ଡେରା ମୁଖ୍ୟ ଗୁରମିତ ରାମ ରହିମ କରୋନା ପଜିଟିଭ, ସୁନାରିଆ ଜେଲରୁ ଗଲେ ହସ୍ପିଟାଲ

Published By : Prameya-News7 Bureau | June 06, 2021 IST

ଗୁରୁଗ୍ରାମ ୬।୬: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମରହିମ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର ଆରଟିପିସିଆର କୋଭିଡ-୧୯ ଯାଞ୍ଚ ରିପୋର୍ଟ ପଜେଟିଭ ଆସିଛି। ରିପୋର୍ଟ ମିଳିବା ପରେ ତାଙ୍କୁ ରବିବାର ହରିୟାଣା ରୋହତକ ଜିଲ୍ଲା ସୁନାରିଆ ଜେଲରୁ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ଶନିବାର ଡେରା ମୁଖ୍ୟଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏଣୁ ତାଙ୍କୁ ପିଜିଆଇଏସ ରୋହତକକୁ ନିଆଯାଇଥିଲା।

{"id":462355,"width":836,"height":627,"sizeSlug":"large","linkDestination":"none"}

ସେଠାରେ ତାଙ୍କର କେତେକ ପରୀକ୍ଷଣ ପରେ ସେ କୋଭିଡ ଆକ୍ରାନ୍ତ ଥିବା ଜଣାପଡିଛି। ୫୩ ବର୍ଷ ବୟସ୍କ ଗୁରମିତଙ୍କୁ ଡେରା  ଗୁରୁଗ୍ରାମସ୍ଥିତ ମେଡାଣ୍ଟ ହସ୍ପିଟାଲରେ ଦାଖଲ କରିଥିବା ବେଳେ ସେଠାରେ ତାଙ୍କର ଅନ୍ୟ ପରୀକ୍ଷଣ ସବୁ ହେବ । ସୁନାରିଆ ଜେଲ ଅଧିକ୍ଷକ ସୁନୀଲ ସଙ୍ଗୱାନ ପିଜିଆଇଏସ୍‌ ରୋହତକରେ ତାଙ୍କର ସମସ୍ତ ପରୀକ୍ଷଣର ରିପୋର୍ଟ ଆସିନଥିଲା ବୋଲି କହିଛନ୍ତି। ତେବେ ସେ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଛି।

{"id":462362,"width":835,"height":469,"sizeSlug":"large","linkDestination":"none"}

ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମେଡାଣ୍ଟ ହସ୍ପିଟାଲକୁ ନିଆଯାଇଛି। ଗତମାସରେ ତାଙ୍କୁ ରକ୍ତଚାପ ଜନିତ ସମସ୍ୟା ଯୋଗୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ସେ ତାଙ୍କ ଜେଲ ୱାର୍ଡକୁ ଫେରିଯାଇଥିଲେ। ପିଜିଆଇଏସ ରୋହତକରେ ତାଙ୍କ ପେଟର ସିଟି ସ୍କାନ ହୋଇଛି। ତେବେ ସେ କରୋନା ପଜିଟିଭ ଜଣାପଡିବା ପରେ ତାଙ୍କର ଅନ୍ୟ ପରୀକ୍ଷଣ କରାଯାଇ ନାହିଁ। ଏବେ ମେଡାଣ୍ଟରେ ତାଙ୍କର ଚିକିତ୍ସା ହେବ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.