Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଡେପୁଟି କମିଶନରଙ୍କ ପତ୍ନୀ କଲେ ଆତ୍ମହତ୍ୟା : ସୁଇସାଇଡ ନୋଟରେ ଲେଖିଲେ ଆତ୍ମହତ୍ୟାର କାରଣ : ଶୁଣିଲେ ଆଶ୍ଚର୍ଯ୍ୟ ହେବେ

3/03/2019 at 1:36 PM

ଇନ୍ଦୋର ୩/୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ବାଣିଜ୍ୟିକ କର ବିଭାଗର ଡେପୁଟି କମିଶନରଙ୍କ ପତ୍ନୀ ଶନିବାର ସନ୍ଧ୍ୟାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପାଖରୁ ଏକ ସୁଇସାଇଡ ନୋଟ୍ ମିଳିଛି। ଏହି ଘଟଣା ଘଟିଥିବା ସମୟରେ ତାଙ୍କ ୧୪ବର୍ଷ ବୟସ୍କ ପୁଅ ଘରେ ମୋବାଇଲରେ ଇୟରଫୋନ୍ ଲଗାଇ ଗେମ୍ ଖେଳୁଥିଲେ। ଯାହାଦ୍ବାରା ସେ କିଛି ଜାଣି ପାରିନଥିଲେ। ତିଳକନଗର ପୋଲିସର କହିବା ମୁତାବକ ଘରୁ ମିଳିଥିବା ସୁଇସାଇଡ ନୋଟରୁ ସେ ମାନସିକ ଚିନ୍ତା ପାଇଁ ଆତ୍ମହତ୍ୟା କରିଛନ୍ତି ବୋଲି ଲେଖାଯାଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ପୋଲିସ ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି।
ସୂଚନା ଅନୁଯାୟୀ ବାଣିଜ୍ୟିକ କର ବିଭାଗର ଡେପୁଟି କମିଶନର ଦୀପକ ଶ୍ରୀବାସ୍ତବଙ୍କ ପତ୍ନୀ ୪୨ବର୍ଷ ବୟସ୍କା ରଞ୍ଜନା ଶନିବାର ସନ୍ଧ୍ୟାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ରଞ୍ଜନାଙ୍କ ରୁମରୁ ପୋଲିସକୁ ସୁଇସାଇଡ ନୋଟ୍ ମିଳିଛି। ଘଟଣାର କିଛି ସମୟ ପୂର୍ବରୁ ଦୀପକ ରଞ୍ଜନାଙ୍କୁ ଫୋନ୍ କରିଥିଲେ। କିନ୍ତୁ ଫୋନର ଉତ୍ତର ନମିଳିବାରୁ ପଡ଼ୋଶୀଙ୍କୁ ତାଙ୍କ ଘରେ ଦେଖି ଆସିବାକୁ କହିଥିଲେ। ପଡ଼ୋଶୀ ଘର କବାଟ ବନ୍ଦ ଥିବା ଦେଖିଥିଲେ। ସେ କବାଟ ଭାଙ୍ଗି ଦେଖିଥିଲେ ରଞ୍ଜନା ଦଉଡ଼ି ଲଗାଇ ଝୁଲୁଛନ୍ତି। ମୃତା ମହିଳାଙ୍କ ଜଣେ ୧୪ବର୍ଷ ବୟସ୍କ ପୁଅ ଏବଂ ଦେଢ଼ ବର୍ଷର ଝିଅ ଅଛନ୍ତି। ସେହି ସମୟରେ ତାଙ୍କ ପୁଅ ମୋବାଇଲରେ ଇୟର ଫୋନ୍ ଲଗାଇ ଗେମ୍ ଖେଳୁଥିଲେ।
ପୋଲିସକୁ ଟେବୁଲରେ ଥିବା ଏକ ସୁଇସାଇଡ ନୋଟ୍ ମିଳିଛି ଯେଉଁଥିରେ ସେ ଲେଖିଛନ୍ତି ‘‘ଭଗବାନଙ୍କ ପାଖକୁ ଶାନ୍ତିରେ ଶୋଇବାକୁ ଯାଉଛି ମୁଁ ରଞ୍ଜନା ଶ୍ରୀବାସ୍ତବ ଟିକେ ପାଗଳ। ମୋର ବଞ୍ଚିବାର ଇଚ୍ଛା ଶେଷ ହୋଇଯାଇଛି। ମୁଁ ମୋ ନିଜ ଇଚ୍ଛାରେ ଆତ୍ମହତ୍ୟା କରୁଛି। ଏଥିରେ କାହାର ଦୋଷ ନାହିଁ। ମୋ ମରିବା ପରେ କାହାକୁ ହଇରାଣ କରାନଯାଉ। ମୁଁ ଭଗବାନଙ୍କ ପାଖରେ ଶାନ୍ତିରେ ଶୋଇବାକୁ ଚାହୁଁଛି’’।

   Related Posts