Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡାଙ୍କ ଖୁଲାସା: କହିଲେ ବହୁତ ଭଲ ଲାଗିଥିଲା ଏହି ଅଭିନେତାଙ୍କୁ କିସ୍‌ କରିବା …

30/07/2019 at 12:10 PM

ମୁମ୍ବାଇ୩୦|୭: ବଲିଉଡର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରିୟଙ୍କା। ପ୍ରିୟଙ୍କା ଚୋପଡା ଏବେ ବିଦେଶରେ ନିଜ ଜଲୱା ଦେଖାଉଛନ୍ତି। ପ୍ରିୟଙ୍କା ଗୋଟେ ପରେ ଗୋଟେ ହଲିଉଡ ପ୍ରୋଜେକ୍ଟରେ କାମ କରିଚାଲିଛନ୍ତି। ଏହାସହ ବଲିଉଡରେ ମଧ୍ୟ ସେ ଧମାଲ କରୁଛନ୍ତି। ପ୍ରୟଙ୍କା ଜଣେ ଦବଙ୍ଗ ଅଭିନେତ୍ରୀ। କୌଣସି କଥା କହିବାକୁ ସେ ଡରନ୍ତି ନାହିଁ। ବିବାହ ପରେ ପ୍ରିୟଙ୍କାଙ୍କ ଅଧିକାଂଶ ସମୟ ଆମେରିକାରେ ବିତାଉଛନ୍ତି।  
ଏବେ କିଛି ଦିନ ତଳେ ପ୍ରିୟଙ୍କା ନିଜର ଏକ ରାଜ ଖୋଲିଛନ୍ତି। ଏହା ଶୁଣି ଅନେକ ଦର୍ଶକ ଆଶ୍ଚର୍ଯ୍ୟ ହୋଇଛନ୍ତି। ରୟାଲିଟି ସୋ- କଫି ୱିଥ୍‌ କରନରେ ପ୍ରିୟଙ୍କାଙ୍କୁ କରନ ଏକ ସ୍ମାର୍ଟ ପ୍ରଶ୍ନ ପଚାରିଥିଲେ। କରନ ପଚାରିଥିଲେ ଯେ, କେଉଁ ଅଭିନେତାଙ୍କୁ ଅନ୍‌ସ୍କ୍ରିନ୍‌ କିସ୍‌ କରିବାରେ ପ୍ରିୟଙ୍କାଙ୍କୁ ସବୁଠୁ ଅଧିକ ମଜା ଆସିଥିଲା।  
ଅଭିନେତା ଅକ୍ଷୟ କୁମାର, ରଣବୀର କପୁର, ଋତିକ ରୋଶନ ଓ ଶାହୀଦ କପୁରଙ୍କୁ ପ୍ରିୟଙ୍କା ଚୋପଡା ଅନ ସ୍କ୍ରିନ କିସ୍‌ କରିସାରିଛନ୍ତି। ଉତ୍ତରରେ ପ୍ରୟଙ୍କା କହିଥିଲେ ଯେ, ଶାହୀଦ କପୁର ଓ ଅକ୍ଷୟ କୁମାରଙ୍କ ସହ ସେ ବେଷ୍ଟ ରୋମାନ୍ସ ସିନ୍‌ କରିଛନ୍ତି। ହେଲେ କିସ୍‌ କରିବାରେ ତାଙ୍କୁ ଶାହିଦ୍‌ଙ୍କ ସହ ଅଧିକ ମଜା ଆସିଥିଲା ବୋଲି ସେ ପ୍ରକାଶ କରିଛନ୍ତି।ପ୍ରିୟଙ୍କାଙ୍କ ଅନୁସାରେ ଶାହୀଦ କଥା କଥାରେ ରାଗିଯାଆନ୍ତି।କିନ୍ତୁ ଏହି ଅଭିନେତା ବହୁତ ସରଳ ବୋଲି ସେ କହିଥିଲେ।
ପ୍ରିୟଙ୍କା ବହୁତ ଚତୁରତାର ସହ ଏହାର ଉତ୍ତର ଦେଇଥିଲେ। ସେ ଶାହୀଦ କପୁରଙ୍କ ନାଁ ସ୍ପଷ୍ଟ କରି କହିନଥିଲେ କିନ୍ତୁ ତାଙ୍କ କଥା ଅନୁସାରେ ସେ ଶାହୀଦ କପୁରଙ୍କ ଆଡକୁ ହିଁ ଇଂଗିତ କରିଥିଲେ । ଫିଲ୍ମ କମିନେରେ ଶାହୀଦ କପୁରଙ୍କ ସହ ପ୍ରିୟଙ୍କାଙ୍କ ବହୁ ହଟ୍‌ କିସିଂ ସିନ୍‌ ଥିଲା। ଶାହୀଦଙ୍କ ବ୍ୟତୀତ ପ୍ରିୟଙ୍କା ଅନ୍ୟାନ୍ୟ ଅଭିନେତାଙ୍କ ସହ ମଧ୍ୟ ବୋଲ୍ଡ ସିନ୍‌ କରିଛନ୍ତି। ତାଙ୍କ ପ୍ରଥମ ଫିଲ୍ମ ଅନ୍ଦାଜରେ ସେ ବହୁତ ହଟ୍‌ ସିନ୍‌ କରିଥିଲେ।

   Related Posts