Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଗୋଟିଏ ଫୁସ୍‌ଫୁସ୍‌, ତଥାପି ସାହାସ ହାରିଲେନି: ଯୋଗ ଓ ବାୟାମ କରି କରୋନାକୁ ମାତ୍ ଦେଲେ ନର୍ସ

13/05/2021 at 5:16 PM

ଭୋପାଳ ୧୩।୦୫: କରୋନାର ଦ୍ଵିତୀୟ ଲହରରେ ଦେଖା ଦେଇଥିବା ଭାରିଏଣ୍ଟ ଅତି ମାରାତ୍ମକ ସାବ୍ୟସ୍ତ ହୋଇଛି। କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ଅନେକ ଲୋକଙ୍କ ଫୁସ୍‌ଫୁସ୍‌କୁ ମଧ୍ୟ ସଂକ୍ରମଣ ଆକ୍ରମଣ କରୁଛି। ଏଥିରେ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଛି। ମହାମାରୀ ସମୟରେ ଡାକ୍ତରମାନେ ନିଜ ଫୁସ୍‌ଫୁସ୍‌କକୁ କେମିତି ସୁସ୍ଥ ଏବଂ ମଜବୁତ ରଖି ପାରିବ ସେ ସଂପର୍କରେ ଅନେକ ପରାମର୍ଶ ଦେଉଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗୋଟିଏ ଫୁସ୍‌ଫୁସ୍‌ ଥିବା ଜଣେ ନର୍ସ କିନ୍ତୁ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି।

ମଧ୍ୟପ୍ରଦେଶର ଜଣେ ନର୍ସଙ୍କର ଶରୀରରେ ମାତ୍ର ଗୋଟିଏ ଫୁସ୍‌ଫୁସ୍ ଥିଲେ ବି ସେ କରୋନା ସହିତ ୧୪ ଦିନ ଲଢିବା ପରେ ରୋଗରୁ ସୁସ୍ଥ ହୋଇଛନ୍ତି। କରୋନା ପଜିଟିଭି ହେବା ପରେ ୩୯ ବର୍ଷୀୟା ନର୍ସ ପ୍ରଫୁଲିତ ପେଟେର ମଧ୍ୟପ୍ରଦେଶର ଟିକାମଗର୍ଡ ସିଭିଲ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ସେ ପିଲାବେଳୁ ଏକ ଦୁର୍ଘଟଣାରେ ଗୋଟିଏ ଫୁସ୍‌ଫୁସ୍‌ ହରାଇଥିଲେ। ତେବେ ଗୋଟିଏ ଫୁସ୍‌ଫୁସ୍‌ରେ ମଧ୍ୟ କରୋନା ସହିତ ୧୪ ଦିନ ଲଢ଼ିଥିଲେ ନର୍ସ।

ପ୍ରଫୁଲ୍ଲିତ କରୋନା ଆକ୍ରାନ୍ତ ହେବା ପରେ ସମସ୍ତେ ଚିନ୍ତାରେ ପଡ଼ିଯାଇଥିଲେ। କାରଣ କରୋନା ଶ୍ଵାଃସକ୍ରିୟାକୁ ଅଧିକ ପ୍ରଭାବିତ କରିବା ସହ ଫୁସ୍‌ଫୁସ୍‌କୁ ଆକ୍ରମଣ କରୁଛି। ଏମିତି ଜଟିଳ ପରିସ୍ଥିତିରେ ଗୋଟିଏ ଫୁସ୍‌ଫୁସ୍‌ରେ ପ୍ରଫୁଲ୍ଲିତ କେମିତି କରୋନା ସହିତ ଲଢିବେ ସକଥା ପରିବାର ଲୋକଙ୍କୁ ଘାରିଥିଲା। ତେବେ ସେ ୧୪ ଦିନ ହୋମ୍‌ ଆଇସୋଲେସନ୍‌ରେ ରହିବା ସହିତ ସମସ୍ତ ଔଷଧ ବ୍ୟାୟାମ କରିବା ପରେ କରୋନାରୁ ସୁସ୍ଥ ହୋଇଥିଲେ। ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି।

ସୁସ୍ଥ ହେବା ପରେ ପ୍ରଫୁଲିତ କହିଛନ୍ତି ଯେ ସେ ପଜିଟିଭ୍ ହୋଇଥିଲେ ବି ସାହାସ ଓ ଧୈର୍ଯ୍ୟ ହରାଇ ନଥିଲେ। ସେ ନିୟମିତ ଯୋଗ, ପ୍ରାଣାୟାମ କରିବା ସହିତ ସମସ୍ତ ପ୍ରକାର ଶ୍ଵାଃଶକ୍ରିୟା ସମ୍ବନ୍ଧିତ ବ୍ୟାୟାମ କରିଥିଲେ। ତା ସହିତ ନିଜର ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ସେ ମଝିରେ ମଝିରେ ବେଲୁନ୍‌ ମଧ୍ୟ ଫୁଙ୍କୁ ଥିଲେ।

   Related Posts