କାଜୁ ଜଙ୍ଗଲରେ ଦେଶୀମଦ ଭାଟି: ଚଢାଉ ବେଳେ ଖସିଗଲେ ବ୍ୟବସାୟୀ, ଲକ୍ଷାଧିକ ଟଙ୍କାର ପୋଚ ନଷ୍ଟ କଲା ପୋଲିସ

Published By : Prameya-News7 Bureau | April 09, 2020 IST

ଭୁବନେଶର୦୯.୦୪- ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ପୋଲିସ  କାଜୁ ଜଙ୍ଗଲରେ ଚାଲିଥିବା ଏକ ଦେଶି ମଦ ପ୍ରସ୍ତୁତ କ୍ୟାମ୍ପକୁ ଭାଙ୍ଗିଛି । ଏକଡାଳିଆ କାଜୁ ଜଙ୍ଗଲରେ ଏହି ମଦ ରନ୍ଧା ଓ ଚାଲାଣ ହେଉଥିବା ଖବର ପାଇ  ବେଗୁନିଆ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଏକଡାଳିଆ କାଜୁ ଜଂଗଲରେ ଚଢାଉ କରିଥିଲା । ତେବେ ଚଢାଉ ବେଳେ ମଦ ବ୍ୟବସାୟୀ ମାନେ ଫେରାର ହୋଇଯାଇଥିଲେ । କିନ୍ତୁ ବିପୁଳ ପୋଟ ଏବଂ ମଦ ରନ୍ଧା ସାମଗ୍ରୀ ନେଇ ପାରିନଥିଲେ । ସେସବୁକୁ ଜବତ କରିଛି ପୋଲିସ ।  ଜବତ ସାମଗ୍ରୀ ମଧ୍ୟରେ ମଦ ରନ୍ଧା ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଏବଂ ୩ ହଜାର ଲିଟରରୁ ଉର୍ଦ୍ଧ୍ବ ପୋଚ ଥିଲା ।

{"id":251607,"sizeSlug":"large"}

ସେହି ପୋଟ ସବୁକୁ ନଷ୍ଟ କରିଦେଇଛି ପୋଲିସ । ନଷ୍ଟ କରାଯାଇଥିବା ପୋଚ ସହ ଜବତ ମଦ ତିଆରି ସାମଗ୍ରୀର ମୂଲ୍ୟ  ଲକ୍ଷାଧିକ   ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବେଗୁନିଆ  ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.