ଅବଶାଦର ଅଦ୍ଭୁତ ରୂପ: ସ୍ତ୍ରୀ ଓ ୩ ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲା ଟ୍ୟୁସନ ମାଷ୍ଟର, ଗିରଫ କଲା ପୋଲିସ

Published By : Prameya-News7 Bureau | June 22, 2019 IST

ନୂଆଦିଲ୍ଲୀ୨୨|୬: ନିଜ ହାତରେ ନିଜ ପରିବାରକୁ ସଫା କଲା ଜଣେ ବ୍ୟକ୍ତି । ନିଜ ୩ଛୁଆଙ୍କ ସହ ପତ୍ନୀଙ୍କୁ ହତ୍ୟା କରିଛି ଦିଲ୍ଲୀ ମେହରଲି ଅଞ୍ଚଳର ଉପେନ୍ଦ୍ର ଶୁକ୍ଲା । ଟିଉସନ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟକ୍ତି ଜଣଙ୍କ ଅବସାଦଗ୍ରସ୍ତ ଯୋଗୁଁ ନିଜ ପରିବାରକୁ ମାରିଲା ବୋଲି ସ୍ବୀକାର କରିଛି । ପୋଲିସ ତାକୁ ଗିରଫ କରି ଘଟଣାର ଅଧିକ ଅନୁସନ୍ଧାନ କରୁଛି ।..

{"id":125942}

ବାପା ସାଜିଲା ହତ୍ୟାକାରୀ ।ନିଜ ହାତରେ ୩ ଛୁଆଙ୍କ ଗଳାକାଟି ହତ୍ୟା କରିବା ସହ ପତ୍ନୀକୁ ହତ୍ୟା କରିଛି ଦିଲ୍ଲୀ ମେହରୋଲିରେ ରହୁଥିବା ଉପେନ୍ଦ୍ର ଶୁକ୍ଲା । ଟିଉସନ୍ କରି ଗୁଜୁରାଣ ମେଣ୍ଟାଉ ଥିବା ୪୨ବର୍ଷର ଉପେନ୍ଦ୍ର ଅଚାନକ ଯେମିତି ପାଲଟି ଯାଇଥିଲା ନରରାକ୍ଷସ । ଶୋଇଥିବା ଅବସ୍ଥାରେ ୩ ଛୁଆଙ୍କ ସହ ପତ୍ନୀକୁ ଛୁରୀରେ କାଟି ହତ୍ୟା କରିଥିଲା । ବାପା ହାତରେ ପ୍ରାଣ ହରାଇଥିବା ୩ଶିଶୁଙ୍କ ମଧ୍ୟରେ ଅଛନ୍ତି ୬ବର୍ଷ, ୫ବର୍ଷର ଦୁଇ ଝିଅ ଓ ୨ବର୍ଷର ପୁଅ ।

{"id":125943}

ସକାଳେ ଉପେନ୍ଦ୍ର ଅନେକ ସମୟ ଧରି ଘରର କବାଟ ଖୋଲିନଥିଲେ । ଏନେଇ ତାଙ୍କ ମା ପଡୋଶୀକୁ ଡାକିଥିଲେ ଓ ପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରିବା ସହ ଉପେନ୍ଦ୍ରକୁ ଗିରଫ କରିଥିଲା । ୪ ଜଣଙ୍କୁ ମାରିବା ପରେ ଉପେନ୍ଦ୍ର ନିଜ ଶରୀରକୁ ଛୁରୀରେ କ୍ଷତ ବିକ୍ଷତ କରିପକାଇଥିଲା ।

{"id":125944}

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତ କିଛି ଦିନ ଧରି ଉପେନ୍ଦ୍ର ମାନସିକ ବିଶାଦ ଭିତରେ ଗତି କରୁଥିଲା । ଯେଉଁ ଘରେ ଉପେନ୍ଦ୍ରଙ୍କ ପରିବାର ରହୁଥିଲେ, ସେଠାରେ ତାଙ୍କ ମା ମଧ୍ୟ ରହୁଥିଲେ । ଦିଲ୍ଲୀ ପୋଲିସ ଅଭିଯୁକ୍ତ ଉପେନ୍ଦ୍ରକୁ ଗିରଫ କରି ତନାଘନା କରୁଛି । ରାତି ପାଖାପାଖି ୧ଟା ମଧ୍ୟରେ ଅଭିଯୁକ୍ତ ପୂରା ପରିବାରକୁ ହତ୍ୟା କରିଛି ।

{"id":125947}

ଦିଲ୍ଲୀ ଡିସିପିଙ୍କ ସୂଚନା ମୁତାବକ ଅଭିଯୁକ୍ତ ହତ୍ୟା କରିବା ପରେ ଗୋଟିଏ ନୋଟ୍ ରେ ସେ ସମ୍ପୁର୍ଣ୍ଣ ପରିବାରକୁ ହତ୍ୟା କରିଥିବା କଥା ଲେଖିଥିଲା । ଉପେନ୍ଦ୍ରଙ୍କ ଦ୍ବାରା ଲିଖିତ୍ ଏହି ନୋଟ୍ କୁ ପୋଲିସ୍ ଜବତ କରିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ବି ଜବତ କରିଛି ।

{"id":125948}

ପୁଲିସ୍ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଚି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.