Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଜି. ଉଦୟଗିରି ଓ ଫୁଲବାଣୀ ବିଧାନସଭା ଆସନ ପାଇଁ କିଏ ଆଶାୟୀ ଆଉ କିଏ ଦାବିଦାର ?

14/03/2019 at 5:49 PM

କନ୍ଧମାଳ୧୪|୩(ସୁନୀଲ ପଟ୍ଟନାୟକ): ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ୍‌ ଏପ୍ରିଲ୍‌ ୧୮ କନ୍ଧମାଳ ଜିଲ୍ଲାରେ ହେବ ଭୋଟ୍‌ । ଏହାକୁ ନଜରରେ ରଖି ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ନେତା ପାଗ ଭିଡ଼ିଲେଣି । ହେଲେ କୌଣସି ଦଳରେ ଟିକେଟ୍‌ ଫାଇନାଲ ହୋଇନଥିବାରୁ ଆଶା, ଆଶଙ୍କା ଭିତରେ ଅଛନ୍ତି ଆଶାୟୀ । ତେବେ କ’ଣ ରହିଛି ଜିଲ୍ଲାର ରାଜନୈତିକ ପାଣିପାଗ ଚାଲନ୍ତୁ ଟିକେ ନଜର ପକାଇଦେବା । …..

କଂଗ୍ରେସ ବିଧାୟକ ଜାକବ ପ୍ରଧାନ । କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ନିଜ ଦଳବଳଙ୍କ ସହ ଚା’ ଜଳଖିଆ ଦୋକାନରୁ ବାହାରି ସିଧା ଗାଡ଼ିରେ ବାହାରିଯାଉଛନ୍ତି ଜନତା ଦରବାରକୁ । ମାନେ ନିର୍ବାଚନକୁ ନଜରରେ ରଖି ନିଜ ଏରିଆରେ ଜନ ସମ୍ପର୍କ ବଢ଼ାଇବା ଚେଷ୍ଟାରେ ଆଗକୁ ବଢ଼ୁଛନ୍ତି । ଆଶା ରଖିଛନ୍ତି ଦଳ ଏଥର ପୁଣି ଟିକେଟ୍‌ ଦେବ । ଆଉ ପୁଣି ଥରେ ସେ ବିଧାୟକ ହେବେ ।

ଦଳୀୟ ଟିକେଟ୍‌ ପାଇଁ ଫୁଲ୍‌ କନ୍‌ଫିଡେଣ୍ଟ ଅଛନ୍ତି ଜାକବ ପ୍ରଧାନ । ଆଉ ଲୋକଙ୍କ ପାଇଁ କାମ କରିଛନ୍ତି, ଲୋକଙ୍କ ସହିତ ଅଛନ୍ତି, ତେଣୁ ଏଥର ନିର୍ବାଚନରେ ପୁଣି ଜି.ଉଦୟଗିରିରେ ଜିତିବେ ବୋଲି ଭାବୁଛନ୍ତି । ହେଲେ ଜି.ଉଦୟଗିରିରୁ ଯେ, ଜାକବ କଂଗ୍ରେସ ପ୍ରାର୍ଥୀ ଭାବେ ଏକମାତ୍ର ଦାବିଦାର ସେକଥା ଭାବିବା ଭୁଲ୍‌ । କାହିଁକି ନା’ ଆଉ ଜଣେ ଯୁବନେତା ପ୍ରତାପ ପ୍ରଧାନ ମଧ୍ୟ ଟିକେଟ୍‌ ଆଶାୟୀ ଅଛନ୍ତି । ଜି.ଉଦୟଗିରିର ପଲିଟିକାଲ ହାଲଚାଲ ତ ଦେଖିଲେ ଏବେ ଆସନ୍ତୁ ନଜର ପକାଇବା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ । ଏଠି ବିଜେଡି ନେତା ଦୁଗୁନୀ କହଁର ବିଧାୟକ ଅଛନ୍ତି । ଆଉ ଦ୍ବିତୀୟ ଥର ପାଇଁ ଦଳ ତାଙ୍କୁ ସୁଯୋଗ ଦେବ ବୋଲି ଆଶା କରୁଛନ୍ତି । ହେଲେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ମିଶିଥିବା ନବୀନ କହଁର, ଚକାପାଦ ଅଂଚଳର ବ୍ୟାଙ୍କ କର୍ମଚାରୀ ଉମାଚରଣ ମଲ୍ଲିକ, କେଲାପଡ଼ା ସରପଞ୍ଚ ପ୍ରେମଶୀଳା ଝାଙ୍କରଙ୍କ ଭଳି ନେତା ମଧ୍ୟ ବିଜେଡି ଟିକେଟ୍‌ ରେସ୍‌ରେ ଅଛନ୍ତି ।

ଫୁଲବାଣୀ ବିଜେଡିରେ ତିନି ତିନି ଜଣ ଆଶାୟୀ ଏବେ ଦଳୀୟ ଟିକେଟ୍ଉପରେ ନଜର ଗଡ଼ାଇଛନ୍ତି । ହେଲେ ଗଲା ନିର୍ବାଚନରେ ବିଜେପି ଟିକେଟ୍‌ରେ ଲଢ଼ି ଖୁବ୍‌ କମ୍‌ ବ୍ୟବଧାନରେ ହାରିଥିବା ଦେବନାରାୟଣ ପ୍ରଧାନ କିନ୍ତୁ ଏଥର ଦଳୀୟ ଟିକେଟ୍‌ ପାଇବା ନେଇ ଫୁଲ୍‌ କନ୍‌ଫିଡେଣ୍ଟ ଅଛନ୍ତି । ତଥାପି ଦଳର ଆଉ ଜଣେ ନେତା ରଘୁପତି କହଁର ବିଜେପି ଆଶାୟୀ ଦୌଡ଼ରେ ଥିବାରୁ ଦଳ କାହାକୁ ଟିକେଟ୍‌ ଦେଉଛି ତା ଉପରେ ରହିଛି ନଜର ।

ସେହିଭଳି ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ର ମଧ୍ୟ ଏଥର ମଧ୍ୟ ବିଜେଡିରୁ ଟିକେଟ୍‌ ଆଶାୟୀ ଅଛନ୍ତି । ହେଲେ କ.ନୂଆଗାଁ ବ୍ଲକ ଅଧ୍ୟକ୍ଷ ଚକ୍ରମଣି କହଁର, କୋଟଗଡ଼ ବିଜେଡି ନେତା ଷ୍ଟିଫେନ୍‌ ପ୍ରଧାନ ମଧ୍ୟ ଟିକେଟ୍‌ ରେସ୍‌ରେ ସାମିଲ ହୋଇଛନ୍ତି । ସେପଟେ ଗତ ନିର୍ବାଚନରେ ବହୁତ କମ୍‌ ଭୋଟ୍‌ ବ୍ୟବଧାନରେ ହାରିଥିବା କଂଗ୍ରେସର କ୍ଲେସ ପ୍ରଧାନ ଏଥର ମଧ୍ୟ ଦଳର ପ୍ରାର୍ଥୀ ହେବେ ବୋଲି ଆଶା ବାନ୍ଧିଛନ୍ତି । ଆଉ ପୂର୍ବରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ବିଜେପିର କରେନ୍ଦ୍ର ମାଝିଙ୍କୁ ଦଳ ଏଥର ମଧ୍ୟ ପ୍ରାର୍ଥୀ କରିବ ବୋଲି ଦମ୍ଭ ଦେଖାଇଛନ୍ତି ।

ଏସବୁ ଭିତରେ କୌଣସି ଦଳର ପ୍ରାର୍ଥୀ ତାଲିକା ଫାଇନାଲ ହୋଇନଥିବାରୁ ଆଶା ଆଶଙ୍କା ଭିତରେ ରହିଛନ୍ତି ଆଶାୟୀ । ତଥାପି ଟିକେଟ୍‌ ଆଶାରେ ଜନତା ଦରବାରରେ ହାଜିର ଲଗାଇବା ଛାଡ଼ି ନାହାନ୍ତି । ଦଳ ସାମ୍ନାରେ ନିଜର ପାଓ୍ବାର ଶୋ’ କରି ଟିକେଟ୍‌ ଦାବିଦାରୀ ପେଶ୍‌ କରିବାକୁ ନିଜ ନିଜ ସ୍ତରରେ ଜାରି ରଖିଛନ୍ତି ଉଦ୍ୟମ ।

   Related Posts