ବାତ୍ୟା ‘ତିତ୍‌ଲି’ ପ୍ରଭାବିତଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ସୂଚନା ଦେଲେ ଯୁଗ୍ମ ରିଲିଫ କମିଶନର

Published By : Prameya-News7 Bureau | October 21, 2018 IST

ଭୁବନେଶ୍ବର ୨୧|୧୦: ତିତ୍‌ଲି କ୍ଷୟକ୍ଷତିର ପୁନଃଉଦ୍ଧାର ନେଇ ଯୁଗ୍ମ ରିଲିଫ କମିଶନର ପ୍ରଭାତ ମହାମାତ୍ର ସୂଚନା ଦେଇଛନ୍ତି । ଗୃହପାଳିତ ପଶୁ ପକ୍ଷୀ ମରିଥିଲେ ମିଳିବ କ୍ଷତିପୂରଣ । ଗାଈ, ମଈଁଷି ପାଇଁ ୩୦ ହଜାର ଓ ବଳଦ ପାଇଁ ୨୫ ହଜାର ଟଙ୍କା କ୍ଷତିପୂରଣ ରାଶି ମିଳିବ । ସେହିପରି ଛେଳି , ମେଣ୍ଢା ଓ ଘୁଷୁରୀ ପାଇଁ ୩ ହଜାର ଟଙ୍କା କ୍ଷତିପୂରଣ ମିଳିବ । ବାସନକୁସନ, ଲୁଗାପଟା ନଷ୍ଟ ହୋଇଥିଲେ ୩୮୦୦ ଟଙ୍କା ମିଳିବ । ସେହିପରି ୨୩ ସୁଦ୍ଧା ଗଜପତିର ଅବଶିଷ୍ଟ ଅଞ୍ଚଳରେ ବିଦ୍ୟୁତ୍ ସେବା ପହଞ୍ଚିବ ବୋଲି ଯୁଗ୍ମ ରିଲିଫ କମିଶନର କହିଛନ୍ତି ।ସମତଳ ଅଞ୍ଚଳରେ ଘର ନଷ୍ଟ ହୋଇଥିଲେ ୯୮ ହଜାର ଟଙ୍କା ଓ ପାହାଡ ଉପରେ ଘର ନଷ୍ଟ ହୋଇଥିଲେ ୧ ଲକ୍ଷ ୧୯୦୦ ଟଙ୍କା ମିଳିବ । ତେବେ ସରକାରୀ ରିପୋର୍ଟ ଅନୁସାରେ ବାତ୍ୟା ଓ ବନ୍ୟାରେ ୫୭ ହଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଛି । ୨.୭ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ଗଂଜାମ ଜିଲ୍ଲାର ସର୍ବାଧିକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ପ୍ରାୟ ଅଧା ଚାଷ ଜମି ନଷ୍ଟ ହୋଇଥିବା ବେଳେ ୨୭ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ରାସ୍ତା ପୁନଃରୁଦ୍ଧାର କାମ ଶେଷ ହୋଇଛି । କେବଳ ଦାରିଂବାଡିରେ ଚାଲିଥିବା ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.