Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କୃଷ୍ଣକାୟଙ୍କୁ ବେକରେ ଆଣ୍ଠୁ ରଖି ହତ୍ୟା କରିଥିବା ପୋଲିସ ଅଧିକାରୀଙ୍କୁ ଆମେରିକା ଦେଲା ୨୨ ବର୍ଷ ଜେଲ୍ ଦଣ୍ଡ

26/06/2021 at 6:39 PM

ମିନିଆପୋଲିସ ୨୬।୦୬: ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କ ହତ୍ୟା ମାମଲାରେ ମିନିଆପୋଲିସର ପୂର୍ବତନ ପୋଲିସ ଅଧିକାରୀ ଡେରେକ ଚୌଭିନଙ୍କୁ ୨୨ ବର୍ଷ ଛଅ ମାସ ଜେଲ୍ ଦଣ୍ଡାଦେଶ ହୋଇଛି। ସେଠାକାର ନ୍ୟାୟାଳୟ ଅତି ସମ୍ବେଦନଶୀଳ ଏହି ମାମଲାର ଶୁଣାଣି କରି ଶୁକ୍ରବାର ଫ୍ଲଏଟଙ୍କ ହତ୍ୟାକାରୀଙ୍କୁ ଦଣ୍ଡିତ କରିଛନ୍ତି। ଚୌଭିନ ଜର୍ଜ ଫ୍ଲଏଡଙ୍କ ବେକକୁ ନିଜ ଆଣ୍ଠୁରେ ଦବାଇ ରଖିଥିଲେ। ଏଥିରେ ଅଣନିଃଶ୍ଵାସୀ ହୋଇ ଫ୍ଲଏଡଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଆମେରିକାରେ କୃଷ୍ଣକାୟଙ୍କ ସହ ଭେଦଭାବ ବିରୋଧରେ ଆନ୍ଦୋଳନ ତୀବ୍ରତର ହୋଇଥିଲା। ହ୍ଵାଇଟ୍‌ ହାଉସ୍‌ ପର୍ଯ୍ୟନ୍ତ ବିକ୍ଷୋଭକାରୀଙ୍କ ଆନ୍ଦୋଳନ ପହଞ୍ଚିଥିଲା। ଏହି ଘଟଣା ସମଗ୍ର ବିଶ୍ଵରେ ଚର୍ଚ୍ଚାରେ ବିଷୟ ପାଲଟିଥିଲା।

ଅପରପକ୍ଷେ ପ୍ରାୟ ଏକ ବର୍ଷର ନିରବତା ପରେ ଚୌଭିନ ମୃତ ଫ୍ଲଏଡଙ୍କ ପରିବାର ପ୍ରତି ସମବେଦନା ପ୍ରକଟ୍ କରିଛନ୍ତି। ସେ ସହ କହିଛନ୍ତି ଯେ, ଏବେ ସେମାନଙ୍କ ମନକୁ କିଛିଟା ଶାନ୍ତି ମିଳିବ। କିନ୍ତୁ ଫ୍ଲଏଡଙ୍କ ପରିବାର କୋର୍ଟଙ୍କ ଏହି ରାୟ ପ୍ରତି ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଏହି ଅପରାଧ ପାଇଁ ଚୌଭିନଙ୍କୁ ୩୦ ବର୍ଷ ଜେଲ୍ ଦଣ୍ଡ ଦେବାକୁ ସେମାନେ ଦାବି କରିଥିଲେ। ଅନ୍ୟପଟେ ଭଲ ବ୍ୟବହାର କଲେ ୪୫ ବର୍ଷୀୟ ଚୌଭିନଙ୍କୁ ନିଜର ଦୁଇ ତୃତୀୟାଂଶ ସଜା ପୂରଣ କରିବା ପରେ ଅର୍ଥାତ ୧୫  ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ପାରୋଲରେ ମୁକୁଳି ପାରିବେ। କୃଷ୍ଣକାୟ ବ୍ୟକ୍ତିଙ୍କ ହତ୍ୟା ମାମଲାରେ କୌଣସି ପୋଲିସ ଅପରାଧୀଙ୍କୁ  ଦିଆଯାଇଥିବା ଏ ପର୍ଯ୍ୟନ୍ତର ସବୁଠୁ ଏହା ବଡ ସଜା।

ଦଣ୍ଡକୁ ନେଇ ଖୁସି ନାହାନ୍ତି ଲୋକେ

ମିନିଆପୋଲିସ ଆନ୍ଦୋଳନର ନେତା ନେକିମା ଲେଭି ଆର୍ମଷ୍ଟ୍ରଙ୍ଗ କହିଛନ୍ତି, କେବଳ ଦଣ୍ଡର ଅବଧି ଅଧିକ ହେବା ପର୍ଯ୍ୟାପ୍ତ ନୁହେଁ। ଫ୍ଲଏଡଙ୍କ ପରିବାରର ଓକିଲ ବେନ କ୍ରମ୍ପ କହିଛନ୍ତି, ପରିବାର ଆଶା ରଖିଛନ୍ତି ଯେ, ଚୌଭିନଙ୍କୁ ଆଗାମୀ ସଙ୍ଘୀୟ ନାଗରିକ ଅଧିକାରର ଶୁଣାଣି ବେଳେ ଅଧିକରୁ ଅଧିକ ଦଣ୍ଡ ମିଳିବ। ଓକିଲ କହିଛନ୍ତି, ମିନିସୋଟାରେ କୌଣସି ପୋଲିସ ଅଧିକାରୀଙ୍କୁ ଏ ପର୍ଯ୍ୟନ୍ତ ମିଳିଥିବା ଏହା ସବୁଠୁ ବଡ ସଜା ।

   Related Posts