୪୪୦ ଲିଟରର ଦେଶୀ ମଦ ଜବତ

Published By : Prameya-News7 Bureau | October 17, 2020 IST

ଚଣ୍ଡିଖୋଲ ୧୭।୧୦: ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ଦ୍ୱାରା ମଦ ଜବତ ହୋଇଛି । ଧାନ ବିଲରୁ ୧୧ଟି ବ୍ୟାରେଲରେ ପ୍ରାୟ ୪୪୦ ଲିଟର ଦେଶୀମଦ ଜବତ ହୋଇଛି ।

{"id":345842,"sizeSlug":"large"}

ବଡ଼ଚଣା ଥାନା ପୋଲିସ ମଙ୍ଗରାଜପୁର ଗାଁରେ ଏକ ଧାନ ବିଲର କାଦୁଅ ମଧ୍ୟରେ ଦେଶୀମଦ ଲୁଚାଇ ରଖାଯାଇଥିଲା । କୌଣସି ସୂତ୍ରରୁ ସୂଚନା ପାଇ ବଡଚଣା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢାଉ କରିଥିଲା । ଏହି ଚଢାଉରେ ଦେଶୀ ମଦ ଭର୍ତ୍ତି ୧୧ଟି ବ୍ୟାରେଲ ଜବତ ହୋଇଛି । ଯେଉଁଥିରେ ୪୪୦ଲିଟର ଦେଶୀ ମଦ ଥିବା ପୋଲିସ ସୂଚନା ଦେଇଛି । ତେବେ ଏତେ ପରିମାଣର ମଦ କେଉଁଠୁ ଆସିଲା ଏବଂ ଏ କିଏ ଲୁଚାଇ ରଖିଥିଲା । ସେନେଇ ପୋଲିସ ତନାଘନା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.