ଅଟମେଟିକ୍‌ ଗିୟର ଥିବା ଗାଡି କିଣିବା ପୂର୍ବରୁ ଜାଣନ୍ତୁ ଏହି କେତୋଟି କଥା

Published By : Prameya-News7 Bureau | April 10, 2019 IST

wp:heading {"level":5}
ଅଟୋମେଟିକ୍‌ ଗିୟର ଥିବା ଗାଡିର ଡିମାଣ୍ଡ ଏବେ ବଜାରରେ ବଢିବାକୁ ଲାଗିଛି। ଅଧିକାଂଶ କାର କମ୍ପାନୀ ୫ ଲକ୍ଷ ଟଙ୍କାରେ ଅଟମେଟିକ୍‌ ଟ୍ରାନ୍‌ସମିସନ ଅଫର କରୁଛନ୍ତି। ପୂର୍ବରୁ ଏଏମଟି ଫିଚରର ସୁବିଧା କେବଳ ଦାମି ଗାଡିରେ ମିଳୁଥିଲା। ଅଟମେଟିକ ଟ୍ରାନ୍‌ସମିସନ ଗାଡି ୪ ପ୍ରକାରର ଥାଏ।
/wp:heading {"id":102103,"width":569,"height":427}
wp:heading {"level":5}
ଏଏମଟି କିମ୍ୱା ଅଟମେଟିକ୍‌ ମାନୁଆଲ ଟ୍ରାନ୍‌ସମିସନ କାରର ସବୁଠୁ ସସ୍ତା ଭର୍ସନ। ସାଧାରଣତଃ ଏଏମଟି ଭର୍ସନ ଏସୟୁଭି ଓ ହୈଚବ୍ୟାକ୍‌ ଗାଡିରେ ଥାଏ। ସବୁ ଭର୍ସନ ମଧ୍ୟରୁ ଏଏମଟି ଭର୍ସନ ବଜାରରେ ଅଧିକ ବିକ୍ରି ହୋଇଥାଏ । ଏଏମଟି ଟ୍ରାନ୍‌ସମିସନର ମଧ୍ୟ ସେତିକି ସୁବିଧାରେ କାମ କରେ ଯେତିକି ମାନୁଆଲ ଟ୍ରାନ୍‌ସମିସନ କରିଥାଏ। ବର୍ତ୍ତମାନ ଏଏମଟି ଟେକନୋଲଜି ଉନ୍ନତ ଧରଣରେ କାରରେ ଉପଲବ୍ଧ ରହୁଛି। ।
/wp:heading {"id":102098}
wp:heading {"level":5}
ଟାଟା ନାନୋ, ମାରୁତି ଅଲ୍‌ଟୋ, ରୈନୋ ଡଷ୍ଟର ଭଳି କାରରେ ଏଏମଟିର ସୁବିଧା ଅଛି। ଏଏମଟିର ମେଣ୍ଟେନାନ୍‌ସ କମ ଓ ମାଇଲେଜ ଅଧିକ । ସିବିଟି ଗିୟରବକ୍‌ସ ଏଏମଟିରୁ ଟିକେ ଅଲଗା। ସ୍କୁଟରରେ ଥିବା ଗିୟରବକ୍‌ସର ତୁଳନା ସିବିଟି ସହ କରିହେବ। ସିବିଟି ଟ୍ରାନ୍‌ସମିସନରେ ସ୍ମୁଥ ଡ୍ରାଇଭିଂଗ ସହ ଶବ୍ଦ ମଧ୍ୟ କମ ହୋଇଥାଏ। ନିସାନ ମାଇକ୍ର, ମାରୁତି ବେଲେନୋ, ହୋଣ୍ଡା ସିଟି, ଭଳି କାରରେ ସିବିଟିର ଫିଚର ଉପଲବ୍ଧ ଥାଏ।
/wp:heading {"id":102099}
wp:heading {"level":5}
କମ ଶବ୍ଦ ହେଉଥିବା ସ୍ମୁଥ ଗିୟରବକ୍‌ସ କିଣିବାକୁ ଚାହିଁଲେ ସିବିଟି ଗିୟରବକ୍‌ସ ଥିବା ଗାଡି କିଣିବା ଉଚିତ୍‌। ଭଲ୍‌କ୍ସୱାଗେନ ଗାଡିରେ ଡୁଆଲ କ୍ଲଚ ଟ୍ରାନ୍ସମିସନ ଫିଚର ଥାଏ। ଏହାକୁ ଡାଏରେକ୍ଟ ଶିଫ୍ଟ ଗିୟରବକ୍ସ ମଧ୍ୟ କୁହାଯାଏ। ଡିଏସଜି ସବୁଠୁ ଉନ୍ନତ ଟ୍ରାନ୍ସମିସନ ଟେକନୋଲଜି। ଏହି ଗାଡିର ଫାଇଦା ଏହା ଯେ, ଏଥିରେ ଗିୟର ଶିଫ୍ଟ ଖୁବ୍‌ ଭଲ ଭାବେ ହୋଇଥାଏ।
/wp:heading {"id":102100,"width":577,"height":433}
wp:heading {"level":5}
ଡିସିଟି କିମ୍ୱା ଡିଏସଜି ଗିୟରବକ୍ସର ସୁବିଧା କେବଳ ଦାମି ଗାଡିରେ ଦେଖିବାକୁ ମିଳେ। ଟର୍କ କନଭଟର ସବୁଠୁ ପୁରୁଣା ଅଟମେଟିକ୍‌ ଗିୟରବକ୍ସ ସିସଟମ। ଏହି ଗିୟରବକ୍ସର ପ୍ରଚଳନ ଧିରେ ଧିରେ ବାହାର କରାଯାଉଛି। ଏହି ଟ୍ରାନ୍ସମିସନରେ ଗାଡିର ମାଇଲେଜ କମ ହୋଇଥାଏ। ଫଳରେ ଧିରେ ଧିରେ ଗାଡି ଖରାପ ହେବାକୁ ଲାଗେ। କିନ୍ତୁ ଆଜି ମଧ୍ୟ ମହିନ୍ଦ୍ରା ଏକ୍ସୟୁଭି ଓ ଟାଟା ହେକ୍ସାରେ ଟର୍କ କନଭଟର ଗିୟରବକ୍ସ ଉପଲବ୍ଧ ଅଛି।   
/wp:heading wp:heading {"level":1}

    

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.