Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ୩ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା

1/11/2019 at 10:19 PM

ଭୁବନେଶ୍ବର୧|୧୧: ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେଉଛି । ୩ ତାରିଖ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି  । ଏମିତି ହେଲେ ଦକ୍ଷିଣ ଓଡ଼ିଶାରେ ବର୍ଷା  ସାଙ୍ଗକୁ ପବନ ବହିବ । ରାଜ୍ୟର ଆଉକିଛି ସ୍ଥାନରେ ବି ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।

ସେପଟେ ଆରବ ସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା -ମହା- ବେଶ ପ୍ରଭାବ ପକାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିରେ ଲକ୍ଷାଦ୍ବୀପ ଅଧିକ କ୍ଷତିଗ୍ରସ୍ତ ହେବ …

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଏକ ଲଘୁଚାପ । ୩ ତାରିଖ ସୁଦ୍ଧା ଏହା ଯଦି ଅଧିକ ଘନୀଭୂତ ହୋଇ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗରେ ଗତି କରେ ତେବେ ଅବପାତର ରୂପ ନେବା ସମ୍ଭାବନା ରହିଛି । ଏମିତି ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ। ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ କହିଛି ।

ବର୍ତ୍ତମାନର ସ୍ଥିତି ଓ ତାପମାତ୍ରା ଯାହା ଅଛି ଆଣ୍ଡାମାନ ନିକଟରେ ଏହା ସକ୍ରିୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି।  ଏବେ ମତ୍ସ୍ୟଜୀବୀଙ୍କୁ ଚାରି ଶହ କିଲୋମିଟରରୁ ଅଧିକ ଭିତରକୁ ନ ଯିବ ଲାଗି ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ଝଡବାତ୍ୟା ‘ମହା’ ଅତି ଉଗ୍ର ରୂପ ନେବାରେ ଲାଗିଛି । ଏବେ ଏହା କେରଳ ଉପକୂଳଠାରୁ ୫ଶହ କିଲୋମିଟର ଦୂରରେ ରହିଛି । ଅଧିକ ଶକ୍ତିଶାଳୀ ହୋଇ ଓମାନ ଉପକୂଳ ମୁହାଁ ହେବାରେ ଲାଗିଛି । ଏହାର ପ୍ରଭାବରେ ଉଡୁପି ଏବଂ ପଣଜୀରେ ପ୍ରବଳ ବର୍ଷା ଆଶଙ୍କା ରହିଛି । କୋଜିକୋଡ୍, କନ୍ନୁର, କସରଗୋଡରେ ଅରେଞ୍ଜ ଆଲର୍ଟ ସହ ଲାକ୍ଷାଦ୍ବୀପରେ ରେଡ୍ ଆଲର୍ଟ ଜାରି କରାଯାଇଛି ।  

ବାତ୍ୟା ‘ମହା’ ଯୋଗୁଁ କେରଳ, ଉପକୂଳବର୍ତ୍ତୀ କର୍ଣ୍ଣାଟକ ଏବଂ ଦକ୍ଷିଣ ତାମିଲନାଡୁ କେତେକ ଅଞ୍ଚଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

କାଲି ସକାଳ ୫ଟା ୩୦ ସୁଦ୍ଧା ଏହା ସିଭିଅର ଲାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ । ଏହି ସମୟରେ ଘଣ୍ଟାକୁ ୧୬୦ରୁ ୧୭୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।ଲକ୍ଷାଦ୍ବୀପ ଅଧିକ କ୍ଷତିଗ୍ରସ୍ତ ହେବ ।

ଭୟଙ୍କର ସାମୁଦ୍ରିକ ଝଡ଼ ‘କ୍ୟାର୍‌’ ପରେ ପରେ ଆରବ ସାଗରରେ ଏହା ଦ୍ବିତୀୟ ଭୀଷଣ ବାତ୍ୟା । ନଭେମ୍ବର ୨ରୁ ୪ ମଧ୍ୟରେ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିବାର ଆଶଙ୍କା ରହିଛି । ନଭେମ୍ବର ୪ ତାରିଖ ପରେ ବର୍ଷାର ପରିମାଣ ହ୍ରାସ ପାଇବ ।

   Related Posts