Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଆସିଲା ୮୬ ସଂକ୍ରମିତଙ୍କ ତଥ୍ୟ, ଯାଜପୁର ଜିଲ୍ଲାରୁ ସର୍ବାଧିକ ପଜିଟିଭ୍

22/05/2020 at 11:39 AM

ଭୁବନେଶ୍ବର ୨୨।୫: ରାଜ୍ୟରେ ଶୁକ୍ରବାର ୮୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୮୯ରେ ପହଞ୍ଚିଛି । ତେବେ ସମସ୍ତ ୮୬ ସଂକ୍ରମିତଙ୍କ ତଥ୍ୟ ଆସିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଶୁକ୍ରବାର ଚିହ୍ନଟ ହୋଇଥିବା ୮୬ ସଂକ୍ରମିତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୪୬ ଜଣ, କଟକ ଜିଲ୍ଲାରୁ ୧୧ ଜଣ, ନୟାଗଡ ଜିଲ୍ଲାରୁ ୬ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ, ବାଲେଶ୍ବର ଜିଲ୍ଲାରୁ ୩ ଜଣ, ଭଦ୍ରକ ଜିଲ୍ଲାରୁ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ପୁରୀ ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର ଜିଲ୍ଲାରୁ ୨ ଜଣ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ରହିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୮୦ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ କଣ୍ଟେନମେଣ୍ଟ ଜୋନ୍‌ରୁ ଜଣେ ରହିଛନ୍ତି । ସେହିପରି ୫ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ସଂକ୍ରମିତ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଗୁଜୁରାଟରୁ ଫେରିଥିବା ବେଳେ ଦୁଇ ଜଣ ପଶ୍ଚିମବଙ୍ଗରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

ସେହିପରି ନୟାଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୬ ଜଣ ସଂକ୍ରମିତ ସୁରଟରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗରୁ, ୩ ଜଣ ଗୁଜୁରାଟରୁ, ଜଣେ ତାମିଲନାଡୁ ଏବଂ ଜଣେ ତେଲେଙ୍ଗାନାରୁ ଫେରିଥିଲେ । ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ମହାରାଷ୍ଟ୍ରରୁ ଏବଂ ଜଣେ ତେଲେଙ୍ଗାନାରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

ସେହିପରି ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ସୁରଟରୁ ଫେରିଥିବା ବେଳେ ଜଣେ ତାମିଲନାଡୁରୁ ଫେରିଥିଲେ । ଏମାନେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪୬ ସଂକ୍ରମିତଙ୍କ ମଧ୍ୟରୁ ୩୭ ଜଣ ପଶ୍ଚିମବଙ୍ଗରୁ, ଜଣେ ତେଲେଙ୍ଗାନାରୁ, ୨ ଜଣ ତାମିଲନାଡୁ, ୪ ଜଣ ୟୁଏଇ, ଜଣେ ଛତିଶଗଡ ଏବଂ ଜଣେ ହରିୟାଣାରୁ ଫେରିଥିଲେ । ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ କଣ୍ଟେଟମେଣ୍ଟ ଅଞ୍ଚଳର ।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଦୁଇ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ସଂକ୍ରମିତ ମହାରାଷ୍ଟ୍ରରୁ ଫେରିଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୭୮୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୩୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

   Related Posts