ଆସିଲା ୭୬ ସଂକ୍ରମିତଙ୍କ ତଥ୍ୟ, ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ପଜିଟିଭ୍

Published By : Prameya-News7 Bureau | May 27, 2020 IST

ଭୁବନେଶ୍ବର ୨୭।୫: ରାଜ୍ୟରେ ବୁଧବାର ୭୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୯୩ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ୭୬ ସଂକ୍ରମିତଙ୍କ ତଥ୍ୟ ଆସିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ନୟାଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇ ସଂକ୍ରମିତ ସୁରଟରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଝାଡଖଣ୍ଡରୁ ଏବଂ ଅନ୍ୟ ଜଣେ ମହାରାଷ୍ଟ୍ରରୁ ଫେରି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

wp:html /wp:html

ସେହିପରି ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୦ ସଂକ୍ରମିତଙ୍କ ମଧ୍ୟରୁ ୮ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ୬ ଜଣ ସୁରଟରୁ ଫେରିଥିବା ବେଳେ ଦୁଇ ଜଣ ସ୍ଥାନୀୟ ଲୋକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୩ ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ ସୁରଟରୁ ଫେରିଥିବା ବେଳେ ୩ ଜଣ ମହାରାଷ୍ଟ୍ରରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ମୟୁରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ସୁରଟରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

wp:html /wp:html

ସେହିପରି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ ସଂକ୍ରମିତଙ୍କ ମଧ୍ୟରୁ ୮ ଜଣ ଗୁଜୁରାଟରୁ, ଦୁଇ ଜଣ ମହାରାଷ୍ଟ୍ରରୁ ଏବଂ ଜଣେ ତାମିଲନାଡୁରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ବାଲେଶ୍ବର ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇ ସଂକ୍ରମିତଙ୍କ ମଧ୍ୟରୁ ଜଣେ ତାମିଲନାଡୁରୁ ଏବଂ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ । ଉଭୟ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୬ ସଂକ୍ରମିତଙ୍କ ମଧ୍ୟରୁ ୮ ଜଣ ମହାରାଷ୍ଟ୍ରରୁ, ୫ ଜଣ ପଶ୍ଚିମବଙ୍ଗରୁ, ଜଣେ ଆନ୍ଧ୍ରପ୍ରଦେଶ, ଜଣେ ଗୁଜୁରାଟରୁ ଏବଂ ଜଣେ ତାମିଲନାଡୁରୁ ଫେରିଥିଲେ ।

wp:html /wp:html

ସେହିପରି ନୂଆପଡା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୩ ସଂକ୍ରମିତଙ୍କ ମଧ୍ୟରୁ ୧୨ ଜଣ ମହାରାଷ୍ଟ୍ରରୁ ଏବଂ ଜଣେ ଗୁଜୁରାଟରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୬ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ମହାରାଷ୍ଟ୍ରରୁ ଏବଂ ଦୁଇ ଜଣ ପଶ୍ଚିମବଙ୍ଗରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.