ଦୁର୍ବଳ ହେଲା ଅବପାତ : କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା, ମଙ୍ଗଳବାରଠୁ ଶୁଖିଲା ରହିବ ପାଗ

Published By : Prameya-News7 Bureau | December 06, 2021 IST

ଭୁବନେଶ୍ବର ୬।୧୨: ଦୁର୍ବଳ ହେଲା ଅବପାତ । ସୋମବାର ସକାଳ ୫ଟା ୩୦ମିନିଟ୍ ସମୟରେ ଅବପାତ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତି ବଙ୍ଗଳାଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ହୋଇ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।

ଏହା ଫଳରେ ସୋମବାରଠୁ ପାଗ ବଦଳିବ । ମଙ୍ଗଳବାରଠାରୁ ପାଗ ଶୁଖିଲା ରହିବ । ଉପକୂଳ ତଥା ତତ-ସଂଲଗ୍ନ ଜିଲ୍ଲାଗୁଡିକରେ ଓଡ଼ିଶାରେ ପାଗ ମେଘୁଆ ରହିବ । ସୋମବାର ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖରୁ ଓଡ଼ିଶାରେ ମୁଖ୍ୟତଃ ପାଗ ଶୁଖିଲା ରହିବ । ସୋମବାରଠୁ ୩ ରୁ ୪ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା । ସ୍ବାଭାବିକ ହେବ ଶୀତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.