ଅକାଳରେ ସ୍ବାମୀ ଚାଲିଗଲେ ଆରପାରିକୁ : ରଞ୍ଜିତାଙ୍କ ଜୀବନ ମୁଣ୍ଡ ଉପରେ ସତେ ଯେମିତି ପାହାଡ ଛିଡିପଡିଲା , ଆଉ ଏବେ..

Published By : Prameya-News7 Bureau | July 31, 2019 IST

ପରିବାରର ଏତେ ବଡ଼ ଦୁଃଖରେ ଛନ୍ଦି ହୋଇପଡ଼ିଥିବା ଦୁଇ ପିଲାଙ୍କ ଭବିଷ୍ୟତ ପାଇଁ ସରକାରଙ୍କ ସହ କିଛି ସହୃଦୟ ବ୍ୟକ୍ତି ମଧ୍ୟ ସହାୟତାର ହାତ ବଢ଼ାଇବାକୁ ଅନୁରୋଧ ।

{"id":139340}

ସମ୍ବଲପୁର୩୧|୭: ସମ୍ବଲପୁର ଠେମେରା ଗାଁର ରଞ୍ଜିତା ନାଥଙ୍କ ପରିବାର । ୪ବର୍ଷ ତଳେ ହଠାତ୍‌ ସ୍ବାମୀଙ୍କ ଦେହାନ୍ତ ପରେ ଯେମିତି ପରିବାର ଉପରେ ଛିଡ଼ି ପଡ଼ିଥିଲା ଦୁଃଖର ପାହାଡ଼ ।  ନିଜର ଛୋଟଛୋଟ ଦୁଇ ଛୁଆଙ୍କୁ ଧରି ଯେନତେନ ପ୍ରକାରେ ଚଳିବାକୁ ଚେଷ୍ଟା କରୁଥିବା ବେଳେ ସ୍ନାୟୁରୋଗରେ ଆକ୍ରାନ୍ତ ଦିଅର ପୂରା ଅଚଳ ହୋଇଗଲେ । ଏବେ ଲିଭର କ୍ୟାନ୍‌ସରରେ ପୀଡ଼ିତ ରଞ୍ଜିତା । ପରିବାର ମୁହଁକୁ ଦୁଇମୁଠା ଦାନା ଓ ଦୁଇ ପିଲାଙ୍କ ଭବିଷ୍ୟତ ଚିନ୍ତାରେ ଏବେ ଚାରି ପ୍ରାଣୀ କୁଟୁମ୍ବ ।…

{"id":139341}

ପରିବାର ଉପରେ ଯେମିତି ଛିଡ଼ି ପଡ଼ିଥିଲା ଦୁଃଖର ପାହାଡ଼ । ୪ବର୍ଷ ତଳେ ସବୁ ଠିକ୍‌ଠାକ୍‌ ଚାଲିଥିଲା । ପର ଜମିରେ କାମ କରି ଯାହା ମିଳୁଥିଲା ଦୁଃଖେ ସୁଖେ ଚଳିଯାଉଥିଲା ପୂରା ପରିବାର । ହେଲେ ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ବୋଝ ଉଠାଇବାକୁ ଅଣ୍ଟାଭିଡ଼ୁଥିବା ସମ୍ବଲପୁର ଠେମରା ଗାଁର ରଞ୍ଜିତା ନାଥଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । ଯେତେବେଳେ ଡାକ୍ତର କହିଛନ୍ତି ତାଙ୍କୁ ଲିଭର କ୍ୟାନସର । ପୂରା ଲାଷ୍ଟ ଷ୍ଟେଜ୍‌ରେ ପହଞ୍ଚିଗଲାଣି । ଘରେ ସ୍ନାୟୁରୋଗରେ ଆକ୍ରାନ୍ତ ଦିଅର ପୂରା ଅଚଳ । ପରିବାର ମୁହଁକୁ ଦୁଇମୁଠା ଦାନା ଆଉ ଦୁଇ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କଲାବେଳକୁ ସେ ପୂରା ଅସହାୟ ହୋଇପଡ଼ୁଛନ୍ତି ।

{"id":139342}

ରଞ୍ଜିତାଙ୍କ ପରିବାରର ଏଭଳି ଅସହାୟ ଅବସ୍ଥା ଦେଖି ବୁର୍ଲା ମେଡିକାଲରେ କାର୍ଯ୍ୟରତ ସିନିୟର ରେଡିଡେଣ୍ଟ ଡାକ୍ତର ଶଙ୍କର ରାମ୍‌ ଚନ୍ଦାନୀ ତାଙ୍କ ଘରକୁ ଯାଇ ଉଭୟ ରଞ୍ଜିତା ଓ ତାଙ୍କ ଦିଅରଙ୍କ ଚିକିତ୍ସାସେବା ଯୋଗାଇଦେଉଛନ୍ତି । ନିଜ ସାମର୍ଥ୍ୟ ଅନୁସାରେ ଔଷଧ ପାଇଁ ମଧ୍ୟ ସାହାଯ୍ୟ କରୁଛନ୍ତି । ଆଉ ଦୁଇ ଛୁଆଙ୍କ ପାଠପଢ଼ା ଦାୟିତ୍ବ ନେବାକୁ ମଧ୍ୟ ଆଶ୍ବାସନା ଦେଇଛନ୍ତି । ସେପଟେ ରଞ୍ଜିତାଙ୍କ ପରିବାରର ଏଭଳି ଅସହାୟ ଅବସ୍ଥା ଦେଖି ନ୍ୟୁଜ୍‌ ସେଭେନ୍‌ର ସମ୍ବଲପୁର ପ୍ରତିନିଧି ଉପଜିଲ୍ଲାପାଳଙ୍କୁ ଭେଟି ସମସ୍ତ କଥା କହିବା ପରେ ସେ ମଧ୍ୟ ରଞ୍ଜିତାଙ୍କ ପରିବାରକୁ ତୁରନ୍ତ ୩୦ହଜାର ଟଙ୍କା ସହ ଚିକିତ୍ସା ପାଇଁ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

{"id":139343}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.