ତିନି ହଜାର ବୋମା ପଡିବା ସତ୍ତ୍ବେ ଏହି ମନ୍ଦିରର ହୋଇନଥିଲା କୌଣସି କ୍ଷତି, ଜାଣନ୍ତୁ କେଉଁଠି ଅଛି

Published By : Prameya-News7 Bureau | March 01, 2021 IST

ରାଜସ୍ଥାନ ୦୧/୦୩:  ପୁଲୱାମା ଆକ୍ରମଣ ପରେ ଭାରତ, ପାକିସ୍ତାନର ଏକ ନିର୍ଦ୍ଦିଷ୍ଟ ଅଂଶ ଉପରେ ଏୟାର ଷ୍ଟ୍ରାଇକ୍ କରିଦେଇଛି । ଏହା ପରେ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ରହିଛି । ଏହାପୂର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନେକ ଯୁଦ୍ଧ ମଧ୍ୟ ହୋଇସାରିଛି । ଯାହାର ସାଖି ଏକ ମନ୍ଦିର ରହିଛି । ଏହି ମନ୍ଦୀର ୧୯୬୫ ମସିହାରେ ଭାରତ-ପାକିସ୍ଥାନ ମଧ୍ୟରେ ହୋଇଥିବା ଯୁଦ୍ଧର ସାକ୍ଷୀ । ଏହି ମନ୍ଦିର ହେଉଛି ରାଜସ୍ଥାନର ଜୈସଲମେରରେ ଅବସ୍ଥିତ ତାନୋଟ ରାୟ ଦେବୀଙ୍କ ମନ୍ଦିର । ପାକିସ୍ତାନ ସୀମା ଏଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତ ।

PunjabKesari

ତାନୋଟ ଦେବୀ ହେଉଛନ୍ତି ଭାରତୀୟ ସୀମା ସୁରକ୍ଷା ବାହିନୀର ଆରାଧ୍ୟା ଦେବୀ । ସେନା କର୍ମଚାରୀ ହିଁ ମନ୍ଦିରର ତଦାରଖ କରନ୍ତି । ୧୯୬୫ ମସିହାରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ହୋଇଥିଲା ।  ଯୁଦ୍ଧରେ ପାକିସ୍ତାନୀ ସେନା ଦ୍ୱାରା ଦେବୀଙ୍କ ମନ୍ଦିର କ୍ଷେତ୍ରରେ ପ୍ରାୟ ୩୦୦୦ବୋମା ଫିଙ୍ଗି ଦିଆଯାଇଥିଲା, କିନ୍ତୁ ମନ୍ଦିରର କୌଣସି କ୍ଷତି ହୋଇ ନଥିଲା । ଜନସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ପରିସରରେ ଏପର୍ଯ୍ୟନ୍ତ ପ୍ରାୟ ୪୫୦ ପାକିସ୍ତାନୀ ବୋମା ରଖା ହୋଇଛି । ଏହି ସମସ୍ତ ବୋମା ସେହି ସମୟରେ ଫାଟି ନଥିଲା । ଭାରତୀୟ ସେନା ଏବଂ ଏଠାରେ ଥିବା ଲୋକମାନେ ଏହାକୁ ଦେବୀଙ୍କର ଚମତ୍କାର ବୋଲି କୁହନ୍ତି ।

PunjabKesari

୧୯୬୫ ଯୁଦ୍ଧ ସମୟରେ ଦେବୀଙ୍କର ଚମତ୍କାରକୁ ପ୍ରଣାମ କରିଥିବା ପାକିସ୍ତାନୀ ବ୍ରିଗେଡିୟର୍ 'ଶାହନାୱାଜ୍ ଖାନ୍' ଦେବୀଙ୍କ ଦର୍ଶନ କରିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ । ପ୍ରାୟ ଅଢେଇ ବର୍ଷ ପରେ, ଭାରତ ସରକାରଙ୍କ ଅନୁମତି ପାଇବା ପରେ ବ୍ରିଗେଡିୟର୍ ଖାନ ଦେବୀଙ୍କୁ ଦର୍ଶନ କରିବା ସହିତ, ମନ୍ଦିରରେ ଏକ ରୂପା ଛତା ମଧ୍ୟ ଚଢାଇଥିଲେ ଯାହା ଏବେବି ମନ୍ଦୀରରେ ରହିଛି ।  ମନ୍ଦିର ପରିସରରେ ଥିବା ଶିଳାଲିପି ଅନୁଯାୟୀ, ଜୈସଲମେରର ବାସିନ୍ଦା ମାମଡିଆନ୍ଜି ଜୀଙ୍କର ପ୍ରଥମ ସନ୍ତାନ ଭାବରେ ଦେବୀ ତାନୋଟ ରାୟ ଜନ୍ମ ହୋଇଥିଲେ । ଜନ୍ମ ପରେ, ଦେବୀ ସେହି ସ୍ଥାନରେ ଅନେକ ଚମତ୍କାରୀତା ସହିତ ଲୋକଙ୍କୁ କଲ୍ୟାଣ ମଧ୍ୟ କରିଥିଲେ । ଏହା ପରେ ସେଠାରେ ଦେବୀଙ୍କ ଏକ ମନ୍ଦିର ନିର୍ମାଣ କରାଯାଇଥିଲା ଏବଂ ତାନୋଟ ରାୟ ଦେବୀ ଭାବରେ ପ୍ରସିଦ୍ଧ ହୋଇଥିଲେ ।

PunjabKesari

ଏହି ମନ୍ଦିରକୁ ଭାରତୀୟ ସୀମା ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ରୂପେ ଯତ୍ନ ନେଉଛନ୍ତି । ଭାରତ-ପାକିସ୍ତାନ ଯୁଦ୍ଧକୁ ସ୍ମରଣ କରିବା ପାଇଁ ଏଠାରେ ଏକ ବିଜୟ ସ୍ତମ୍ଭ ମଧ୍ୟ ନିର୍ମାଣ କରାଯାଇଛି । ଏହି ସ୍ତମ୍ଭ ଭାରତୀୟ ସୈନିକ ମାନଙ୍କର ବୀରତ୍ୱର ସ୍ମରଣ ଅଟେ । ଜୈସଲମେର ଠାରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ତାନୋଟ ଦେବୀ ମନ୍ଦିର । ସୁରକ୍ଷା ଦୃଷ୍ଟିରୁ ଏହି କ୍ଷେତ୍ର ଅତ୍ୟନ୍ତ ସମ୍ବେଦନଶୀଳ । ଏଠାକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ସୈନିକମାନେ ତୀକ୍ଷ୍ଣ ନଜର ରଖିଥାନ୍ତି । ମନ୍ଦିରକୁ ଯିବା ପାଇଁ ଆଇଡି ପ୍ରୁଫ୍ ନିହାତି ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.