ଚୋରାରେ ଚାଲିଥିଲା କାରବାର ; ଛକରେ ଜଗିଥିଲା ପୋଲିସ, ଧରିଲା ୭୫ ଲିଟର ଦେଶୀ ମଦ

Published By : Prameya-News7 Bureau | July 24, 2021 IST

କେନ୍ଦ୍ରାପଡ଼ା ୨୪।୦୭: ବିପୁଳ ପରିମାଣର ଚୋରା ମଦ ଜବତ । କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଇନ୍ଦୁପୁର-ନିକିରାଇ ରାସ୍ତାରୁ ଚୋରା ମଦ ଜବତ କରିଛି ପୋଲିସ । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର-ନିକିରାଇ ରାସ୍ତାରେ ପୋଲିସ ଚଢ଼ାଉ କରି ୭୫ ଲିଟର ଚୋରା ମଦ ଜବତ କରିଛି। ଏହି ମଦ ବେଆଇନ ଭାବେ ଦୁହୁରିଆ ଯାଉଥିବା ଖବର ପାଇ ପୋଲିସ ପୁର୍ବରୁ ନିକିରାଇ ଛକ ଠାରେ ଜଗି ରହିଥିଲା। ଚଢ଼ାଉ ବେଳେ ୧୫ ଗୋଟି ପେଟିରେ ଭର୍ତ୍ତି ହୋଇଥିବା ୭୫ ଲିଟର ଦେଶୀ ମଦ ସମେତ ପରିବହନରେ ବ୍ୟବହୃତ ମାରୁତି ଭ୍ୟାନ ଜବତ କରିଛି ପୋଲିସ। ଏହା ସହିତ ମଦ ନେଇ ଯାଉଥିବା କସୋଟି ଗ୍ରାମର ଅଲେଖ ଚନ୍ଦ୍ର ମଲ୍ଲିକଙ୍କୁ ମଧ୍ୟ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.