ଜର୍ଜ ଫ୍ଲୋଏଡଙ୍କ ହତ୍ୟାକାରୀ ସ୍ଵାମୀଙ୍କୁ ଛାଡପତ୍ର ଦେବେ ପୂର୍ବତନ ବିୟୁଟି କୁଇନ୍, କହିଲେ- ଡିଭର୍ସରେ ତାଙ୍କ ଟଙ୍କା ମୋର ଦରକାର ନାହିଁ

Published By : Prameya-News7 Bureau | June 02, 2020 IST

ଓ୍ଵାଶିଂଟନ ୦୨।୦୬: ଆମେରିକାରେ ଏବେ ବର୍ଣ୍ଣ  ବିଦ୍ଵେଷ ନେଇ ନିଆଁ ଜଳୁଛି। ପୋଲିସ  ହେପାଜତରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ଆମେରିକାର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଯେଉଁ ପୋଲିସ୍ ହାତରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ଘଟିଛି ଏବେ ସେହି ପୋଲିସଙ୍କ ପତ୍ନୀ ତାଙ୍କୁ ଛାଡପତ୍ର ଦେବାକୁ ସ୍ଥାନୀୟ ବୋମସେଲ୍‌ କୋର୍ଟରେ ଆବେଦନ କରିଛନ୍ତି।

ପତ୍ନୀ କେଲି ଚଉଭିନ କହିଛନ୍ତି ଯେ, ଜର୍ଜ ଫ୍ଲୋଏଡଙ୍କ ହତ୍ୟାକାରୀ ମୋର ସ୍ଵାମୀ ଡେରେକ ଚଉଭିନଙ୍କ ସହ ରହିବାକୁ ସେ ଚାହୁଁନାହାନ୍ତି। ମେ ୨୮ରେ ଡେରେକ ଚଉଭିନ ଫ୍ଲାଏଡଙ୍କ ବେକ୍‌ରେ ଅତି ଅମାନବୀୟ ଭାବେ ଗୋଡ୍ ଦେଇ ମାଡ ମାରିଥିଲେ। ଏହି ଘଟଣାରେ ତାଙ୍କ ସହ ଆଉ ତିନି ଜଣ ପୋଲିସ୍ ଗିରଫ ହେବାର ୯ ମିନିଟ୍ ଭିତରେ ଜର୍ଜ ଫ୍ଲାଏଡଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲେ।

{"id":280465,"sizeSlug":"large"}

ସୂତ୍ର ଅନୁଯାୟୀ ପୂର୍ବତନ ବିୟୁଟି କୁଇନ୍‌ କେଲି ଚଉଭିନ ତାଙ୍କ ପୋଲିସ ପତିଙ୍କୁ ଛାଡପତ୍ର ଦେବା ଲାଗି ସ୍ଥାନୀୟ କୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ କୁହାଯାଇଛି ଯେ, ଏହି ଘଟଣା ପରେ ସେ ନିଜର ୧୦ ବର୍ଷର ସ୍ଵାମୀଙ୍କଠୁ ଅଲଗା ହେବାକୁ ଚାହୁଁଛି।

ଡେରେକ୍ ଚଉଭିନ(୪୪) ଗତ ଶୁକ୍ରବାର ଜର୍ଜ ଫ୍ଲୋଏଡଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିଲେ। ସେହି ଦିନ ହିଁ କେଲି ଡେରେକଙ୍କଠୁ ଅଲଗା ହେବା ଲାଗି କୋର୍ଟରେ ଆବେଦନ କରିଥିଲେ। ଡେରେକଙ୍କଠୁ ସେ ଛାଡପତ୍ର ବାବଦରେ କୌଣସି ଅର୍ଥ ଦାବି କରୁନାହାନ୍ତି।

{"id":280466,"sizeSlug":"large"}

ଡେରେକ ଏବେ ପୋଲିସ ହେପାଜତରେ ଅଛନ୍ତି। ତାଙ୍କ ବିରୋଧରେ ହତ୍ୟାର ଥାର୍ଡ ଡିଗ୍ରୀ ମାମଲା ରୁଜୁ ହୋଇଛି। ଜର୍ଜ ଫ୍ଲୋଏଡଙ୍କୁ ନ୍ୟାୟ ଦେବା ଦାବି କରି ମିନେସୋଟାରେ ଚାରି ଦିନର ବିକ୍ଷୋଭ ପ୍ରଦର୍ଶନ ପରେ ଶୁକ୍ରବାର ଡେରେକଙ୍କୁ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.