ଚାଷ ଜମି ଓ ପାଳ ଗଦା ତଳେ ଗଚ୍ଛିତ ବ୍ୟାରେଲ୍‌ ବ୍ୟାରେଲ୍‌ ଦେଶୀ ମଦ, ୧୦ ହଜାର ଲିଟର ପୋଚ ନଷ୍ଟ କଲା ଅବକାରୀ ବିଭାଗ

Published By : Prameya-News7 Bureau | December 10, 2020 IST

ଆଠଗଡ଼ ୧୦/୧୨: ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଚାଷ ଜମି , ବିଲ ହୁଡ଼ା , ଜଙ୍ଗଲ ଏବଂ ପାଳ ଗଦା ତଳେ ବ୍ୟାରେଲ୍ ବ୍ୟାରେଲ୍ ଦେଶୀ ମଦ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଥାନା ଅଧିନ ଭିରୁଡା ଗ୍ରାମରେ । ବେଆଇନ ଭାବେ ଏଠାରେ ଦେଶୀ ମଦର କୁଟୀର ଶିଳ୍ପ ପାଲଟିଛି ।

{"id":375680,"width":580,"height":370,"sizeSlug":"large","linkDestination":"none"}

ଏଠାରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ଜିଲ୍ଲା ବାହାରକୁ ଚାଲଣ କରାଯାଏ ବୋଲି ପୂର୍ବରୁ ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ । ପୂର୍ବରୁ ଆଠଗଡ ଅବକାରି ବିଭାଗ ଚଢାଉ କରୁଥିଲେ ମଧ୍ୟ ମଦ ମାଫିଆମାନଙ୍କ ଉପରେ କିଛି ପ୍ରଭାବ ପଡିନଥିଲା ।

ଆଜି କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗ୍ରାମାଞ୍ଚଳ ଏସ୍‌ପି, ଏବଂ ଆଠଗଡ଼ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ୧୦ ହଜାର ଲିଟର ପୋଚ ନଷ୍ଟ କରାଯିବା ସହ ଅଧିକ ତଦନ୍ତ ଜାରି ରଖିଛି ଅବକାରି ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.