Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

‘ଫନି’ ସଂପର୍କରେ ପୂରା ଖବର ଏହି ଗୋଟିଏ ରିପୋର୍ଟରେ, ପଢନ୍ତୁ

1/05/2019 at 6:31 PM

ଭୁବନେଶ୍ବର ୧|୫: ଗଭୀର  ସମୁଦ୍ର ଭିତରେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନ୍‌ରେ ପରିଣତ ହୋଇସାରିଛି ସାମୁଦ୍ରିକ ଝଡ଼ ବାତ୍ୟା ଫନି । ପୁରୀ ଠାରୁ ୬୫୦ କିଲୋମିଟର ଦୂରରେ ରହିଥିବା ବେଳେ ୩ ତାରିଖ ଅପରାହ୍ଣରେ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି । ଗୋପାଳପୁର-ଚାନ୍ଦବାଲି ମଧ୍ୟରେ ଫୋନି ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟ ପକ୍ଷରେ ଏହି ସାମୁଦ୍ରିକ ଝଡ଼ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଉଦୟଗିରିରେ କିମ୍ବା ପୁରୀ ବାଲୁଘାଟ ଅଂଚଳରେ ଲ୍ୟାଣ୍ଡଫଲ କରିବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି । ଫୋନି ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୭୫ରୁ ୧୮୫ କିଲୋମିଟର ରହିବ ବୋଲି କୁହାଯାଉଛି । ଏମିତିକି ପବନର ବେଗ ୨୦୦ କିଲୋମିଟର ଟପିପାରେ ବୋଲି ବି ଆକଳନ କରାଯାଉଛି । ତେବେ କ’ଣ ରହିଛି ବାତ୍ୟା  ଫୋନିକୁ ନେଇ ଲାଟେଷ୍ଟ ଅପ୍‌ଡେଟ୍‌ ଜାଣନ୍ତୁ ।

୧.ସାମୁଦ୍ରିକ ଝଡ଼ ବାତ୍ୟା ଫୋନିକୁ ନେଇ ଆଶଙ୍କା ଓ ପୂର୍ବାନୁମାନ ଭିତରେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ପୁରୀ ଛାଡ଼ିବାକୁ ପର୍ଯ୍ୟଟକମାନଙ୍କୁ ନିର୍ଦେଶ ଦିଆଯାଇଛି । ୩ରୁ ୪ ତାରିଖ ମଧ୍ୟରେ ସାମୁଦ୍ରିକ ଝଡ଼ ଫୋନି ଦ୍ବାରା ପ୍ରଭାବିତ ହେବାକୁ ଥିବା ଅଂଚଳରେ ଅନାବଶ୍ୟକ ଭ୍ରମଣରୁ ବିରତ ରହିବାକୁ ମଧ୍ୟ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଛି ।

୨.ଫୋନି ପ୍ରଭାବରେ ଉପକୂଳଠାରୁ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଳାରେ ପ୍ରବଳ ବର୍ଷା ହେବ ।  ତେବେ ବର୍ଷାର ପରିମାଣକୁ ଆକଳନ କରାଯାଇ ବିଭିନ୍ନ ଜିଲ୍ଲାରେ ଅରେଞ୍ଜ, ରେଡ୍‌ ଓ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ନଜର ପକାଇବା କେଉଁ ଦିନ କେଉଁ କେଉଁ ଯାଗାରେ ବର୍ଷାକୁ ନେଇ କ’ଣ ଓ୍ବାର୍ଣ୍ଣିଂ ରହିଛି । ୨ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ କୁଆପଥର ବର୍ଷାର ଆଶଙ୍କା ରହିଛି । ୩ ତାରିଖରେ ଗଜପତି ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରୁଭଞ୍ଜରେ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହି ୩ ତାରିଖରେ ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣିଂ ଜାରି କରାଯାଇଛି । ଏଠାରେ ପାଗ ମେଘୁଆ ରହିବା ସହ କାଁ ଭାଁ ବର୍ଷା ହୋଇପାରେ । ୪ ତାରିଖରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, କେନ୍ଦୁଝର ଓ ମୟୁରଭଞ୍ଜରେ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅର୍ଥାତ୍‌ ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିଭଳି ୪ ତାରିଖରେ କଟକ, ଢ଼େଙ୍କାନାଳ ଓ ଅନୁଗୁଳରେ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏଠାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

୩.ଫନି ପ୍ରଭାବରେ ଟେଲିଫୋନ୍‌ ଟାଓ୍ବାର, ଇଲେକ୍ଟ୍ରି ଟାଓ୍ବାର ଏବଂ ଗଛ ଭାଙ୍ଗାବାର ଆଶଙ୍କା ରହିଛି । ଏଥି ଯୋଗୁଁ ରାସ୍ତା ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହେବାର ସମ୍ଭାବନା ରହିଛି । ଏମିତିରେ ତୁରନ୍ତ ଗଛ ହଟାଇବା ଏକ ପ୍ରମୁଖ କାର୍ଯ୍ୟ । ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ଗଞ୍ଜାମରୁ ବାଲେଶ୍ବର ପର୍ଯ୍ୟନ୍ତ ସମୁଦ୍ର ଉପକୂଳ ଜିଲ୍ଲାରେ ୨ହଜାର ଅଗ୍ନିଶମ କର୍ମଚାରୀଙ୍କୁ ସଜାଗ ରଖାଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଭଳି ଜିଲ୍ଲାରେ ଅଗ୍ନିଶମ କେନ୍ଦ୍ରର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି । ଏହାଛଡ଼ା ବାତ୍ୟା ଆଶଙ୍କା ନଥିବା ବୌଦ୍ଧ, ଫୁଲବାଣୀ, ବଲାଙ୍ଗିର, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ଢ଼େଙ୍କାନାଳ ଜିଲ୍ଲାରୁ ଅଧିକ ୩୮୨ କର୍ମଚାରୀଙ୍କୁ ବାତ୍ୟା ପ୍ରଭାବିତ ଜିଲ୍ଲାକୁ ପଠାଯିବାକୁ ନିଷ୍ପତ୍ତି ହୋଇଛି । ସେମାନେ ୨ ତାରିଖ ସକାଳ ସୁଦ୍ଧା ସମସ୍ତ ଅଗ୍ନିଶମ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି । ପ୍ରତି ପ୍ରଭାବିତ ଜିଲ୍ଲାରେ ଜଣେ ଲେଖାଏଁ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ୨୪ଘଣ୍ଟିଆ କ୍ୟାମ୍ପ ଖୋଲିବାକୁ ଦାୟିତ୍ବ ଦିଆଯାଇଛି । ଏଥି ସହ ଲାଇଟ୍‌, ଜେନେରେଟର, ପାଓ୍ବାର ବୋଟ୍‌, ଅଗ୍ନିଶମ ଗାଡ଼ି, ଡିଜେଲ୍‌ ମହଜୁଦ୍‌ ରଖିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ରହି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ ।

୪.ସମ୍ଭାବ୍ୟ ବାତ୍ୟା ଫୋନିର ମୁକାବିଲା ଲାଗି ପ୍ରଥମ ପର୍ଯ୍ୟାୟରେ ଉପକୂଳ ଜିଲ୍ଲାରେ ପହଞ୍ଚିଛନ୍ତି ଏନଡିଆରଏଫର ୯ଟି ଟିମ୍‌ । ଜଗତସିଂହପୁର ଜିଲ୍ଲାରେ ୩ଟି ଟିମ୍‌ ପହଞ୍ଚିଥିବା ବେଳେ ଏରସମା ଓ ପାରଦୀପ, ଜଗତସିଂହପୁରରେ ପହଞ୍ଚିଛନ୍ତି ଗୋଟିଏ ଲେଖାଏଁ ଟିମ୍‌ । ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ମୁତୟନ ହୋଇଥିବା ଟିମ୍‌ ପାଖରେ ବାତ୍ୟା ମୁକାବିଲ କରିବା ପାଇଁ ଯାହା ସବୁ ସାମଗ୍ରୀ ଆବଶ୍ୟକ, ସେସବୁ ମହଜୁଦ୍‌ ରହିଛି ବୋଲି କହିଛନ୍ତି ଏନଡିଆର୍‌ଏଫ କମାଣ୍ଡର ନରେନ୍ଦ୍ର କୁମାର ।

୫.ସମ୍ଭାବ୍ୟ ବାତ୍ୟା ଫୋନିର ମୁକାବିଲା ପାଇଁ ୧୨ ଆଇଏଏସ୍‌ଙ୍କୁ ଅଧିକ ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ପୁରୀ ପାଇଁ ସୁରେଶ ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ପ୍ରଦୀପ ମହାପାତ୍ରଙ୍କୁ ଜଗତସିଂହପୁର, ପ୍ରଦୀପ ଜେନାଙ୍କୁ କେନ୍ଦ୍ରାପଡ଼ା, ଅନୀଲ ସାମଲଙ୍କୁ ଯାଜପୁର ଏବଂ ବଲଓ୍ବନ୍ତ ସିଂହଙ୍କୁ ବାଲେଶ୍ବର ଦାୟିତ୍ବ ଦିଆଯାଇଛି । ସେମାନଙ୍କୁ ତୁରନ୍ତ ଏହି ଜିଲ୍ଲା ଗୁଡ଼ିକରେ ପହଞ୍ଚିବା ପାଇଁ ନିର୍ଦେଶ ଦିଆଯାଇଛି ।

୬.ବାତ୍ୟାର ମୁକାବିଲା କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଉଛି । ତେବେ ‘ଫନି’କୁ ମୁକାବିଲା ଦ୍ବାରା ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ସୁରକ୍ଷା ଦାୟିତ୍ବରେ ୧୧ଜଣ ଆଇପିଏସ୍ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ ଏହି ୧୧ଟି ଜିଲ୍ଲାରେ କିଭଳି ‘ଫନି’ ପାଇଁ ପ୍ରସ୍ତୁତ ରହିବା ସହ ବାତ୍ୟା ପରିଚାଳନା ଦାୟିତ୍ବ ଦିଆଯାଇଛି । ଯାଜପୁର ଜିଲ୍ଲା ପାଇଁ  ଏସ.କେ ଉପାଧ୍ୟାୟ,  ଜଗତସିଂହପୁର ଜିଲ୍ଲା ପାଇଁ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଭଦ୍ରକ ଜିଲ୍ଲା ପାଇଁ ବିନୟାତୋଷ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ପାଇଁ ଆର.ପି କୋଚେ,  ପୁରୀ ଜିଲ୍ଲା ପାଇଁ ଏସ.କେ ପ୍ରିୟଦର୍ଶୀ, କେନ୍ଦ୍ରାପଡା ଜିଲ୍ଲା ପାଇଁ ଅରୁଣ ବୋଥ୍ରା, ଗଞ୍ଜାମ ଜିଲ୍ଲା ପାଇଁ ଅମିତାଭ ଠାକୁର, ନୟାଗଡ ଜିଲ୍ଲା ପାଇଁ ଘନଶ୍ୟାମ ଉପାଧ୍ୟାୟ, ବାଲେଶ୍ବର ଜିଲ୍ଲା ପାଇଁ ଅମିତେନ୍ଦ୍ର ନାଥ ସିହ୍ନା, କଟକ ଜିଲ୍ଲା ପାଇଁ ନିଖିଲ କୁମାର କାନୋଡିଆ,  ମୟୁରଭଞ୍ଜ ଜିଲ୍ଲା ପାଇଁ  ଶଫିନ୍ ଅହମଦ୍ କେଙ୍କୁ ଦାୟିତ୍ବ ଦିଆଯାଇଛି ।

୭.ସାମୁଦ୍ରିକ ଝଡ଼ ବାତ୍ୟା ଫୋନି ପାଇଁ ଆସନ୍ତା କାଲିଠାରୁ ଅର୍ଥାତ୍‌ ୨ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏଥିସହ ହେବାକୁ ଥିବା ପରୀକ୍ଷା ଗୁଡ଼ିକର ସମୟ ପରିବର୍ତ୍ତନ ହେବ । ପ୍ରବଳ ଖରା ଯୋଗୁଁ  ଏପ୍ରିଲ୍‌ ୧୮ରୁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ସତ୍ବେ କିଛି ସ୍କୁଲ ଏଯାବତ୍‌ ଛୁଟି ଘୋଷଣା କରିନାହାନ୍ତି । ସେମାନଙ୍କୁ ନୋଟିସ ଜାରି କରି ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

୮.ଭୀଷଣ ସାମୁଦ୍ରିକ ଝଡ ‘ଫନି’ ପାଇଁ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି । ୨୪ ଘଣ୍ଟା ପାଇଁ ଖୋଲା ରହିବ କଣ୍ଟ୍ରୋଲ ରୁମ୍ । ହେଲପ ଲାଇନ୍ ନମ୍ବର ହେଲା ୧୦୭୦ । 

୯.ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିପିୟୁଟିର ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨ ତାରିଖରେ ହେବାକୁ ଥିବା ପରୀକ୍ଷା ୨୫ତାରିଖକୁ ଘୁଞ୍ଚାଇଦିଆଯାଇଛି । ସେହିଭଳି ଆସନ୍ତା ୩ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ଏବଂ ୪ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

୧୦.ସମ୍ଭାବ୍ୟ ବାତ୍ୟା ‘ଫନି’ ପାଇଁ ୭୪ଟି ଟ୍ରେନ୍ ବାତିଲ ହୋଇଛି । ପୁରୀ-ହାଓ୍ବାଡା ଓ ଭାଇଜାଗ୍-ଭଦ୍ରକ ରୁଟ୍ ରେ ଟ୍ରେନ୍ ବାତିଲ ହୋଇଛି । ଏହି ରୁଟ୍ ରେ ଆସନ୍ତାକାଲି ସନ୍ଧ୍ୟାରୁ ୩ତାରିଖ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି । ଆଜି ସନ୍ଧ୍ୟାରେ ଏ ନେଇ ସବିଶେଷ ବିବରଣୀ ପ୍ରଦାନ କରିବ ପୂର୍ବତଟ ରେଳପଥ । ଯାତ୍ରୀମାନଙ୍କୁ ଏଥି ଅନୁସାରେ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି ।

୧୧.ଜରୁରୀକାଳୀନ ପରିସ୍ଥିତିରେ ୧୦୧ ଫାୟାର କଣ୍ଟ୍ରୋଲ ରୁମ୍‌ ନଂରେ ଯୋଗଯୋଗ କରିବାକୁ କୁହାଯାଇଛି । ରାଜଧାନୀରେ ଥିବା ୧୦ଟି ବଡ ଡ୍ରେନକୁ ଆଜି ସୁଦ୍ଧା ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଲ୍‌ଟି ଏଜେନ୍ସି କଣ୍ଟ୍ରୋଲ ରୁମ୍‌ରେ ୩ଟି ସିଫ୍ଟରେ କର୍ମଚାରୀ ୨୪ ଘଣ୍ଟିଆ କାମ କରିବେ । ମଲ୍‌ଟି ଏଜେନ୍ସି କଣ୍ଟ୍ରୋଲ ରୁମ୍‌ ନଂ- ୦୬୭୪-୨୪୩୧୨୫୩, ଟୋଲ୍ ଫ୍ରି- ୧୮୦୦୩୪୫୦୦୬ ନମ୍ବର ରଖାଯାଇଛି । କୌଣସି ସ୍ଥାନରେ କଳାବଜାରି ସମ୍ପର୍କରେ ଖବର ଆସିଲେ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ଦିଆଯିବା ନେଇ ସୂଚନା ଦିଆଯାଇଛି ।

୧୨.ବାତ୍ୟା ପୂର୍ବରୁ ଆସନ୍ତାକାଲିଠାରୁ ପ୍ରଭାବିତ ଜିଲ୍ଲାର ୧୦ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

୧୩.ଏକ ଲକ୍ଷ ଶୁଖିଲା ଖାଦ୍ୟ ପ୍ୟାକେଟ୍ ମହଜୁଦ ରଖାଯାଇଛି ।

୧୪.ଫନି ତାର ଗତିପଥ ବଦଳାଇ ପୁରୀ ବଦଳରେ ଜଗତସିଂହପୁର ଜିଲ୍ଲାରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି ।

୧୫.କେବଳ ପୁରୀ ଜିଲ୍ଲାରୁ ଏକ ଲକ୍ଷ ୪ହଜାର ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଉଛି ।

୧୬.ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ଫନି ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି ।

୧୭.ଫୋନିକୁ ନେଇ ଦିଲ୍ଲୀରେ ଗୃହ ମନ୍ତ୍ରଣାଳୟରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି ।

୧୮.ଆସନ୍ତାକାଲି ବାତ୍ୟା ମୁକାବିଲା ପାଇଁ କେନ୍ଦ୍ରରୁ ଦୁଇଟି ହେଲିକାପ୍ଟର ଓଡିଶାରେ ପହଞ୍ଚିବ ।

୧୯.ବାତ୍ୟା ପାଇଁ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

   Related Posts