ଆସିଲା ସମସ୍ତ ୪୮ ସଂକ୍ରମିତଙ୍କ ତଥ୍ୟ, ଯାଜପୁରରୁ ସର୍ବାଧିକ ୧୬ପଜିଟିଭ୍

Published By : Prameya-News7 Bureau | May 18, 2020 IST

ଭୁବନେଶ୍ୱର ୧୮।୦୫ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ରବିବାର ରାଜ୍ୟରେ ଆଉ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି ।

wp:html /wp:html

ଆଜି ଚିହ୍ନଟ ହୋଇଥିବା ୪୮ ସଂକ୍ରମିତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୧୬ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫ଜଣ, ପୁରୀ ଜିଲ୍ଲାରୁ ୪ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୩ଜଣ, ନୟାଗଡ ଜିଲ୍ଲାରୁ ୩ଜଣ, ବଲାଙ୍ଗୀରରୁ ୨ଜଣ, କନ୍ଧମାଳ ଜିଲ୍ଲାରୁ ପ୍ରଥମ ଥର ପାଇଁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ,କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ କ୍ୱାରେଣ୍ଟାଇନ୍‌ ସେଣ୍ଟର ଥିବା ଜଣାପଡିଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି ।

wp:html /wp:html

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କର ସୁରଟ ଓ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଯଥାକ୍ରମେ କେନ୍ଦ୍ରାପଡାରୁ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଛି । କିଛି ଦିନ ତଳେ ସେ ପଶ୍ଚିମବଙ୍ଗରୁ ଫେରି କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ସେହିପରି ଗଞ୍ଜାମରୁ ଚିହ୍ନଟ ହୋଇଥିବା ୧୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣଙ୍କ ସୁରଟ ଫେରନ୍ତା‌ ରହିଥିବା ବେଳେ ଜଣେ ସଂକ୍ରମିତ ବେଙ୍ଗାଲୁରୁ ଫେରନ୍ତା । ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ସୁରଟରୁ ଫେରି କ୍ୱାରେଣ୍ଟାଇନ୍‌ରେ ରହିଥିଲେ । କଟକରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ମହାରାଷ୍ଟ୍ର ଫେରନ୍ତା । ଏବଂ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ବୌଦ୍ଧରୁ ଚିହ୍ନଟ ଆକ୍ରାନ୍ତ ମଧ୍ୟ ସୁରଟ ଫେରନ୍ତା । ତେବେ ନୟାଗଡରୁ ଆଜି ଚିହ୍ନଟ ହୋଇଥିବା ୩ଜଣ ସଂକ୍ରମିତ ଗୁଜରାଟର ଅହମ୍ମଦାବାଦରୁ ଫେରିଥିଲେ । ଏବଂ ପରେ ଆସିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।

wp:html /wp:html

କନ୍ଧମାଳରୁ ଚିହ୍ନଟ ହୋଇଥିବା ୨ଜଣ କରୋନା ଆକ୍ରାନ୍ତ ତାମିଲନାଡୁ ଫେରନ୍ତା । କିଛି ଦିନ ସେଠାରୁ ଫେରି ଏମାନେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ପୁରୀରୁ ଚିହ୍ନଟ ହୋଇଥିବା ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ତାମିଲନାଡୁ ଫେରନ୍ତା, ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ଓ ଜଣେ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ସେହିପରି ଯାଜପୁରରୁ ଚିହ୍ନଟ ହୋଇଥିବା ୧୬ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ୭ଜଣ ପଶ୍ଚିମବଙ୍ଗ ଫେରନ୍ତା, ଜଣେ ତେଲେଙ୍ଗାନା ଫେରନ୍ତା, ୪ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା ଓ ୪ଜଣ ଅହମ୍ମଦାବାଦରୁ ଫେରିଥିଲେ । ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.