ଟ୍ରେନରେ କାମରୁ ଫେରିଲେ ଏକ ସଙ୍ଗେ ୧୦୦୦ରୁ ଉର୍ଦ୍ଧ୍ଵ ଶ୍ରମିକ, ଉହାନରେ ନିୟନ୍ତ୍ରଣରେ ମହାମାରୀ କରୋନା
22/03/2020 at 5:08 PM

ନୂଆଦିଲ୍ଲୀ ୨୨।୦୩: ଚୀନରେ ଏମିତି ଏକ ଖବର ସାମ୍ନାକୁ ଆସିଛି ତାକୁ ଦେଖିଲେ ଲାଗୁଛି, କରୋନାର ଉତ୍ପତ୍ତିସ୍ଥଳ ଏହି ଦେଶରେ ସ୍ଥିତି ସ୍ଵାଭାବିକ ଆଡକୁ ଗତି କରୁଛି। ଚୀନର ଏକ ଚାର୍ଟର୍ଡ ଟ୍ରେନ ୧୦୦୦ରୁ ଉର୍ଦ୍ଧ୍ଵ ପ୍ରବାସୀ ଶ୍ରମିକଙ୍କୁ ଧରି ଉହାନ ସହରରେ ପହଞ୍ଚିଛି। ଏହି ଟ୍ରେନଟି ଶନିରାର ସନ୍ଧ୍ୟା ୪ଟା ୫୦ ମିନିଟରେ ଉହାନରେ ପହଞ୍ଚିଥିଲା। ଏଠାରେ ଶ୍ରମିକଙ୍କୁ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ଲାଗି ଷ୍ଟେସନରେ ୩୦ରୁ ଅଧିକ ବସ୍ ଅପେକ୍ଷା କରିଥିଲା।
ଏହି ପ୍ରବାସୀ ଶ୍ରମିକ ମୁଖ୍ୟତଃ ହୁବେଇ ପ୍ରାନ୍ତର ଜିୟାନଗୟାଙ୍ଗ ଓ ସିୟାନ ସହରର ଅଟନ୍ତି। ମଧ୍ୟ ଚୀନ ପ୍ରାନ୍ତ ଓ ଏହାର ରାଜଧାନୀ ଉହାନରେ ଲକଡାଉନ ହେବା ପୂର୍ବରୁ ଏହି ଶ୍ରମିକମାନେ ବସନ୍ତ ମହତ୍ସୋବର ଛୁଟିରେ ନିଜଘରକୁ ଚାଲି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଉହାନରେ ଅଟୋ ନିର୍ମାତା ଡୋଙ୍ଗଫେଙ୍ଗ ହୋଣ୍ଡାରେ କାମ କରନ୍ତି।
ଏକ ସଙ୍ଗେ ୧୦୦୦ରୁ ଅଧିକ ଶ୍ରମିକ ଏକତ୍ର ହୋଇ ଟ୍ରେନରେ ଉହାନ ଆସିବା ଏବଂ ସେଠାରୁ ପୁଣି ବସ ଯୋଗେ ନିଜର ଗନ୍ତବ୍ୟସ୍ଥଳକୁ ଯିବା ଏହା ସୂଚାଉଛି ଯେ, ଉହାନରେ ମହାମାରୀର ସ୍ଥିତି ନିୟନ୍ତ୍ରଣରେ ରହିଛି।