Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଗୋଟିଏ ପୋଷ୍ଟରେ ଜଳିଲା ବେଙ୍ଗାଲୁରୁ, ଆପତ୍ତିଜନକ ସନ୍ଦେଶ ସେୟାର କରିଥିବା କଂଗ୍ରେସ ବିଧାୟକଙ୍କ ଭଣଜା ଗିରଫ

12/08/2020 at 4:28 PM

ବେଙ୍ଗାଲୁରୁ ୧୨।୦୮: ଦେଶର ସବୁଠୁ ହାଇଟେକ୍ ସହର ଭାବେ ପରିଗଣିତ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସହର ଜଳାପୋଡା ଓ ହିଂସାର ଶିକାର ହୋଇଛି। ମାତ୍ର ଗୋଟିଏ ଫେସବୁକ୍ ପୋଷ୍ଟକୁ ନେଇ ମଙ୍ଗଳବାର ରାତିରେ ହିଂସାକାଣ୍ଡର ସୂତ୍ରପାତ ଘଟିଥିଲା। ଏହି ହିଂସାରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି। ଫେସବୁକ୍‌ରେ କଥିତ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ପୋଷ୍ଟକୁ ସେୟାର କରିଥିବା ଅଭିଯୁକ୍ତ ନବୀନକୁ ପୋଲିସ ଗିରଫ କରିଛି।

ଅଭିଯୁକ୍ତ ନବୀନକୁ କଂଗ୍ରେସର ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ଭଣଜା କୁହାଯାଉଛି। ପୋଲିସ କମିଶନର ତାଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ଏହା ସହିତ ୧୧୦ ଜଣଙ୍କୁ ଜଳାପୋଡା, ପଥରମାଡ ଓ ପୋଲିସ ଉପରେ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରାଯାଇଛି। ସମସ୍ତ ଜନତାଙ୍କୁ ଶାନ୍ତି କାଏମ ରଖିବା ଓ ପୋଲିସକୁ ସହଯୋଗ କରିବାକୁ ଅପିଲ୍ କରାଯାଇଛି।

ବେଙ୍ଗାଲୁରୁ ସହରର ପୋଲିସ ଅପମାନଜନକ ସନ୍ଦେଶ ପୋଷ୍ଟ କରିଥିବା ସେହି ବ୍ୟକ୍ତିକୁ ଗିରଫ କରିଛି, ଯାହା ପୋଷ୍ଟ କାରଣରୁ ସହରରେ ଦଙ୍ଗା ଘଟିଛି। ପୋଲିସ କମିଶନର କମଲ ପନ୍ତ କହିଛନ୍ତି ଡିଜେ ହଲ୍ଲିରେ ଘଟିଥିବା ଘଟଣା ପାଇଁ ଅଭିଯୁକ୍ତ ନବୀନକୁ ଅପପାନଜନକ ପୋଷ୍ଟ କରିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତର ସାମାଜିକ ଗଣମାଧ୍ୟମରେ ପୋଷ୍ଟ ପରେ ଆକ୍ରୋଶିତ ଜନତା ଡିଜେ ହଲ୍ଲି, ପୁଲିକେସିନଗର ଓ କବଲ ବାୟରସେଣ୍ଡ୍ରାରେ ଦଙ୍ଗା, ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ।

ବିଧାୟକଙ୍କ ଘରେ ମଧ୍ୟ ଉପଦ୍ରବୀ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏହା ସହିତ ପୋଲିସ ଷ୍ଟେସନରେ ମଧ୍ୟ ପ୍ରବଳ ଭଙ୍ଗାରୁଜା କରିଛନ୍ତି। ଉପଦ୍ରବୀ ଘରଠୁ ନେଇ ଗାଡି ପର୍ଯ୍ୟନ୍ତ କିଛି ଛାଡିନାହାନ୍ତି। ଆଖି ସାମ୍ନାରେ ଯାହା ପଡିଲା ସବୁ ଜାଳିପୋଡି ଛାରଖାର କରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଘଟଣାକୁ ଗମ୍ଭୀରତାର ସହ ନେଇ କୌଣସି ଦୋଷୀକୁ ଛଡା ଯିବ ନାହିଁ ବୋଲି କହିଛନ୍ତି।

ଏହି ହିଂସାକାଣ୍ଡରେ ଅତିରିକ୍ତ ପୋଲିସ କମିଶନରଙ୍କ ସହିତ ୧୦୦ରୁ ଅଧିକ ପୋଲିସ କର୍ମଚାରୀ ଆହତ  ହୋଇଛନ୍ତି। ଦଙ୍ଗା ପ୍ରଭାବିତ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି। ୩ ଜଣଙ୍କ ମୃତ୍ୟୁ ଘଟିଛି। ଡିଜେ ହଲ୍ଲି ପୋଲିସ  ଷ୍ଟେସନ ଆଖପାଖ ଅଞ୍ଚଳରେ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି।

   Related Posts