ଅରେଞ୍ଜ ଜୋନ୍ ଘୋଷଣା ହେଉ ହେଉ ଭୁବନେଶ୍ବରରେ ଟ୍ରାଫିକ୍ ଜାମ୍

Published By : Prameya-News7 Bureau | May 02, 2020 IST

ଭୁବନେଶ୍ବର୨/୫: ଏବେ ଖୋର୍ଦ୍ଧା ଜିଲ୍ଲାକୁ ମିଳିଛି ଅରେଞ୍ଜ ସିଗ୍‌ନାଲ। ତେଣୁ ସେହିଭଳି ସ୍ଥିତି ବି ସ୍ବାଭାବିକ୍ ହେବାକୁ ଲାଗିଲାଣି । ଶନିବାର ଦୀର୍ଘ ବହୁତ ଦିନ ପରେ ଭୁବନେଶ୍ବରର ମୁଖ୍ୟ ଛକ ମାନଙ୍କରେ ଟ୍ରାଫିକ୍ କାମ କରିବା ଆରମ୍ଭ ହୋଇଛି। ସକାଳ ୧୦ଟା ବେଳେ ପ୍ରଥମେ ଏଜି ଛକ ଟ୍ରାଫିକ୍ ଖୋଲିଥିଲା ଏବଂ ପରେ ଡ଼ମଣା, ଚନ୍ଦ୍ରଶେଖରପୁର, ରବି ଟକିଜ୍ ଆଦି ଟ୍ରାଫିକ୍ କାମ କରିଥିଲା । ସିଗନାଲ ଚାଲିନଥିଲେ ବି ଟ୍ରାଫିକ୍ ପୋଲିସ୍ ଭିଡ଼କୁ ନିୟନ୍ତ୍ରଣ କରିଥିଲେ । ବହୁ ଅଫିସ୍ ଏବଂ ଦୋକାନ ବଜାର ଖୋଲି ଯାଇଥିବା ଯୋଗୁଁ ହଠାତ୍ ୧୦ଟା ବେଳକୁ ରାସ୍ତା ଉପରେ ପ୍ରବଳ ଯାନବାହାନ ଚାଲୁଥିବା ଦେଖା ଯାଇଥିଲା । ତେଣୁ ବାଧ୍ୟ ହୋଇ ଟ୍ରାଫିକ୍ ବ୍ୟବସ୍ଥା ଲାଗୁ କରିଥିଲେ ।

 ସେହିପରି ଅରଞ୍ଜ ଜୋନ୍ ଘୋଷଣା ହେବା ପରେ କଟକ ରୋଡର ଅଂଧିକାଂଶ ଦୋକାନ ଖୋଲିଥିଲା ।ଦୋକାନରେ କର୍ମଚାରୀ ନଥିଲେ କେବଳ ମାଲିକ ମାନେ ଦୋକାନ ଖୋଲିଥିଲେ। ବେପାରି ବି ହୋଇନଥିଲା । ଅଳ୍ପ ସମୟ ପାଇଁ ଖୋଲି ଦୋକାନ ବନ୍ଦ କରି ଦେଇଥିଲେ ଦୋକାନୀ ମାନେ । ବନ୍ଦ ସମୟରେ ବେପାରରେ ବହୁ ଘାଟାକୁ ସହିଥିଲେ ବି ସରକାରଙ୍କ ଲକଡାଉନ୍ ଓ ସଟଡ଼ାଉନ୍ ନିୟମକୁ ପ୍ରଂଶସା କରିଛନ୍ତି ।

ଯଦି ଆବଶ୍ୟକ ପଡ଼େ ତେବେ ଲକଡ଼ାଉନ୍ ବଢାଇଲେ ବି କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଦୋକାନୀ ମାନେ । ତେବେ ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ଲାଗିଥିବା ବେଳେ ୨୫ ରେ ପ୍ରଥମ ଲକଡ଼ାଉନ୍ ଘୋଷଣା ହୋଇଥିଲା । ଏପ୍ରିଲ ୩ରେ ଭୁବନେଶ୍ବର ସମେତ କଟକ ଓ ଭଦ୍ରକକୁ ସଟଡ଼ାଉନ୍ ଘୋଷଣା କରାଯାଇଥିଲା। ଅନେକ ସମୟରେ ଅନେକ ଅଞ୍ଚଳକୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ତବେ ଭୁବନେଶ୍ବର ଏବେ ଅରେଞ୍ଜ ଜୋନ୍ ଭିତରେ ଆସିଯାଇଥିବାରୁ ଅନେକ ନିୟମକୁ କୋହଳ କରାଯାଇଛି । ତେଣୁ ସ୍ବାର୍ଟ ସିଟି ରେ ଟିକେ ଚଳ ଚଂଚଳ ହେଲା ପରି ଲାଗୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.