ସେବା ସମବାୟ ସମିତିରେ ଜମାକାରୀଙ୍କ ଟଙ୍କା ଆତ୍ମସାତ ଘଟଣା : ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଗଣଧାରଣା

Published By : Prameya-News7 Bureau | October 22, 2021 IST

ସାଲେପୁର ୨୨।୧୦:କନ୍ଦରପୁର ସେବା ସମବାୟ ସମିତିର ମିନି ବ୍ୟାଙ୍କରେ ଜମାକାରୀଙ୍କ ୭୮ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା  ଆତ୍ମସାତ ଘଟଣାକୁ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ସମୟ ବିତିଲାଣି । ତଦନ୍ତ ନାଁରେ ବ୍ୟାଙ୍କ କର୍ତ୍ତୃପକ୍ଷ ଯେଉଁ  ଜମାକାରୀଙ୍କ ଅର୍ଥ ଆତ୍ମସାତ ହୋଇଛି ତାଙ୍କୁ ଅର୍ଥ ପ୍ରଦାନ କରିବାରେ ସମୟ ଗଡ଼ାଇ ଚାଲିଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଟାଳ ଟୁଳ ନୀତି ପ୍ରତିବାଦରେ କଟକ ସଦର ବିଜେପି କନ୍ଦରପୁର ସେବା ସମବାୟ ସମିତି ଆଗରେ ଜମାକାରୀଙ୍କ ଆତ୍ମସାତ ହୋଇଥବା ଅର୍ଥ ବ୍ୟାଙ୍କ ପ୍ରଦାନ କରିବା ଦାବିରେ ଗଣଧାରଣା ଦେଇଥିଲେ ।

ଏହି ଧାରଣାରେ କଟକ ସଦର ବିଜେପି ନେତା ଦିଲ୍ଲୀପ ମଲ୍ଲିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ହୃଷିକେଶ ଜେନା, କଟକ ଜିଲ୍ଲା ବିଜେପି ଉପସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଅର୍ଥ ଆତ୍ମସାତ କରିଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ କରାଯାଉ ନାହିଁ ବୋଲି ଜମାକାରୀ ରାଜରାସ୍ତାରେ । ୭ ଦିନ ଭିତରେ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରାନଗଲେ ବିଜେପି ଜମାକାରୀଙ୍କ ସ୍ବାର୍ଥ ପାଇଁ ରାଜରାସ୍ତାରେ ଲଢ଼େଇ କରିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.