ପଞ୍ଚସୂତ୍ରୀ ସହମତି ପରେ ମଧ୍ୟ ପୂର୍ବ ଲଦାଖରେ ଜାରି ରହିଛି ବିବାଦ, ହୋଇପାରୁନି ସୀମା ବିବାଦର ସମାଧାନ

Published By : Prameya-News7 Bureau | September 15, 2020 IST

ନୂଆଦିଲ୍ଲୀ ୧୫/୦୯: ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ​‌ରେଖା (ଏଲଏସି)ରେ ବିବାଦ ଜାରି ରହିଛି। ଭାରତ ଓ ଚୀନ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ମସ୍କୋରେ ପଞ୍ଚ ସୂତ୍ରୀ ସହମତିର ପାଞ୍ଚଦିନ ପରେ ମଧ୍ୟ ବିବାଦ ଥମିବାର ନାଁ ନେଉ ନାହିଁ। କୂଟନୈତିକ ତଥା ସୈନ୍ୟ ସ୍ତରରେ ଉଚ୍ଚ ସ୍ତରରେ ଆଲୋଚନା ପରେ ମଧ୍ୟ କୌଣସି ସମାଧାନ ମିଳିପାରୁ ନାହିଁ।

ଭାରତ ଓ ଚୀନ ସେନା ଏଲଏସିରେ ହିଁ ରହିଛନ୍ତି। ଚୀନର ପ୍ରତିଟି କାର୍ଯ୍ୟ ଉପରେ ନଜର ରଖୁଛି ଭାରତୀୟ ସେନା। ତଳୁସ୍ତରରେ ଯେତେ ପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ନ ମିଳିଛି ସେ ପର୍ଯ୍ୟନ୍ତ ସୀମାର ସୁରକ୍ଷାରେ ଆଦୌ ଢ଼ିଲା ଦିଆଯିବ ନାହିଁ। ସେନାଙ୍କୁ ପଛକୁ ହଟାଇବା, ସେନାଙ୍କ ମଧ୍ୟରେ ନିଶ୍ଚିତ ଭା​ବେ ଦୂରତ୍ବ ବଜାୟ ରଖିବା, କଥାବାର୍ତା ଜାରି ରଖିବା ଓ ସୀମା ପ୍ରବନ୍ଧନ ବାବଦରେ ସବୁ ପ୍ରୋଟୋକଲକୁ ଓ ବୁଝାମଣା ପଳନ କରିବା ଆଦି ନିୟମ ପଞ୍ଚସୂତ୍ରୀ ସହମତି ଅଧିନରେ ରହିଛି।

ଭାରତରେ ଚୀନ କୂଟନୈତିଜ୍ଞ ସୋନ ଓ୍ବେଡଙ୍ଗ କହିଛନ୍ତି ଦୁଇ ଦେଶର ବିଦେଶମନ୍ତ୍ରୀଙ୍କ ପଞ୍ଚସୂତ୍ରୀ ସହମତି ବୈଠକ ତଥା ଆଲୋଚନା ଖୁବ୍ ପ୍ରାସଙ୍ଗିକ। ଦୁଇ ଦେଶର ରାଜନୈତିକ ଇଚ୍ଛାଶକ୍ତି ମଧ୍ୟ ଏହାକୁ ଦର୍ଶାଉଛି। ପରସ୍ପର ଭିତରେ ଭରସା ରହିବା ଦରକାର ସନ୍ଦେହ ନୁହେଁ। ସୋନଙ୍କ ବିଶ୍ବାସ ଯେ ଦୁଇ ଦେଶ ଖୁବଶୀଘ୍ର ଏହାର ସମାଧାନ ବାହାର କରି ନେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.