କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ବିତୀୟ ଇନିଂସ, ଆଜି ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ ସମ୍ଭାବନା

Published By : Prameya-News7 Bureau | May 31, 2019 IST

ନୂଆଦିଲ୍ଲୀ ୩୧|୫: ଆରମ୍ଭ ହୋଇସାରିଛି ମୋଦି ସରକାରଙ୍କ ସେକେଣ୍ଡ ଇନିଂସ୍ । ସାନଦାର୍ ଶପଥ ଗ୍ରହଣ ଉତ୍ସବ ଶେଷ ହୋଇଥିବା ବେଳେ ଆଜି ବିଭାଗ ବଣ୍ଟନ ହୋଇପାରେ । କାହାକୁ କେଉଁ ବିଭାଗ ମିଳିବ ତା ଉପରେ ରହିଛି ସମସ୍ତଙ୍କ ନଜର ।

। ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫୮ ମନ୍ତ୍ରୀ । ମୋଦିଙ୍କ ନୂଆ ଟିମ୍‌ରେ ୨୪ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୩୩ ରାଷ୍ଟ୍ର ମନ୍ତ୍ରୀ ଥିବାବେଳେ, ସେମାନଙ୍କ ମଧ୍ୟରୁ ୯ ରାଷ୍ଟ୍ର ମନ୍ତ୍ରୀ ସ୍ବାଧୀନ ଭାବେ କାର୍ଯ୍ୟ ତୁଲାଇବେ । ପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ । ତାଙ୍କ ପରେ ଶପଥ ନେଇଥିଲେ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.