ଆସିଲା ୫୮ ଆକ୍ରାନ୍ତଙ୍କ ତଥ୍ୟ : ୫୭ଜଣ କ୍ବାରେଣ୍ଟାଇନ୍‌ରେ, ଜଣେ ଅନୁଗୋଳ ଆକ୍ରାନ୍ତ ବାହାରକୁ ଯାଇନାହାନ୍ତି

Published By : Prameya-News7 Bureau | May 10, 2020 IST

ଭୁବନେଶ୍ବର ୧୦।୫ : ରାଜ୍ୟରେ ରବିବାର ଚିହ୍ନଟ ହୋଇଥିବା ୫୮ ସଂକ୍ରମିତଙ୍କ ଆସିଲା ତଥ୍ୟ । ଏ ନେଇ ସୂଚନା ଏବଂ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ରବିବାର ଚିହ୍ନଟ ହୋଇଥିବା ୫୮ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨୯ ଜଣ, ଅନୁଗୋଳ ଜିଲ୍ଲାରୁ ୧୩ ଜଣ, ବାଲେଶ୍ବର ଜିଲ୍ଲାରୁ ୧୫ ଜଣ ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ରହିଛନ୍ତି ।

{"id":267484,"sizeSlug":"large"}

ଗଞ୍ଜାମ ଜିଲ୍ଲାର ୨୯ଜଣ ଏବଂ ମୟୁରଭଞ୍ଜ ଜିଲ୍ଲାର ଜଣେ ସୁରଟରୁ ଫେରିଥିଲେ । ବାଲେଶ୍ବରରେ ଚିହ୍ନଟ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ୫ଜଣ କର୍ଣ୍ଣାଟକ ଏବଂ ୧୦ ଜଣ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି । ସେହିଭଳି ପ୍ରଥମ ଥର ଅନୁଗୋଳ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୩ଜଣଙ୍କ ମଧ୍ୟରୁ ୧୧ଜଣ ସୁରଟରୁ, ଜଣେ ମହାରାଷ୍ଟ୍ରରୁ ଏବଂ ଜଣେ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ୫୮ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଜଣେ ମାତ୍ର ଅନୁଗୋଳ ଜିଲ୍ଲାର ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଜଣେ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ସେହି ବ୍ୟକ୍ତି ଜଣଙ୍କ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଏବେ ଚିନ୍ତାର କାରଣ ହୋଇଛି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୮୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.