Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ବେଧଡ଼କ ଚାଲିଥିଲା ଦେଶୀ ମଦ କାରବାର : ଅବକାରୀ ବିଭାଗର ଚଢାଉ, ୨୫୦ଲିଟରରୁ ଅଧିକ ମଦ ଜବତ

27/10/2020 at 9:33 AM

ଚଣ୍ଡିଖୋଲ ୨୭।୧୦: ଚୋରା ଦେଶୀ ମଦର ଆଡ୍ଡା ପାଲଟିଛି ଛତିଆ ଅଞ୍ଚଳ । ଦିନକୁ ଦିନ ବଢ଼ିଚାଲିଛି ଚୋରା ଦେଶୀ ମଦ କାରବାର। ଯାଜପୁର ଜିଲ୍ଲା ଅବକାରୀ ବିଭାଗ ଛତିଆ ଅଞ୍ଚଳର ଇଚ୍ଛାନଗର ପାଟଣାର ଆକୁଳୀ ବେହେରାଙ୍କ ଘରେ ଅଚାନକ ଚଢ଼ାଉ କରି ୨୫୦ ଲିଟର ଦେଶୀ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ।

ଖବର ଅନୁଯାୟୀ, ଛତିଆ ଅଞ୍ଚଳରେ ମଦ କାରବାର ନେଇ ଅକବାରୀ ବିଭାଗକୁ ସୂଚନା ମିଳିଥିଲା । ସୂଚନା ମିଳିବା ମାତ୍ରେ ଚଢାଉ କରି ୨୫୦ଲିଟରରୁ ଅଧିକ ଲିଟରର ଦେଶୀ ମଦ ଜବତ କରିଛି । ଏହାସହିତ ୩ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ତେବେ ମଦ ଜବତ ହୋଇଥିବା ସ୍ଥାନରୁ ନିକଟସ୍ଥ ଫାଣ୍ଡି ମାତ୍ର ୨ଶହ ମିଟର ଦୂରରରେ ରହିଛି । ପାଖରେ ଫାଣ୍ଡି ଥାଇ କିପରି ମଦ କାରବାର ଚାଲିଥିଲା , ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟ ସ୍ଥାନୀୟଲୋକଙ୍କ ଅନୁଯାୟୀ, ଅଞ୍ଚଳରେ ଚୋରା ମଦ କାରାବାର ବିପୁଳ ପରିମାଣରେ ଚାଲଛି । ଯାହାଫଳରେ କି ଲୋକ ମାନେ ମଦ ଦୁର୍ଘଟଣାର ଶିକାର ହେଉଛନ୍ତି । ଏପରି କିଛି ଅଧିକାରୀଙ୍କ ସହ ମଦ ବେପାରୀଙ୍କ ମଧୁଚନ୍ଦ୍ରିକା ଥିବା ଅଭିଯୋଗ ମଧ୍ୟ ଆସିଛି ।  

   Related Posts