Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ପୋଷ୍ଟ ଅଫିସର ଏହି ଯୋଜନାରେ ମାତ୍ର ୧୦୦ ଟଙ୍କା ସଞ୍ଚୟ କରି ହୋଇପାରିବେ ଲକ୍ଷପତି

8/11/2020 at 6:25 PM

ନୂଆଦିଲ୍ଲୀ ୦୮/୧୧ : ଟଙ୍କା ସଞ୍ଚୟ ପାଇଁ ପୋଷ୍ଟ ଅଫିସ ସବୁଠାରୁ ଭଲ ବିକଳ୍ପ। ବର୍ତ୍ତମାନ ମାସକୁ ମାତ୍ର ୧୦୦ ଟଙ୍କା ସଞ୍ଚୟ କରି ଅଧିକ ଟଙ୍କା ପାଇପାରିବେ। ପୋଷ୍ଟ ଅଫିସର ରେକରିଙ୍ଗ ଡିପୋଜିଟ ସ୍କିମରେ ଆପଣ ୧୦୦ ଟଙ୍କା ସଞ୍ଚୟ କରି ମୋଟା ଅଙ୍କର ଟଙ୍କା ଜମା କରିପାରିବେ। ପୋଷ୍ଟ ଅଫିସ ତରଫରୁ ଏହି ସ୍କିମରେ ଗ୍ରାହକଙ୍କୁ ଭଲ ସୁଧ ମିଳିଥାଏ। ଏହି ସ୍କିମରେ ଆପଣଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ରହେ। ୧୦୦ ଟଙ୍କା ସଞ୍ଚୟ କରି କିପରି ବଡ ଫଣ୍ଡ ଜମା କରିପାରିବେ ଜାଣନ୍ତୁ।

ପୋଷ୍ଟ ଅଫିସ ରେକରିଙ୍ଗ ଡିପୋଜିଟ ଛୋଟ ଛୋଟ ସଞ୍ଚୟ ପାଇଁ ବହୁତ ଭଲ ବିକଳ୍ପ। ପୋଷ୍ଟ ଅଫିସରେ ଅତିକମରେ ୫ ବର୍ଷ ପାଇଁ ଆରଡ଼ି ଖାତା ଖୋଲାଯାଇପାରିବ। ବ୍ୟାଙ୍କ ୬ ମାସ, ବର୍ଷେ, ଦୁଇ ବର୍ଷ, ତିନି ବର୍ଷ ପାଇଁ ଆରଡ଼ି ଖାତା ଖୋଲିବାକୁ ସୁବିଧା ଦେଇଥାଏ। ଆରଡ଼ି ଖାତାର ଦ୍ୱିତୀୟ ବିଶେଷତ୍ୱ ହେଲା ଆପଣ ଏକାଧିକ ଆରଡ଼ି ଖାତା ଖୋଲି ପାରିବେ। ଛୋଟ ପିଲାଙ୍କ ନାଁରେ ମଧ୍ୟ ଖାତା ଖୋଲି ପାରିବେ। ଡାକଘର ଆରଡ଼ି ଯୋଜନାରେ ଆପଣ ଅତିକମରେ ମାସକୁ ୧୦ ଟଙ୍କାରୁ ଆରମ୍ଭ କରି ଏହାର ୫ ଗୁଣ ଯାଏଁ ରାଶି ଜମା କରିପାରିବେ।

ଆପଣ ଏହି ଖାତାରେ ଅତିକମରେ ୧୦୦ ଟଙ୍କା ବିନିଯୋଗ କରିପାରିବେ। ଯେଉଁ ସଂଖ୍ୟା ୫ ଦ୍ୱାରା ବିଭକ୍ତ ସେହି ସଂଖ୍ୟାରେ ଆପଣ ଆରଡ଼ି ଯୋଜନାରେ ସଞ୍ଚୟ କରିପାରିବେ। ତେବେ ସର୍ବାଧିକ ବିନିଯୋଗ ପାଇଁ କୌଣସି ଲିମିଟ ନାହିଁ। ଇଣ୍ଡିଆ ପୋଷ୍ଟ ୱେବସାଇଟ ଅନୁସାରେ, ଆରଡ଼ି ଯୋଜନାରେ ବର୍ତ୍ତମାନ ୫.୮ ପ୍ରତିଶତ ଦରରେ ସୁଧ ମିଳୁଛି। ଏହି ସୁଧ ଦର ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ଲାଗୁ କରାଯାଇଛି। ଏହି ଯୋଜନାରେ ଆପଣ ତ୍ରୟମାସିକ ଆଧାରରେ ଋଣ ନେଇପାରିବେ। ପ୍ରତି ତ୍ରୟମାସିକ ଶେଷକୁ ଆପଣଙ୍କ ଆକାଉଣ୍ଟକୁ ସୁଧ ଦିଆଯାଇଥାଏ।

ଯଦି ଆପଣ ଧାର୍ଯ୍ୟ ସମୟରେ ଧାର୍ଯ୍ୟ ରାଶି ନିଜ ଆରଡ଼ି ଖାତାରେ ଜମା ନ କରନ୍ତି ତାହେଲେ ଆପଣଙ୍କୁ ଫାଇନ ଦେବାକୁ ପଡିବ। ଯଦି ଆପଣ ଲଗାତାର ୪ଟି କିସ୍ତି ଜମା ନ କରନ୍ତି ତାହେଲେ ଆପଣଙ୍କ ଖାତା ବନ୍ଦ କରିଦିଆଯିବ। ତେବେ ଖାତା ବନ୍ଦ ହେବାପରେ ମଧ୍ୟ ୨ ମାସ ପରେ ପୁଣି ଆରମ୍ଭ କରାଯାଇପାରିବ।

କିଏ କିଏ ଖାତା ଖୋଲିପାରିବେ ଜାଣନ୍ତୁ :

– ଜଣେ ବ୍ୟକ୍ତି ନିଜ ନାଁରେ ଏକାଧିକ ଆରଡ଼ି ଖାତା ଖୋଲି ପାରିବେ

– ଏକାଧିକ ଆକାଉଣ୍ଟକୁ ନେଇ କୌଣସି କଟକଣା ନାହିଁ

– ଦୁଇ ବୟସ୍କ ବ୍ୟକ୍ତି ମିଶି ଜଏଣ୍ଟ ଆରଡ଼ି ଆକାଉଣ୍ଟ ମଧ୍ୟ ଖୋଲିପାରିବେ

– ପୂର୍ବରୁ ଥିବା କୌଣସି ବ୍ୟକ୍ତିଗତ ଆରଡ଼ି ଖାତାକୁ ଯେକୌଣସି ସମୟରେ ଜଏଣ୍ଟକୁ ବଦଳାଇ ପାରିବେ

   Related Posts