'ସରକାର କା ମାଲ୍ ଦରିଆ ମେ ଡାଲ୍': ପକ୍କା ରାସ୍ତା ଉପରେ ଚାଲିଛି ନିମ୍ନମାନର ରାସ୍ତା କାମ‌‌

Published By : Prameya-News7 Bureau | October 23, 2020 IST

ଆଠଗଡ଼୨୩/୧୦: ସ୍ଵାଧୀନତା ଏତେ ବର୍ଷ ପରେ କେଉଁଠି ଭଲ ରାସ୍ତାଟିଏ ନଥିବା ବେଳେ ଖଟିଆରେ ରୋଗୀ ବୁହା ହେଉଥିବାର ନଜର ରହିଛି ତ ପୁଣି କେଉଁଠି କାଠ ପୋଲର ଭରସାରେ ରହିଛନ୍ତି ଗ୍ରାମବାସୀ। ପୁଣି କେତେବେଳେ ପକ୍କା ରାସ୍ତା ଉପରେ ନିର୍ମାଣ ହେଉଛି ରାସ୍ତା। କଥାରେ ଅଛି "ସରକାର କା ମାଲ୍ ଦରିଆ ମେ ଡାଲ୍"। ଆମେ କହୁଛୁ ଆଠଗଡ଼ରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ଯୋରନ୍ଦା ଗାଁର କଥା। ଯେଉଁଠି ପକ୍କା ରାସ୍ତା ଉପରେ ରାସ୍ତା କାମ ଚାଲିଛି। ଯେଉଁ ରାସ୍ତାଟି ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ସାଯୋଗ ମଧ୍ୟ କରୁଛି।

କାମ ଉପରେ ବିଭାଗୀୟ କର୍ତ୍ତୁପକ୍ଷ ନଥିବା ବେଳେ ଠିକାଦାର ଆଉ କର୍ତ୍ତୁପକ୍ଷଙ୍କ ମଧୂଚନ୍ଦ୍ରିକରେ ଚାଲିଛି ରାସ୍ତା କାମ।ଆଠଗଡ ଅଞ୍ଚଳରେ ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ସଂଯୋକ କରୁଥିବା କରିକୋଲ-ଗୋପିନାଥପୁରର ଗ୍ରାମ୍ୟ ଉନ୍ନୟନ ବିଭାଗର ପାଖାପାଖି ୩ କି.ମି. ରାସ୍ତା ସମ୍ପୂର୍ଣ୍ଣ ଭଲ ଥିବା ବେଳେ, ସେହି ରାସ୍ତା ଉପରେ ପୁଣି ତିଆରି ଚାଲିଛି ରାସ୍ତା, ତାହା ଫୁଣି ନିମ୍ନମାନର, ହାତରେ ରାସ୍ତା ଖୋଳି ହୋଇଯାଉଛି। ପୁଣି ରାସ୍ତା ତିଆରି ସମୟରେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନାହାନ୍ତି।

ଏ ନେଇ ଗ୍ରାମ୍ୟ ନିର୍ମାଣ ଅଫିସକୁ ଜଣାଇଥିଲେ। କିନ୍ତୁ ଶୁଣିବାକୁ ମିଳିଲା ଯେ, ବାବୁ ଜଣଙ୍କ ଦୀର୍ଘ ମାସ ଅଫିସ୍‌କୁ ଆସୁ ନାହାଁନ୍ତି। ଯେଉଁ ଜାଗାରେ ରାସ୍ତା ନାହିଁ ସେଠି ଆଖି ପଡୁନି, ଯେଉଁଠି ରାସ୍ତା ଠିକ ଅଛି ତା ଉପରେ ଚାଲିଛି ରାସ୍ତା, ପୁଣି ନିମ୍ନମାନର।ଏ ନେଇ ଆଠଗଡ଼ ଉପ ଜିଲ୍ଲାପାଳ କହିଛନ୍ତି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.