ବିପୁଳ ପରିମାଣର ଦେଶୀ ମଦ ଜବତ, ହୋଲି ପାଇଁ ସହର ମଧ୍ୟକୁ ଆସୁଥିଲା ମଦ
10/03/2020 at 12:19 PM

ଭଦ୍ରକ ୧୦।୦୩: ହୋଲି ଦିନ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ପିକ୍ଅପ୍ ଭ୍ୟାନ୍ରେ ମଦ ନେଇ ଯାଉଥିବା ଅଭିଯୋଗରେ ତିଜିଜଣଙ୍କ ଗିରଫ କରାଯାଇଛି । ପିକ୍ଅପ୍ ଭ୍ୟାନ୍ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ଭଦ୍ରକ ଜିଲ୍ଲା ପୁରୁଣାବଜାର ପୋଲିସ ଏହି ଦେଶୀ ମଦକୁ ଜବତ କରିଛି । ଜବତ ଦେଶୀ ମଦର ପରିମାଣ ପ୍ରାୟ ୨ହଜାର ଲିଟର ହେବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲାରୁ ଭଦ୍ରକ ଆସୁଥିବା ଦେଶୀ ମଦ ଚୋରଚାଲାଣ ହେଉଥିବାର ପୋଲିସକୁ ସୂଚନା ମିଳିଥିଲା । ପୋଲିସ ପିକ୍ଅପ୍ ଭ୍ୟାନ୍କୁ ପିଛା କରି ମାର୍ଜାପୁର ନିକଟ ବେହେରାସାହି ଠାରେ ଅଟକାଇଥିଲା । ପିକ୍ଅପ୍ ଭ୍ୟାନ୍ ଯାଞ୍ଚ ସମୟରେ ଗାଡିରୁ ୨ହଜାର ଲିଟର ଦେଶୀମଦ ଜବତ ହୋଇଛି ।

ତେବେ ପୋଲିସ ପିକ୍ଅପ୍ମ ଭ୍ୟାନ୍କୁ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନ ହେଉଛନ୍ତି ବାଲେଶ୍ଵର ଜିଲ୍ଲାର ମହେଶ୍ଵର ରାଉତ , ଗୋପବନ୍ଧୁ ବେହେରା ଓ ତପନ ଜେନା ବୋଲି ସୂଚନା ମିଳିଛି । ଏହି ମଦ ହୋଲି ପାଇଁ ସହର ମଧ୍ୟ ଆସୁଥିବା ଅନୁମାନ କରାଯାଉଛି ।