ଚିନ୍ତା ବଢାଇଲେ ସୁରଟ ଫେରନ୍ତା, ଆସିଲା ୨୦ ସଂକ୍ରମିତଙ୍କ ତଥ୍ୟ

Published By : Prameya-News7 Bureau | May 07, 2020 IST

ଭୁବନେଶ୍ବର ୭।୫ : ରାଜ୍ୟରେ ଏକକାଳୀନ ସର୍ବାଧିକ ୨୦ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତମାନଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମ ଜିଲ୍ଲାର ଥିବାବେଳେ ୩ଜଣ ମୟୁରଭଞ୍ଜ ଜିଲ୍ଲାର ରହିଛନ୍ତି । ତେବେ ସମସ୍ତ ୨୦ ଜଣଙ୍କ ତଥ୍ୟ ଆସିଛି । ଏନେଇ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

wp:html /wp:html

ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୧୬ଜଣ ପୁରୁଷ ଥିବା ବେଳେ ଜଣେ ଯୁବତୀ ରହିଛନ୍ତି । ୧୬ ଜଣ ପୁରଷଙ୍କ ବୟସ ଯଥାକ୍ରମେ ୨୭, ୨୭, ୨୦, ୩୮, ୨୩, ୨୯, ୫୦, ୩୦, ୨୯, ୨୧, ୪୩, ୪୩, ୩୯, ୪୬, ୧୮, ୨୪ ବର୍ଷ ହୋଇଥିବା ବେଳେ ଯୁବତୀଙ୍କ ବୟସ ୨୦ ବର୍ଷ ରହିଛି । ଏମାନେ ସମସ୍ତେ ସୁରଟ ଫେରନ୍ତା ।

{"id":265895,"sizeSlug":"large"}

ସେହିପରି ୩ କରୋନା ପଜେଟିଭ ଚିହ୍ନଟ ହେବା ସହ କରୋନା ମ୍ୟାପ୍‌ରେ ମୟୁରଭଞ୍ଜ ଜିଲ୍ଲା ଯୋଡି ହୋଇଛି । ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ ପୁରୁଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୨୧, ୩୬ ଏବଂ ୪୪ ବର୍ଷ । ଏହି ୩ଜଣ ମଧ୍ୟ ସୁରଟରୁ ଫେରିଥିବା ସୂଚନା ପ୍ରଦାନ କରାଯାଇଛି ।

{"align":"center","id":265900,"sizeSlug":"large"}

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୪୨ଟି ଆକ୍ଟିଭ୍‌ କେସ୍‌ ରହିଛନ୍ତି । ସେହିପରି ଦୁଇ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ୬୧ଜଣ ସୁସ୍ଥ ହୋଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.