ଆସିଲା ୧୭ ସଂକ୍ରମିତଙ୍କ ତଥ୍ୟ, ୧୬ ଜଣଙ୍କର ରହିଛି ସୁରଟ ଲିଙ୍କ୍

Published By : Prameya-News7 Bureau | May 09, 2020 IST

ଭୁବନେଶ୍ବର ୯।୫ : ଶନିବାର ରାଜ୍ୟରେ ଆଉ ୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭ରେ ପହଞ୍ଚିଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସମସ୍ତ ସଂକ୍ରମିତଙ୍କ ତଥ୍ୟ ପ୍ରକାଶ ପାଇଛି । ଟ୍ବିଟ୍ ଯୋଗେ ବିଭାଗ ପକ୍ଷରୁ ସମସ୍ତ ସଂକ୍ରମିତଙ୍କ ତଥ୍ୟ ପ୍ରଦାନ କରାଯାଇଛି । ୧୭ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ରହିଛନ୍ତି ୧୨ ସଂକ୍ରମିତ । ଗଞ୍ଜାମ ଜିଲ୍ଲାର ସମସ୍ତ ୧୨ ସଂକ୍ରମିତ ପୁରୁଷ ଅଟନ୍ତି । ସମସ୍ତେ ସୁରଟରୁ ଫେରିଥିବା ସୂଚନା ମିଳିଛି ।

wp:html /wp:html

ସେହିଭଳି ମୟୁରଭଞ୍ଜ ଜିଲ୍ଲାର ୩ ଜଣ ପୁରୁଷ ସଂକ୍ରମିତ ରହିଛନ୍ତି । ଭଦ୍ରକ ଜିଲ୍ଲାର ମଧ୍ୟ ଜଣେ ପୁରୁଷ ସଂକ୍ରମିତ ରହିଛନ୍ତି । ଏମାନେ ସମସ୍ତେ ସୁରଟରୁ ଫେରିଥିବା ଜଣାପଡିଛି । ସେହିଭଳି ସୁନ୍ଦରଗଡ ଜିଲ୍ଲା ରାଉରକେଲାର ଜଣେ ସଂକ୍ରମିତ ଅଛନ୍ତି । ରାଉରକେଲା ଆକ୍ରାନ୍ତ ଜଣଙ୍କ କଣ୍ଟେଟମେଣ୍ଟ ଜୋନ୍‌ର ବୋଲି ଜଣାପଡିଛି । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

{"id":266975,"width":575,"height":905,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.