ଭାରତର ୫ ଜଣ ବିଶ୍ବ ସୁନ୍ଦରୀଙ୍କ ସ୍ବାମୀଙ୍କ ବିଷୟରେ ଜାଣନ୍ତୁ

Published By : Prameya-News7 Bureau | November 10, 2019 IST

୧- ରୀତା ଫାରୀୟା- ରିତା ଫାରୀୟା- ରିତା ଫାରୀୟା ପ୍ରଥମ ଭାରତୀୟ ଓ ଏସୀୟ ମହିଳା ଯିଏ ୧୯୬୬ ମସିହାରେ ଲଣ୍ଡନରେ ମିସ ୱାଲର୍ଡର କ୍ରାଉନ ହାସଲ କରିଥିଲେ। ରୀତାଙ୍କ ପୁରା ନାଁ ହେଉଛି ରୀତା ଫାରୀୟା ପାୱେଲ। ୧୯୭୧ ମସିହାରେ ଏନଆରଆଇ ଡେଭିଡ ପାୱେଲଙ୍କୁ ବିବାହ କରିଥିଲେ ରିତା ଓ ଦୁହେଁ ଏବେ ନିଜ ବୈବାହିକ ଜୀବନରେ ବେଶ ଖୁସି ଅଛନ୍ତି।

{"id":181933}
wp:heading {"level":5}
୨- ପ୍ରିୟଙ୍କା ଚୋପ୍ରା- ୨୦୦୦ ମସିହାରେ ପ୍ରିୟଙ୍କା ମିସ ୱାର୍ଲଡ ୨୦୦୦ ପ୍ରତିଯୋଗିତାର ମୁକୁଟ ଜିତିଥିଲେ। ଆଜି ସେ ଭାରତର ସବୁଠୁ ସଫଳ ବିଶ୍ବ ସୁନ୍ଦରୀ ଭାବେ ପରିଚିତ । ପ୍ରିୟଙ୍କା ବଲିଉଡ ସିନେମା ଜଗତର ଜଣେ ଦାମୀ ଅଭିନେତ୍ରୀ । ବଲିଉଡ ସହ ହଲିଉଡରେ ମଧ୍ୟ ସେ ବେଶ ସଫଳତା ଲାଭ କରିଛନ୍ତି । ୨୦୧୮ ମସିହାରେ ସେ ହଲିଉଡ ଅଭିନେତା ତଥା ଗାୟକ ନିକ୍‌ ଯନାସଙ୍କୁ ବିବାହ କରିଲେ।
/wp:heading {"id":181934}
wp:heading {"level":5}
୩- ଯୁକ୍ତା ମୁଖୀ- ଯୁକ୍ତା ଜଣେ ଭାରତୀୟ ଅଭିନେତ୍ରୀ ତଥା ମଡେଲ । ୨୦୦୮ ମସିହାରେ ଆମେରିକାରର ଜଣେ ବ୍ୟବସାୟ ପ୍ରିନ୍ସ ତୁଲିଙ୍କୁ ବିବାହ କରିଥିଲେ ଯୁକ୍ତା । ଏହି ଦମ୍ପତ୍ତିଙ୍କ ଗ୍ରାଣ୍ଡ ବିବାହ ଓ ରିସେପଶନ ପାର୍ଟି ଖୁବ ଚର୍ଚ୍ଚାରେ ଥିଲା । ଉଭୟଙ୍କର ଏକ ପୁଅ ଅଛି । ୨୦୧୪ ମସିହାରେ ଯୁକ୍ତା ଓ ପ୍ରିନ୍ସଙ୍କ ବିବାହ ବିଚ୍ଛେଦ ହୋଇଥିଲା।
/wp:heading {"id":181935,"width":569,"height":773}
wp:heading {"level":5}
୪- ଡାୟନା ହେଡନ- ୧୯୯୭ ମସିହାରେ ଡାୟନା ହେଡନ ବିଶ୍ବ ସୁନ୍ଦରୀର କ୍ରାଉନ ଜିତିଥିଲେ । ଅଭିନେତ୍ରୀ ଡାୟନା ନିଜ ଫିଲ୍ମ କ୍ୟାରିଅରରେ କିଛି ଖାସ କରିପାରି ନ ଥିଲେ। ୨୦୧୩ ମସିହାରେ କଲିନ୍‌ ଡିକ୍‌ଙ୍କୁ ବିବାହ କରିଥିଲେ ଡାୟନା।  
/wp:heading {"id":181937}

୫- ଐଶ୍ବର୍ଯ୍ୟା ରାୟ ବଚ୍ଚନ- ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ତାଙ୍କ ଅଭିନୟ ପାଇଁ ସାରା ବିଶ୍ବରେ ପରିଚିତ । ୧୯୯୪ ମସିହାରେ ଐଶ୍ବର୍ଯ୍ୟା ରାୟ ବିଶ୍ବ ସୁନ୍ଦରୀର ମୁକୁଟ ହାସଲ କରିଥିଲେ । ୨୦୦୭ ମସିହାରେ ଐଶ୍ବର୍ଯ୍ୟା ବଲିଉଡର ସୁପରଷ୍ଟାର ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ । ଉଭୟଙ୍କୁ ବଲିଉଡର ସବୁଠୁ ପାୱରଫୁଲ ଓ ସୁନ୍ଦର ଯୋଡି ବୋଲି କୁହାଯାଏ। ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କର ଲାଡଲି ଝିଅ ଆରାଧ୍ୟା ଏବେ ଷ୍ଟାର କିଡ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ରୁହନ୍ତି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.