ଆସିଲା ୬୭ ସଂକ୍ରମିତଙ୍କ ତଥ୍ୟ, ପୁରୀ ଜିଲ୍ଲାରୁ ସର୍ବାଧିକ ପଜିଟିଭ୍
24/05/2020 at 12:47 PM

ଭୁବନେଶ୍ବର ୨୪।୫: ରାଜ୍ୟରେ ଶନିବାର ୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୬ରେ ପହଞ୍ଚିଛି । ତେବେ ସମସ୍ତ ୬୭ ସଂକ୍ରମିତଙ୍କ ତଥ୍ୟ ଆସିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ରବିବାର ଚିହ୍ନଟ ୬୭ ସଂକ୍ରମିକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୭ ଜଣ, ପୁରୀ ଜିଲ୍ଲାରୁ ୧୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୨ ଜଣ, ନୟାଗଡ ଜିଲ୍ଲାରୁ ୧୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଅନୁଗୋଳ ଜିଲ୍ଲାରୁ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ ଜଣ, ମାଲକାନଗିରି ଜିଲ୍ଲାରୁ ୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ ରହିଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ସ୍ଥାନୀୟ ଅଞ୍ଚଳର । ସେ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିଲେ । ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସର୍ବାଧିକ ୧୬ ସଂକ୍ରମିତଙ୍କ ମଧ୍ୟରୁ ୧୫ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୧ ଜଣ ସୁରଟରୁ, ଜଣେ ତାମିଲନାଡୁରୁ ଏବଂ ୩ ଜଣ ପଶ୍ଚିମବଙ୍ଗରୁ ଫେରିଥିଲେ । ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିଲେ ।
Total Positive Cases till 9 am: 1336
— I & PR Department, Odisha (@IPR_Odisha) May 24, 2020
Active Cases: 831
New Cases: 67
01 case in Bhubaneswar
(In home quarantine. Local case)
16 cases in Puri
(15 in quarantine centres. 11 Surat, 1 TN & 3 WB returnees. 1 local case in home quarantine)
ସେହିପରି ନୟାଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୩ ସଂକ୍ରମିତଙ୍କ ମଧ୍ୟରୁ ୯ ଜଣ ସୁରଟ ଏବଂ ୪ ଜଣ ଆନ୍ଧ୍ରପ୍ରଦେଶରୁ ଫେରିଛନ୍ତି । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଅନୁଗୋଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ତାମିଲନାଡୁରୁ, ୨ ଜଣ ମହାରାଷ୍ଟ୍ରରୁ ଏବଂ ଦୁଇ ଜଣ ସୁରଟରୁ ଫେରିଥିଲେ । ଅନ୍ୟ ଜଣେ ମହାରାଷ୍ଟ୍ର ବସ୍ର ହେଲପର । କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨ ଜଣ ସଂକ୍ରମିତ ଗୁଜୁରାଟରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।
13 cases in Nayagarh
— I & PR Department, Odisha (@IPR_Odisha) May 24, 2020
(All in quarantine centres. 9 Surat & 4 AP returnees)
06 cases in Angul
(All in quarantine centres. 1 TN, 2 Maharastra & 2 Surat returnees & 1 Bus helper of Maharastra Bus)
02 cases in Cuttack
(All in quarantine centre. Gujarat returnees)
ଖୋର୍ଦ୍ଧା ଜିଲ୍ଲାରୁ ଅନ୍ୟ ଦୁଇ ଜଣ ସଂକ୍ରମିତ ତେଲେଙ୍ଗାନାରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁରଟରୁ ଫେରିଥିବା ବେଳେ ୬ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭ ସଂକ୍ରମିତଙ୍କ ମଧ୍ୟରୁ ୬ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ସୁରଟରୁ, ୩ ଜଣ ମହାରାଷ୍ଟ୍ରରୁ, ଜଣେ ଆନ୍ଧ୍ରପ୍ରଦେଶରୁ ଏବଂ ଜଣେ ଛତିଶଗଡରୁ ଫେରିଥିଲେ । ଅନ୍ୟ ଜଣେ ଦିଲ୍ଲୀରୁ ଫେରି ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିଲେ ।
02 cases in Khurdha
— I & PR Department, Odisha (@IPR_Odisha) May 24, 2020
(All in quarantine centres. Telengana returnees)
07 cases in Ganjam
(All in quarantine centres.1 Surat returnee and 6 local cases)
07 cases in Bolangir
(6 in quarantine centres. 1 Surat, 3 M'rashtra, 1 AP & 1 CG. 1 Delhi returnee, in home quarantine)
ସେହିପରି ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ମହାରାଷ୍ଟ୍ରରୁ, ଜଣେ ତାମିଲନାଡୁରୁ ଏବଂ ଜଣେ ପଶ୍ଚିମବଙ୍ଗରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ମାଲକାନଗିରି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇ ଜଣ ସଂକ୍ରମିତ ତାମିଲନାଡୁରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଜଗତସିଂହପୁର ଜିଲ୍ଲାରୁ ଟିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଗୁଜୁରାଟରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।
04 cases in Sundergarh
— I & PR Department, Odisha (@IPR_Odisha) May 24, 2020
(All in quarantine centres. 2 Maharastra, 1 TN & 1 WB returnees)
02 cases in Malkangiri
(All in quarantine centres. TN returnees)
01 case in Jagatsinghpur
(In quarantine centre. Gujarat returnee)
ସେହିପରି କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ନୂଆପଡା ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ମହାରାଷ୍ଟ୍ରରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଢେଙ୍କାନାଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ସୁରଟରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।
04 cases in Kalahandi
— I & PR Department, Odisha (@IPR_Odisha) May 24, 2020
(All in quarantine centres. 2 WB returnees & 2 Local cases)
01 case in Nuapada
(In quarantine centre. Maharashtra returnee)
01 case in Dhenkanal
(In quarantine centre. Surat returnee)