Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରୋଜଗାର କମ୍ କିନ୍ତୁ ମୁମ୍ବାଇରେ ୨ଟି ଦାମୀ ଫ୍ଲାଟ୍ , ରିୟାଙ୍କ ସମ୍ପତ୍ତିର ଖୋଳତାଡ଼ କରୁଛି ED

6/08/2020 at 5:08 PM

ମୁମ୍ବାଇ ୬/୮: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ପ୍ରବର୍ତ୍ତନ ନିଦ୍ଦେଶାଳୟ(ଇଡି) ପୂରା ନଜର ରଖିଛି। ଇଡି ଏହି ମାମଲାରେ ମନି ଟ୍ରେଲ୍ ତଦନ୍ତରେ ଜୁଟିଛି। ଇଡି ସୂତ୍ରରୁ ଜଣା ପଡ଼ିଛି ଯେ ଗତ କିଛି ବର୍ଷରେ ରିୟାଙ୍କ ନେଟ୍ ଆୟ ୧୦ଲକ୍ଷରୁ ୧୨ଲକ୍ଷ ଏବଂ ତା’ପରେ ୧୪ଲକ୍ଷ ଯାଏଁ ପହଞ୍ଚିଛି। ଇନକମ୍ ଟାକ୍ସ ରିଟର୍ଣ୍ଣକୁ ଏହି ସୂଚନା ଦିଆଯାଇଛି।

ଇଡିକୁ ଜଣା ପଡ଼ିଛି ଯେ ଏତେ କମ୍ ଆୟ ସତ୍ବେ ରିୟା ମୁମ୍ବାଇରେ ୨ଟି ଜାଗା କିଣିଥିଲେ। ଏଥିରେ ଗୋଟିଏ ରିୟାଙ୍କ ନାଁରେ –ଅନ୍ୟଟି ରିୟାଙ୍କ ଘରଲୋକଙ୍କ ନାଁରେ ରହିଛି। ଏବେ ସୁଦ୍ଧା ଜଣା ପଡ଼ିନାହିଁ ଯେ ରିୟାଙ୍କ ଏହି ଦୁଇଟି ଜାଗାର ଟଙ୍କା କିଏ ଦେଇଛି। ସନ୍ଦେହ ହେବାରୁ ଇଡି ଏହି ୨ଟି ଜାଗାର କାଗଜପତ୍ର ମାଗିଛି।

ଏହି ମାମଲାରେ ସୁଶାନ୍ତ ସିଂହ ରାଜପୁତଙ୍କ ୨ଟି କମ୍ପାନୀର ଅନୁସନ୍ଧାନ କରାଯାଇଛି। ଯେଉଁ କମ୍ପାନୀ ଦିଲ୍ଲୀରେ ରହିଛି ତା’ର ତଦନ୍ତ ହେବା ବାକି  ରହିଛି। କିଛି ଦିନ ତଳେ ଇଡି ସୁଶାନ୍ତ ସିଂହଙ୍କ ସିଏ ସହ ଏବିଷୟରେ ପଚରାଉଚୁରା କରିଥିଲେ କିନ୍ତୁ ସିଏଙ୍କ ଜବାବରେ ଇଡି ସନ୍ତୁଷ୍ଟ ନାହାନ୍ତି। ସମ୍ପତ୍ତି ସହ ଜଡ଼ିତ ପଚରାଉଚୁରା ପାଇଁ ଇଡି ରିୟା ଚକ୍ରବର୍ତ୍ତୀଙ୍କୁ ଇମେଲ୍ ପଠାଇଛି। ଏହା ଉପରେ ଏବେ ସୁଦ୍ଧା କୌଣସି ଜବାବ ମିଳି ପାରିନାହିଁ।

ରିୟା ଚକ୍ରବର୍ତ୍ତୀଙ୍କୁ ଅଗଷ୍ଟ ୭ତାରିଖରେ ପଚରାଉଚୁରା କରିବା ପାଇଁ ଡକାଯାଇଛି ଯେଉଁଥିରେ ତାଙ୍କ ବୟାନ ରୁଜୁ କରାଯିବ। ରିୟାଙ୍କ ଭାଇ ଶୋଭିକଙ୍କୁ ମଧ୍ୟ ଡକାଯିବାର ଯୋଜନା ରହିଛି। କାରଣ ସେ ସୁଶାନ୍ତଙ୍କ ୨ଟି କମ୍ପାନୀର ଡାଇରେକ୍ଟର ଥିଲେ। ଶୋଭିକଙ୍କ ବୟାନ ମଧ୍ୟ ଆସନ୍ତା ସପ୍ତାହ ରୁଜୁ ହୋଇପାରେ। ରିୟାଙ୍କ ଚାଟାର୍ଡ଼ ଆକାଉଣ୍ଟ ରିତେଶ ଶାହଙ୍କୁ ମଧ୍ୟ ବୟାନ ପାଇଁ ଡକାଯାଇଛି।

   Related Posts