ଡେଟଲ୍, ଗୋଦରେଜ୍, ଆଇଟିସି ଏବଂ ଅନ୍ୟ ସାନିଟାଇଜର କମ୍ପାନୀ କମାଇଲେ ଦାମ୍, ସରକାରଙ୍କ ନିର୍ଦ୍ଦେଶରେ କରୋନା ଅଭିଯାନରେ ଦେଶସହ ହେଲେ ସାମିଲ

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ ୨୪/୦୩ : ସରକାରଙ୍କ ନିର୍ଦେଶ ପରେ ଏଫଏମସିଜି କମ୍ପାନୀ ସାନିଟାଇଜର ଦାମ କମାଇଛନ୍ତି। ଏହାସହ କମ୍ପାନୀ ଉତ୍ପାଦନ ମଧ୍ୟ ବୃଦ୍ଧି କରିଛି | କରୋନା ଭାଇରସ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ବାରମ୍ବାର ହାତକୁ ସାବୁନ କିମ୍ବା ହ୍ୟାଣ୍ଡୱାସରେ ଧୋଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦେଶ ଦେଇଛି | ଏହାସହ ହାତକୁ ବାରମ୍ବାର ସାନିଟାଇଜର କରିବାକୁ ମଧ୍ୟ କହିଛନ୍ତି | ଏହାପରେ ବଜାରରେ ଆବଶ୍ୟକ ମୁତାବକ ସାନିଟାଇଜର ସପ୍ଲାଏ ହୋଇପାରି ନଥିଲା |

ସାନିଟାଇଜର କମ୍ପାନୀ ଆରବୀ, ଆଇଟିସି, ଡେଟଲ, ଗୋଦରେଜ, ହିମାଳୟ, ଡାବର ଆଦି କମ୍ପାନୀ ଦର କମ୍ କରିଛନ୍ତି । ଏବଂ ଏହିଭଳି ବିପଦ ସମୟରେ ଦେଶ ସହ ଛିଡା ହୋଛନ୍ତି ବୋଲି କହିଛନ୍ତି | ଏହାସହ ହାଇଜିନ ପ୍ରଡକ୍ଟ ସଠିକ ସମୟରେ ଦୋକାନ ପହଞ୍ଚିଯିବ ବୋଲି ସ୍ପଷ୍ଟ କରିଛନ୍ତି | ଶନିବାର ଦିନ ସରକାର ସାନିଟାଇଜରର ଏକ ନିର୍ଦ୍ଧାରିତ ମୂଲ୍ୟ ସ୍ଥିର ହୋଇଛି। ୨୦୦ ମିଲି ସାନିଟାଇଜରର ମୂଲ୍ୟ ୧୦୦ ଟଙ୍କା ରହିବ ବୋଲି ସରକାର ନିର୍ଦେଶ ଦେଇଛନ୍ତି। ଏହି ମୂଲ୍ୟ ଜୁନକ୍ ୩୦ ତାରିଖ ଯାଏଁ ଲାଗୁ ହୋଇଛି|

ଆଇଟିସି ପ୍ରବକ୍ତା କହିଛନ୍ତି, ସରକାରଙ୍କ ନିର୍ଦେଶନୁଯାୟୀ, କମ୍ପାନୀ ସାନିଟାଇଜର ଉତ୍ପାଦନ ବଢାଇବା ସହ ମୂଲ୍ୟ ସ୍ଥିର କରିଛି | ଏଥିପାଇଁ ଦିନରାତି କାମ ଚାଲିଛି ବୋଲି ସେ କହିଛନ୍ତି | ଡେଟଲ କମ୍ପାନୀ ମୁଖ୍ୟ କହିଛନ୍ତି, କମ୍ପାନୀ ସରକାରଙ୍କ ନିର୍ଦେଶ ଅନୁସରଣ କରୁଛି | ଗୋଦରେଜ କମ୍ପାନୀ ସାନିଟାଇଜର ମୂଲ୍ୟ ହ୍ରାସ କରିସାରିଛି |

ଜନତାଙ୍କ ସୁବିଧା ଓ ସରକାରଙ୍କ ନିର୍ଦେଶ ଅନୁସାରେ, ଗୋଦରେଜର ୫୦ ମିଲି ବୋତଲ ମୂଲ୍ୟ ୭୫ ଟଙ୍କା ରୁ ହ୍ରାସ କରି ୨୫ ଟଙ୍କା ରଖିଛନ୍ତି |ହିମାଳୟ କମ୍ପାନୀ ସିଇଓ କହିଛନ୍ତି, ଯଦି କୌଣସି ପରିସ୍ଥିତିରେ ସରକାର ସାନିଟାଇଜର ଫ୍ରି କରିବା ପାଇଁ ନିର୍ଦେଶ ଦିଅନ୍ତି ତାହେଲେ ମଧ୍ୟ କମ୍ପାନୀ ପ୍ରସ୍ତୁତ ଅଛି |

ସାନିଟାଇଜର ବଜାରରେ ନୂଆ ପ୍ରବେଶ କରିଥିବା ଡାବର କମ୍ପାନୀ ମଧ୍ୟ ସାନିଟାଇଜର ମୂଲ୍ୟ ହ୍ରାସ କରିଛି | ଏହାଛଡା ଅନଲାଇନରେ ଲୋକଙ୍କୁ ରିହାତି ମୂଲ୍ୟରେ ସାନିଟାଇଜର ଯୋଗାଉଛି ଡାବର କମ୍ପାନୀ | ଡାବର ସାନିଟାଇଜର ବର୍ତ୍ତମାନ ଅଫଲାଇନରେ ଉପଲବ୍ଧ ନୁହଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.