ଜମାକାରୀଙ୍କୁ ଠକେଇ ଅଭିଯୋଗ : ସାହାରା ଇଣ୍ଡିଆ କାର୍ଯ୍ୟାଳୟ ଘେରିଲେ ଜମାକାରୀ

Published By : Prameya-News7 Bureau | December 28, 2018 IST

ବାଲେଶ୍ବର ୨୮|୧୨: ସାହାରା ଇଣ୍ଡିଆ ପରିବାର ଜମାକାରୀଙ୍କୁ ଠକିବା ଅଭିଯୋଗ କରି ୫୦ରୁ ଅଧତ୍କ ଜମାକାରୀ କରିଥିଲେ ବାଲେଶ୍ବର କାର୍ଯ୍ୟାଳୟ ଘେରାଉ। ଜମାକାରୀମାନେ ସେମାନଙ୍କର ମ୍ୟାଚୁରିଟି  ଟଙ୍କାକୁ ତୁରନ୍ତ ଫେରାଇଦେବାକୁ ମ୍ୟାନେଜରଙ୍କ ନିକଟରେ ଦାବି କରିଥିଲେ। ମ୍ୟାନେଜର ସଠିକ୍ ଉତ୍ତର ଦେଇ ନପାରିବାରୁ ଜମାକାରୀମାନେ ମ୍ୟାନେଜରଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ। 

{"id":67987}

ବାଲେଶ୍ବର ଚିଡ଼ପାପୋଲ ନିକଟରେ ଥିବା ସାହାରାଇଣ୍ଡିଆ କାର୍ଯ୍ୟାଳୟରେ  କତେକ ଜମାକାରୀ ରିଅଲ ଇଷ୍ଟେଟ ହାଉସିଂ ସ୍କିମ ନାମରେ ଏକ ୧୫ବର୍ଷିଆ ଯୋଜନାରେ ଟଙ୍କା ରଖିଥିଲେ। ଏଥତ୍ରେ ପ୍ରାୟ ୧୭ହଜାର ଜମାକାରୀ ସେମାନଙ୍କର ଟଙ୍କା ଡ଼ିପୋଜିଟ କରିଥିଲେ। ଏହାମଧ୍ୟରେ ଅନେକଙ୍କର ମ୍ୟାଚୁରିଟି ହୋଇଗଲାଣି । ସେମାନେ ସେମାନଙ୍କର ଟଙ୍କା ଉଠାଇବାକୁ ଆସି ପଡ଼ିଛନ୍ଚି ହରଡ଼ ଘଣାରେ। ସାହାରା ଇଣ୍ଡିଆ ସେମାନଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ ନଦେଇ ସେମାନଙ୍କୁ ଆଉ ଏକ ସ୍କିମରେ ଟଙ୍କା ରଖିବାକୁ ପରାମର୍ଶ ଦେଇଥିଲା। ହଲେ ଜମାକାରୀମାନେ ଟଙ୍କା ରଖିବାକୁ ରାଜି ନହୋଇ ମାଚୁରିଟି ଟଙ୍କା ଦାବି କରିଥିଲେ। ତେବେ ସାହାରାଇଣ୍ଡିଆ ସଂସ୍ଥା ସେମାନଙ୍କ ମାଚୁରିଟି ଟଙ୍କା ଫେରସ୍ତ ଦେଉନଥିବାରୁ ଜମାକାରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।

{"id":67988}

ସଂସ୍ଥାର ମ୍ୟାନେଜରଙ୍କର କହିବାକଥା ୨୦୧୨ ମସିହାରେ ସୁପ୍ରିମ କୋର୍ଟ ଏହି ସ୍କିମ ଉପରେ ରୋକ ଲାଗାଇଛନ୍ତି। ସେଥିପାଇଁ  କମ୍ପାନୀ ଏହି ସ୍କିମର ଡ଼ପିଜିଟରଙ୍କୁ ଅନ୍ୟ ଏକ ନୁଆ ସ୍କିମକୁ ପରିବର୍ତନ କରିଦେଇଥିଲେ। ଏହା ୬ବର୍ଷିଆ ଯୋଜନା ଥିଲା। ଏହି ଯୋଜନାର ଅବଧି ସରିବା ପରେ ତାହାକୁ ଅନ୍ୟ ଏକ ସ୍କିମକୁ ପରିବର୍ତନ କରିବାକୁ କମ୍ପାନୀ କହିଛି । ତାହ ମ୍ୟାଚୁରିଟି ହେବାପରେ ତାହା ଜମାକାରୀଙ୍କୁ ପ୍ରଦାନ କରାଯିବ ବୋଲି ମ୍ୟାନେଜର କହିଛନ୍ତି। ସମସ୍ୟାର ସମାଧାନ ପାଇଁ ଘଟଣା ସ୍ଥଳରେ ଟାଉନ ଥାନା ଅଧତ୍କାରୀ ପହଁଚିଥିଲେ। ସେ ସହାରା ଇଣ୍ଡିଆ ସେକଟର ମ୍ୟାନେଜରଙ୍କୁ ସମସ୍ୟାର ସମାଧାନ ପାଇଁ ଏକ ମାସ ସମୟ ଦେଇଛନ୍ତି। ତାହା ମଧ୍ୟରେ କମ୍ପାନୀ ଜମାକାରୀଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ ନଦଲେ ପୁଲିସ ବିହିତ ପଦକ୍ଷେପ ଗ୍ରହଣ କରିବ ।

ଏହା ମଧ୍ୟରେ ୧୭ହଜାର ଜମାକରୀଙ୍କ ମଧ୍ୟରୁ ୧୫ହଜାର ଜମାକାରୀ ସେମାନଙ୍କର ଅର୍ଥ ଫେର ପାଇଛନ୍ତି। ଆଉ ୨ହଜାର ଜମାକରୀଙ୍କର ଅର୍ଥ ବାକି ରହିଛି। ସେମାନଙ୍କୁ ସେମାନଙ୍କର ଅର୍ଥ ଫେରାଇଦଲେ ସମସ୍ୟା ସମାଧାନ ହୋଇଯିବ। ସେଥତ୍ପାଇଁ ମ୍ୟାନେଜର ଏକ ମାସ ସମୟ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.