Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଜାରି ରହିବ ବିରୋଧ ପ୍ରଦର୍ଶନ, କୃଷି ଆଇନ ରଦ୍ଦ ନହେବା ଯାଏ ଆନ୍ଦୋଳନରୁ ଉଠିବୁ ନାହିଁ: ରାକେଶ ଟିକାୟତ

12/01/2021 at 5:02 PM

ନୂଆଦିଲ୍ଲୀ ୧୨।୦୧: କେନ୍ଦ୍ର ସରକାରଙ୍କ ବିବାଦୀୟ ତିନି କୃଷି ଆଇନ୍‌ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ନିଷ୍ପତ୍ତିକୁ କୃଷକ ନେତା ସ୍ଵାଗତ କରିଛନ୍ତି। ଏହା ସହିତ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ତିନି ଆଇନ ରଦ୍ଦ ହୋଇନାହିଁ ସେମାନେ ସେ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳ ଛାଡିବେ ନାହିଁ। ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି କୋର୍ଟ ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ, ମାତ୍ର କୃଷକଙ୍କ ଆନ୍ଦୋଳନ ଜାରି ରହିବ। ସରକାର ତିନି ଆଇନ ବାତିଲ୍ କରି ସର୍ବନିମ୍ନ ସମର୍ଥନ ମୂଲ୍ୟରେ ଗ୍ୟାରେଣ୍ଟି ଦେବା ପାଇଁ ନିୟମ ବନାନ୍ତୁ।

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ରାକେଶ ଟିକାୟତ କହିଛନ୍ତି, ଆମର ବିରୋଧ ପ୍ରଦର୍ଶନ ଜାରି ରହିବ। ଆମର ଦାବି ସରକାର ତିନି କୃଷି ଆଇନ ରଦ୍ଦ କରନ୍ତୁ ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଗ୍ୟାରେଣ୍ଟି ଦେବା ନିମନ୍ତେ ଆଇନ କରନ୍ତୁ। ଯେତେ ଦିନ ଲାଗୁ ପଛେ କୃଷକଙ୍କ ଆନ୍ଦୋଳନ ଜାରି ରହିବ।

କଣ ସେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ଵାରା ଗଠିତ କମିଟିରେ ଭାଗ ନେବେ ? ଏହା ଉପରେ ଟିକାୟତ କହିଛନ୍ତି ଆମେ କୃଷକଙ୍କ ମୁଖ୍ୟ କମିଟିରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରି କୌଣସି ଏକ ନିଷ୍ପତ୍ତି ନେବୁ। ଏଥିସହ ଆମେ ଜାନୁଆରୀ ୧୫ରେ ସରକାରଙ୍କ ସହ ହେବାକୁ ଥିବା ବୈଠକରେ ମଧ୍ୟ ଯୋଗ ଦେବୁ। ଜାନୁଆରୀ ୨୬ରେ ଟ୍ରାକ୍ଟର ପରେଡ୍‌ ଆୟୋଜନ ଉପରେ ସେ କହିଛନ୍ତି, ବିରୋଧ ପ୍ରଦର୍ଶନ ଜାରି ରହିବ, ଗଣତନ୍ତ୍ର ଦିବସର ପରେଡ୍ ଯୋଜନା ଅନୁରୂପ ହେବ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣିତ ତିନି ନୂତନ କୃଷି ଆଇନ୍‌ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। କୋର୍ଟ ମଙ୍ଗଳବାର ଏହି  ନିଷ୍ପତ୍ତି ଶୁଣାଇ ମାମଲାର ସମାଧାନ ପାଇଁ ଚାରି ସଦସ୍ୟ କମିଟି ଗଠନ କରିଛନ୍ତି। ଏହି କମିଟି ମାମଲାରେ ମଧ୍ୟସ୍ଥତା କରିବେ ନାହିଁ ବରଂ ସମାଧାନର ରାସ୍ତା ବାହାର କରିବେ।

ଏହି କମିଟିରେ ଭାରତୀୟ କିଷାନ ୟୁନିୟନର ଭୂପିନ୍ଦର ସିଂହ ମାନ, ଶେତକାରୀ ସଂଗଠନର ଅନିଲ ଧନବଟ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟୀ ଓ ଅନ୍ତରାଷ୍ଟ୍ରୀୟ ଖାଦ୍ୟ ନୀତି ଅନୁସନ୍ଧାନ ସଂସ୍ଥାନର ପ୍ରମୋଦ କେ ଯୋଶୀ ସାମିଲ। ଏହି କମିଟି ନିଜର ରିପୋର୍ଟ ସିଧାସଳଖ ସୁପ୍ରିମକୋର୍ଟକୁ ପ୍ରଦାନ କରିବେ। ଯେ ପର୍ଯ୍ୟନ୍ତ କମିଟି ରିପୋର୍ଟ ଉପସ୍ଥାପନ କରି ନାହାନ୍ତି ସେ ପର୍ଯ୍ୟନ୍ତ ନୂତନ କୃଷି ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

   Related Posts