥିବା ପୋଲିସ ଟିମ୍‌ ଠାରୁ ତଥ୍ୟ ମିଳିବା ପରେ ହିଁ ପରବର୍ତ୍ତୀ ଷ୍ଟେପ୍‌ ନିଆଯିବ । ବିଦ୍ୟା ଭାରତୀ ଓ ସୌମ୍ୟଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି ।

ସେପଟେ ଗତକାଲି ପତି-ପତ୍ନୀଙ୍କ ଫୋନ୍ ଅଡିଓ ସାମ୍ନାକୁ ଆସିବା ପରେ ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଏକ ହାତଲେଖା ଚିଠିକୁ ନେଇ ଧୁମ୍ ଚାଲିଛି ଚର୍ଚ୍ଚା ।ଯେଉଁଥିରେ  ବିଦ୍ୟାଭାରତୀ ଲେଖିଛନ୍ତି…

ସୌମ୍ୟଙ୍କ ସହ ବାହାଘର ମୋର ଭୁଲ ନିଷ୍ପତ୍ତି ଥିଲା । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜଣକର ଜୀବନକୁ ନଷ୍ଟ କରିଦିଏ, ତାହା ମୋ ଜୀବନରେ ଘଟିଛି । ଭଗବାନ ଏଥିପାଇଁ ମୋତେ କ୍ଷମା କରିଦିଅ । ମୁଁ କେବେ କାହାର କ୍ଷତି କରିନାହିଁ । କାହାକୁ କଷ୍ଟ ଦେଇନାହିଁ । କେମିତି ଆଉ ୩ ଦିନ କଟିବ ଓ ୧୨ରୁ ୧୫ ଶାନ୍ତିରେ ରହିବି । ମୁଁ ପୃଥିବୀରେ ଏହି ମଣିଷକୁ ସବୁଠୁ ଅଧିକ  ଘୃଣା କରେ ।

ବିଦ୍ୟାଭାରତୀ କାହିଁକି ଏମିତି ଲେଖିଲେ ?  ଏହି ୩ ଦିନ କେମିତି କଟିବର ଅର୍ଥ କଣ ? କେଉଁ ତିନି ଦିନ ବାବଦରେ ଚିଠିରେ ଉଲ୍ଲେଖ କରିଛନ୍ତି ବିଦ୍ୟା ଭାରତୀ ? ଚିଠି ଲେଖିଥିବା କଥା ସ୍ବୀକାର କରିଥିଲେ ମଧ୍ୟ ଏହି ସବୁ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତକ କିନ୍ତୁ ବିଦ୍ୟା ଭାରତୀ ଦେଇପାରିନାହାନ୍ତି ?

ଅନ୍ୟପଟେ ସୌମ୍ୟଙ୍କ ପରିବାର ଲୋକେ ବିଦ୍ୟା ଭାରତୀ, ଡିଏଫଓ ଓ ରୋଷେୟା ମନ୍ମଥ କୁମ୍ଭଙ୍କର ପଲିଗ୍ରାଫ୍ ଟେଷ୍ଟ ପାଇଁ ଦାବି କରିଛନ୍ତି । ସେହିପରି ଗତକାଲି ବୋହୂ ଆଣିଥିବା ଅଡିଓ କ୍ଲିପ୍‌ର ପୂରା ଅଡିଓ ସାମ୍ନାକୁ ଆସିବା ଦରକାର ବୋଲି ପରିବାର ଲୋକ କହିଛନ୍ତି ।

ବୁଢ଼ିଆଣୀ ଜାଲର ଅଡ଼ୁଆ ସୂତା ପରି ଛନ୍ଦି ହେବାରେ ଲାଗିଛି ସୌମ୍ୟଙ୍କ ମର୍ଡର ମିଷ୍ଟ୍ରି । କେବେ ପୂରା ଘଟଣା ଉପରୁ ରହସ୍ୟ ଉଠୁଛି, ଏବେ ତାହାକୁ ହିଁ ସମସ୍ତଙ୍କ ଅପେକ୍ଷା ।

   Related Posts