ବାବା ରାମ ରହିମଙ୍କୁ ମିଳିପାରେ ପାରୋଲ, ଜେଲମନ୍ତ୍ରୀ କହିଲେ ବାବାଙ୍କ ଆଚରଣ ଭଲ

Published By : Prameya-News7 Bureau | June 24, 2019 IST

ରୋହତକ:  ଡେରା ସଚ୍ଚା ସୌଦା ମୁଖିଆ ବାବା ଗୁରମିତ ରାମ ରହିମ ପାରୋଲରେ ବାହାରିବା ପାଇଁ  କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରିଛନ୍ତି। ଦୁଷ୍କର୍ମ ଓ ହତ୍ୟାଭଳି ସଙ୍ଗୀନ ଅଭିଯୋଗରେ ଦଣ୍ଡ ଭୋଗୁଥିବା ରାମ ରହିମଙ୍କ ପାରୋଲ ନିବେଦନ ସମ୍ପର୍କରେ  ହରିୟାଣା ଜେଲ ବିଭାଗ ମନ୍ତ୍ରୀଙ୍କୁ ପଚରା ଯିବାରେ କୌଣସି ବନ୍ଦୀ ୨ ବର୍ଷ ଜେଲରେ କଟାଇବା ପରେ ପାରୋଲ ତାର ହକ୍ ବୋଲି କହିଛନ୍ତି। ତେବେ ଜେଲରେ ରାମରହିମର ଆଚରଣ ଭଲ ଥିବାନେଇ କାରଗାର ବିଭାଗ ଏସପିଙ୍କ ସାର୍ଟିଫିକେଟରୁ ଜାଣିବାକୁ ପାଇଥିବା କହିଛନ୍ତି ମନ୍ତ୍ରୀ । 

{"id":126758}

ରୋହତକର ସୁନେରିଆ ଜେଲରେ ବନ୍ଦୀ ଡେରା ସଚ୍ଚା ସୌଦା ମୁଖ୍ୟ ବାବା ଗୁରମିତ ସିଂ ରାମ ରହିମ କୃଷି କାର୍ଯ୍ୟ ପାଇଁ ଜେଲରୁ ମୁକୁଳିବାକୁ ପାରୋଲ ନିବେଦନ କରିଥିବା ଜଣାପଡିଛି। ସେ ୪୨ ଦିନ ପାରୋଲ ଚାହିଁଛନ୍ତି ଏଣୁ  ଜେଲ ଅଧିକ୍ଷକ ସିରସା ଡିସିଙ୍କୁ ପତ୍ର ଲେଖି ଜଣାଇ ଦେଇଛନ୍ତି। ଏବେ ଅନ୍ୟ ଔପଚାରିକତା ପୁରଣ କରାଯାଉଛି। ତେବେ ରାମ ରହିମ ଜେଲରୁ ବାହାରିବା ଯୋଗୁ ଉପୁଜିବାକୁ ଥିବା ପରିସ୍ଥିତି ନେଇ ସାମ୍ବାଦିକମାନେ ରାଜ୍ୟ ଜେଲ ବିଭାଗମନ୍ତ୍ରୀ କୃଷ୍ଣ ପମ୍ବାରଙ୍କୁ ପ୍ରଶ୍ନ କରିଥିଲେ। ତେବେ ମନ୍ତ୍ରୀ ତାଙ୍କୁ ଯାହା ସୂଚନା ମିଳିଛି ତାହା ଗଣମାଧ୍ୟମକୁ ଜଣାଇଲେ ବୋଲି କହିଛନ୍ତି।

{"id":126759}

ରାମ ରହିମକୁ ଜେଲ ବିଭାଗ ପାରୋଲ ଦେବ କି ନା ତାହା ଅଧିକାରୀଙ୍କ ଉପରେ ନିର୍ଭର କରେ ବୋଲି ମନ୍ତ୍ରୀ କହିଛନ୍ତି। ଗୁରମିତ ରାମ ରହିମ ଏବେ ସାଧ୍ୱୀ ଜୌନ ଶୋଷଣ ଓ ପତ୍ରକାର ଛତ୍ରପତି ହତ୍ୟା ମାମଲାରେ ସୁନେରିଆ ଜେଲରେ ସଜା କାଟୁଛନ୍ତି। ରାମ ରହିମ ପାରୋଲରେ ବାହାରିବା ପରେ ଯଦି କୌଣସି ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜେ ତେବେ ସିଭିଲ ପୋଲିସ ଓ ପ୍ରଶାସନତାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.