ଭୁବନେଶ୍ବର ୦୮|୧୨: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୧୦ ତାରିଖ ବେଳକୁ ଏହାର ଚିତ୍ର ସ୍ପଷ୍ଟ ହେବ। ଏହି ଲଘୁଚାପ ୧୩ ତାରିଖ ବେଳକୁ ଗଭୀର ଅବପାତର ରୂପ ନେବ। ୧୫ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପୂର୍ବ ଓ ଦକ୍ଷିଣ ଭାରତ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ।ତେବେ କେଉଁ ରାଜ୍ୟ ଉପକୂଳକୁ ଛୁଇଁବ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ତଥାପି ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପରେ ଏହାର ପ୍ରଭାବ ରହିପାରେ। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଲଘୁଚାପର ଗତି ନେଇ ସ୍ପଷ୍ଟ ଚିତ୍ର ଜଣାପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ତଥାପି ଲଘୁଚାପର ପ୍ରଭାବ ୧୪ରୁ୧୭ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ପଡ଼ିବ। ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ବି ବର୍ଷାର ପ୍ରଭାବ ରହିବ।
ପାଞ୍ଚ ପିଢିର ୭୦ ସଦସ୍ୟ, ପାରମ୍ପାରିକ ପୋଷାକ ପିନ୍ଧି...