ଆସିଲା ସମସ୍ତ ୯୧ ସଂକ୍ରମିତଙ୍କ ତଥ୍ୟ, ଭଦ୍ରକରୁ ସର୍ବାଧିକ ୨୮ ପଜିଟିଭ୍

Published By : Prameya-News7 Bureau | May 17, 2020 IST

ଭୁବନେଶ୍ୱର ୧୭।୦୫: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ରବିବାର ରାଜ୍ୟରେ ଆଉ ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି ।

wp:html /wp:html

ଆଜି ରାଜ୍ୟରେ ମୋଟ ୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଥାକ୍ରମେ ଭଦ୍ରକ ଜିଲ୍ଳାରୁ ୨୮ ବାଲେଶ୍ବର ଜିଲ୍ଳାରୁ ୧୭ ଗଞ୍ଜାମ ଜିଲ୍ଲାରୁ ୧୫, କଟକ ଜିଲ୍ଲା ୧୨, ପୁରୀ ଜିଲ୍ଲାରୁ ୭, କେନ୍ଦୁଝର ଜିଲ୍ଲାରୁ ୪, ଖୋର୍ଦ୍ଧା ଜିଲ୍ଲାରୁ ୩, ବଲାଙ୍ଗିରୀ ୨, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ୍ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୮୮ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି ।

wp:html /wp:html

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କର ସୁରଟ ଓ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଯଥାକ୍ରମେ କେନ୍ଦ୍ରାପଡାରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସୁରଟ ଲିଙ୍କ ରହିଛି । କିଛି ଦିନ ତଳେ ସେ ସିୁରଟ ଫେରି କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ସେହିପରି ଗଞ୍ଜାମରୁ ଚିହ୍ନଟ ହୋଇଥିବା ୧୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣଙ୍କ ସରୁଟ ଲିଙ୍କ୍‌ ରହିଥିବା ବେଳେ ଜଣେ ସଂକ୍ରମିତ ପୂର୍ବର ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସଥିବା ଜଣାପଡିଛି । ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୩ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ସୁରଟରୁ ଫେରି କ୍ୱାରେଣ୍ଟାଇନ୍‌ରେ ରହିଥିଲେ ଏବଂ ଜଣେ ସଂକ୍ରମିତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । କଟକରୁ ଚିହ୍ନଟ ହୋଇଥିବା ୧୨ଜଣଙ୍କ ମଧ୍ୟରୁ ୮ଜଣ ଅହମ୍ମଦାବାଦ, ୨ଜଣ ସୁରଟ , ଜଣେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଲିଙ୍କ୍‌ ରହିଛି । କିଛି ଦିନ ତଳେ ଏମାନେ ସମସ୍ତ ଫେରିଥିଲେ । ଏବଂ ଫେରିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା ।

{"id":271200,"width":578,"height":735,"sizeSlug":"large"}

କେନ୍ଦୁଝରରୁ ଚିହ୍ନଟ ହୋଇଥିବା ୪ଜଣ ଆକ୍ରାନ୍ତମଙ୍କ ମଧ୍ୟରୁ ଜଣେ ଲେଖାଏଁ ସୁରଟ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବହ୍ଗ ଫେରନ୍ତା । ସମସ୍ତେ କିଛି ଦିନ ତଳେ ସମସ୍ତେ ଏହିସବୁ ରାଜ୍ୟରୁ ଫେରିଥିଲେ। ଏବଂ ଫେରିବା ପରେ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇଜଣ ଆକ୍ରାନ୍ତ ସୁରଟ ଫେରନ୍ତା । ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ । ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ କିଛି ଦିନ ତଳେ ଅହମ୍ମଦାବାଦରୁ ଫେରିଥିଲେ । ଏବଂ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ପୁରୀରୁ ଚିହ୍ନଟ ହୋଇଥିବା ୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ପଶ୍ଚିମବଙ୍ଗ, ୩ଜଣ ସୁରଟ ଫେରନ୍ତା ଓ ଜଣେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ଆଜି ଭଦ୍ରକରୁ ସର୍ବାଧିକ କରୋନା ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭ଜଣ ସୁରଟ, ୮ଜଣ ପଶ୍ଚିମବଙ୍ଗ , ୨ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ହାଇଦ୍ରାବାଦରୁ କିଛି ଦିନ ତଳେ ଫେରଥିଲେ । ସମସ୍ତ ସଂକ୍ରମିତ କ୍ୱାରେଣ୍ଟାଇନ୍‌ ସେଣ୍ଟରର ବୋଲି ସୂଚନା ରହିଛି । ସେହିପରି ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଦ୍ୱିତୀୟ ସ୍ଥାନରେ ବାଲେଶ୍ୱର ରହିଛି । ଏକାସାଙ୍ଗରେ ଜିଲ୍ଲାରୁ ୧୭ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ସୁରଟ, ୩ଜଣ ପଶ୍ଚିମବଙ୍ଗ, ୧୦ଜଣ ହାଇଦ୍ରାବାଦ, ଜଣେ ମହାରାଷ୍ଟ୍ରରୁ କିଛି ଦିନ  ତଳେ ଫେରିଥିଲେ । ସେହିପରି ଅନ୍ୟ ଆକ୍ରାନ୍ତ ଜଣଙ୍କ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.