Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

TRP ରେଟିଂ ବନ୍ଦ ସତ୍ତ୍ୱେ ଜାନୁଆରୀ ରୁ ମାର୍ଚ୍ଚ ମଧ୍ୟରେ ନ୍ୟୁଜ୍‌ ଚ୍ୟାନେଲ ଗୁଡିକରେ ବୃଦ୍ଧିପାଇଛି ବିଜ୍ଞାପନ ପରିମାଣ : BARC

24/04/2021 at 10:07 PM

ନୂଆଦିଲ୍ଲୀ ୨୪/୦୪ : ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ (BARC) ଶୁକ୍ରବାର କହିଛି ଯେ, ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ନ୍ୟୁଜ୍ ଚ୍ୟାନେଲଗୁଡିକ ବିଜ୍ଞାପନରେ ସର୍ବାଧିକ ଅଭିବୃଦ୍ଧି ପ୍ରଦର୍ଶନ କରିଛନ୍ତି । ଭାରତୀୟ ଟିଭି ନେଟଓ୍ବର୍କ ଗୁଡିକରେ କେବଳ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ୪୫୬ ମିଲିୟନ ସେକେଣ୍ଡର ବିଜ୍ଞାପନ ପ୍ରଦର୍ଶନ କରିଛନ୍ତି । ଯାହାକି ୨୦୧୮ ପରଠାରୁ ସର୍ବାଧିକ ।

ଟଙ୍କା କାରବାର କରି TRP କିଣୁଥିବା ଅଭିଯୋଗ ଆସିବା ପରେ ସାପ୍ତାହିକ ରେଟିଂକୁ ସ୍ଥଗିତ ରଖିଥିଲା  ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ (BARC) । ଟିଭି ନେଟୱାର୍କ ସହିତ ବିଜ୍ଞାପନ ରଖିବା ପାଇଁ ବ୍ରାଣ୍ଡ ଦ୍ୱାରା ବ୍ୟବହୃତ ଏକ ଗୁରୁତ୍ୱପୂର୍ଣ୍ଣ ଇନପୁଟ ମଧ୍ୟରୁ ରେଟିଂ ଅନ୍ୟତମ ।

ନ୍ୟୁଜ୍ ଚ୍ୟାନେଲଗୁଡିକରେ ବିଜ୍ଞାପନ ପରିମାଣର ଅଭିବୃଦ୍ଧି ୨୫ ପ୍ରତିଶତରେ ପହଞ୍ଚିଛି । ସେହିପରି ଚଳଚ୍ଚିତ୍ର ଚ୍ୟାନେଲଗୁଡିକ ପାଇଁ ବିଜ୍ଞାପନ ପରିମାଣରେ ୨୩ ପ୍ରତିଶତ ଏବଂ ସାଧାରଣ ମନୋରଞ୍ଜନ ଚ୍ୟାନେଲରେ ୨୧ ପ୍ରତିଶତ ଛୁଇଁଥିବା କହିଛି BARC । ଶ୍ରେଷ୍ଠ ୧୦ ବିଜ୍ଞାପନଦାତା ଏବଂ ପରବର୍ତ୍ତୀ ୪୦ ଜଣ ଯଥାକ୍ରମେ ୩୭ ପ୍ରତିଶତ ଏବଂ ୩୧ ପ୍ରତିଶତ ଅଭିବୃଦ୍ଧି କରିଛନ୍ତି।

ମୋଟାମୋଟି ଭାବେ କହିବାକୁ ଗଲେ ମୋଟ ୫୦ ପ୍ରତିଶତ ବିଜ୍ଞାପନ ଶ୍ରେଷ୍ଠ ୨୦ ବିଜ୍ଞାପନଦାତାଙ୍କ ଦ୍ବାରା ପରିବେଷଣ ହୋଇଛି । ୨୦୧୮ ପରଠାରୁ ଗତ ମକର ସଂକ୍ରାନ୍ତି ଏବଂ ଗଣତନ୍ତ୍ର ଦିବସରେ ଅଧିକ ସଂଖ୍ୟାରେ ବିଜ୍ଞାପନ ପରିବେଷଣ ହୋଇଥିବା ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ (BARC) ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts